Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

‘ବୋଲରଙ୍କ ଉପରେ ଭରସା କରୁନଥିଲେ ଧୋନୀ’, ସାଙ୍ଘାତିକ ଅଭିଯୋଗ ଆଣିଲେ ଇରଫାନ ପଠାନ

28/06/2020 at 3:05 PM

ନୂଆଦିଲ୍ଲୀ, ୨୮|୦୬: ମହେନ୍ଦ୍ର ସିଂ ଧୋନୀ ଭାରତୀୟ ଅଧିନାୟକ ଥିବା ବେଳେ ଦଳକୁ ଅନେକ ଉପଲବ୍ଧି ପ୍ରଦାନ କରିଛନ୍ତି । ସେ ସମସ୍ତ ଆଇସିସି ଟ୍ରିଫି ଜିତିଥିବା ଏକମାତ୍ର ଭାରତୀୟ ଅଧିନାୟକ । ସେ ନିଜ ସାଥି ଖେଳାଳିଙ୍କ ପ୍ରତି ଅଧିକ ବିଶ୍ୱାସ କରୁଥିବାର ନଜିର ରହିଛି । କିନ୍ତୁ ଦଳର ପୂର୍ବତନ ଦ୍ରୁତ ବୋଲର ଇରଫାନ ପଠାନ ଧୋନୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଧୋନୀ ବୋଲରଙ୍କ ଉପରେ ବିଶ୍ୱାସ ନୁହେଁ ସେମାନଙ୍କୁ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ ବୋଲି ସେ କହିଛନ୍ତି ।

ଇରଫାନ କହିଛନ୍ତି ଯେ, ଧୋନୀ ୨୦୦୭ରେ ଦଳର ନେତୃତ୍ୱ ନେଇଥିଲେ । ସେତେବେଳେ ସେ ବୋଲରଙ୍କୁ ନିୟନ୍ତ୍ରଣ କରିବାକୁ ଚାହୁଁଥିଲେ । କିନ୍ତୁ ୨୦୧୩ ପରେ ହିଁ ସେ ବୋଲରଙ୍କୁ ଭରସା କରିଇଲେ । ଏହି ସମୟରେ ସେ କ୍ୟାପଟେନ୍ କୁଲ୍ ଥିଲେ ।

ଇରଫାନ ୨୦୦୭ ଟି୨୦ ବିଶ୍ୱକପ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଜିତିଥିବା ଦଳର ସଦସ୍ୟ ରହିଥିଲେ । ତେବେ ଧୋନୀ ସମୟ ବିତିବା ସହ ନିଜ ନେତୃତ୍ୱ ଷ୍ଟାଇଲରେ ପରିବର୍ତ୍ତନ କରିଥିଲେ । ୨୦୦୭ରେ ସେ ନେତୃତ୍ୱ ନେବା ବେଳେ ଅଧିକ ଉତ୍ସାହିତ ଥିଲେ । ପରେ କିନ୍ତୁ ସେ କଣ କରିବା ଆବଶ୍ୟକ ବୁଝିଥିଲେ । ସେତେବେଳେ ଟିମ୍‌ର ବୈଠକ ମାତ୍ର ୫ ମିନିଟରେ ସରିଯାଉଥିଲା । ଧୋନୀ କଠିନ ପରିସ୍ଥିତିରେ ସ୍ପିନରଙ୍କୁ ବୋଲିଂ ଦାୟିତ୍ୱ ଦେଉଥିଲେ ।

   Related Posts