କାଶ୍ମୀର ପାଇଁ ଏହି ବଡ କାମ କରିବାକୁ ଚାହାନ୍ତି ଏମ୍‌ଏସ୍‌ ଧୋନୀ, ମୋଦି ସରକାରଙ୍କଠୁ ମାଗିବେ ଅନୁମତି

Published By : Prameya-News7 Bureau | August 13, 2019 IST

 ଭାରତୀୟ କ୍ରିକେଟ ତାରକା ଏମ ଏସ୍‌ ଧୋନୀ ଜାମ୍ମୁ କାଶ୍ମୀରରେ ଭାରତୀୟ ସେନାବାହିନୀଙ୍କ ସହ ପ୍ରଶିକ୍ଷଣରେ ବ୍ୟସ୍ଥ ଅଛନ୍ତି। ସୂଚନାଯୋଗ୍ୟ ଯେ, ଧୋନୀ କାଶ୍ମୀରର ଯୁବ ଖେଳାଳୀଙ୍କ ପାଇଁ କିଛି ଭଲ କରିବାକୁ ଚାହାନ୍ତି। ରିପୋର୍ଟ ଅନୁସାରେ ଧୋନୀ କାଶ୍ମୀରରେ କ୍ରିକେଟ ଆକାଡେମି ଖୋଲିବାକୁ ଚାହାନ୍ତି। ସେଠାରେ ସେ ଯୁବ କ୍ରିକେଟରମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେବେ। ଧୋନୀ ଏହି ପ୍ରୋଯେକ୍ଟ ବିଷୟରେ ଖେଳ ମନ୍ତ୍ରାଳୟ ସହ କଥାବାର୍ତ୍ତା କରିବେ ।

{"id":143998}

କାଶ୍ମୀରରେ ଗୋଟେରୁ ବଢି ଗୋଟେ ପ୍ରତିଭାଶାଳୀ ଖେଳାଳୀ ଅଛନ୍ତି। ପରବେଜ ରସୁଲଙ୍କ ବ୍ୟତୀତ ଡାର ମଧ୍ୟ ଆଇପିଏଲରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏବେ କିଛି ଦିନ ତଳେ କାଶ୍ମୀରର ଖେଳାଳୀ ରସିଖ ସଲାମ ମୁମ୍ବାଇ ଇଂଡିୟାନ୍ସ ପାଇଁ ଡେବ୍ୟୁ କରିଥିଲେ। ତେଣୁ ଏମିତିରେ ଯଦି ଧୋନୀ କାଶ୍ମୀରରେ ନିଜର କ୍ରିକେଟ ଆକାଡେମି ଖୋଲନ୍ତି ତାହେଲେ ସେଠାର ଯୁବ କ୍ରିକେଟର ବହୁତ କିଛି ଶିଖିବାକୁ ପାଇବେ। ଧୋନୀ ଏବେ ସାଉଥ କାଶ୍ମୀରରେ ସେନାବାହିନୀଙ୍କ ସହ ପ୍ରଶିକ୍ଷଣ ନେବାରେ ବ୍ୟସ୍ଥ ଅଛନ୍ତି।

{"id":143999}

ଜୁଲାଇ ମାସ ୩୧ ତାରିଖରୁ ଧୋନୀ କାଶ୍ମୀରର ଭିକ୍ଟର ଫୋର୍ସ କ୍ୟାମ୍ପରେ ଯୋଗ ଦେଇଥିଲେ। ଏହି ୟୁନିଟ୍‌ କାଶ୍ମୀରର ସବୁଠୁ ଅଧିକ ଆତଙ୍କ ପ୍ରଭାବିତ ଜିଲ୍ଲା ଯେମିତିକି ଶୋପିୟାଁ ଓ ଅନନ୍ତନାଗ ପାଇଁ କାମ କରେ। ୨୦୧୧ ମସିହା ଧୋନୀଙ୍କୁ ଲେଫ୍ଟିନେଣ୍ଟ କର୍ଣ୍ଣଲର ରାଙ୍କ ମିଳିଥିଲା। ସୂଚନାଯୋଗ୍ୟ ଯେ, ଧୋନୀ ଶନିବାର ଦିନ ଲେହ ଲଦ୍ଦାଖ ଗସ୍ତରେ ବାହାଯାଇଛନ୍ତି।ଅଗଷ୍ଟ ମାସ ୧୫ ତାରିଖରେ ଲେହରେ ପତକାତ୍ତୋଳନ କରିବେ। ସେଦିନ ତାଙ୍କର ପ୍ରଶିକ୍ଷଣର ମଧ୍ୟ ଶେଷ ଦିନ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.