Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜବରଦସ୍ତ ଫର୍ମରେ ଧୋନି : ହେଲିକପ୍ଟର ସଟ୍ ଓ ଲମ୍ବା-ଲମ୍ବା ଛକା ମାରୁଛନ୍ତି ମାହି , ଭିଡିଓ ଭାଇରାଲ୍

16/09/2020 at 12:25 PM

ନୂଆଦିଲ୍ଲୀ ୧୬।୦୯: କିଛି ଦିନ ତଳେ ଆନ୍ତର୍ଜତୀୟ କ୍ରିକେଟରୁ ଅବସର ନେଇଛନ୍ତି କ୍ୟାପ୍‌ଟେନ୍‌ କୁଲ୍‌ । କିନ୍ତୁ ୨୦୨୦ ଆଇପିଏଲ୍‌ରେ ନିଜର ଜୋରଦାର ଫର୍ମରେ ପ୍ରତ୍ୟାବର୍ତ୍ତନ କରିବାର ଢେର୍ ଆଶା ରହିଛି । ଏଥିପାଇଁ ପଡିଆରେ ଜୋରଦାର ଅଭ୍ୟାସ ଜାରି ରଖିଛନ୍ତି ।

୧୯ ସେପ୍ଟେମ୍ବରରୁ ଆରମ୍ଭ ହେଉଥିବା ଆଇପିଏଲ୍‌ ୨୦୨୦କୁ ନେଇ ନେଟ୍‌ସରେ ଜୋରାଦର ପ୍ରାକ୍ଟିସ୍‌ କରୁଛନ୍ତି । ଚେନ୍ନାଇ ସୁପର କିଙ୍ଗ୍‌ସର ଅଫିସିଆଲ୍‌ ଟ୍ୱିଟ୍‌ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରାଯାଇଛି । ଯେଉଁଥିରେ ଧୋନି ଲମ୍ବା-ଲମ୍ବା ସଟ୍‌ ଖେଳୁଥିବାର ଦେଖିବାକୁ ମିଳିଛି । ଧୋନିଙ୍କୁ ସେହି ରୂପରେ ଦେଖିବାକୁ ମିଳୁଛି, ଯେମିତି ପୂର୍ବରୁ ସେ ଅନ୍ତଜାର୍ତୀୟ କ୍ରିକେଟର ମଇଦାନରେ ଦେଖିବାକୁ ମିଳିଥିଲା । ନିଜ କ୍ରିକେଟ ଆରମ୍ଭରୁ ଯେପରି ବିନା ଡରି ବୋଲରମାନଙ୍କୁ ସାମ୍ନା କରୁଥିଲେ । ଏପରି ଭାବେ ୟୁଏଇରେ ଅଭ୍ୟାସ ଜାରି ରଖିଥିବା ଦେଖିବାକୁ ମିଳିଛି ।  

ମହେନ୍ଦ୍ର ସିଂହ ଧୋନି ନିଜର ସବୁଠାରୁ ପ୍ରିୟ ସଟ୍‌ ହେଲିକାପ୍ଟର ସଟ୍‌ ୟୁଏଇରେ ଦେଖିବାକୁ ମିଳିବ । ଅଭ୍ୟାସ ମ୍ୟାଚ୍‌ ସମୟରେ ମାହି ଏହି ସଟ୍‌ ଖେଳୁଥିବାର ଦେଖିବାକୁ ମିଳିଛି ।  ଏହାପୂର୍ବରୁ ଏକ ଭିଡିଓରେ ଧୋନି ବଲ୍‌କୁ ଜୋରଦାର ସଟ୍‌ ମାରିଥିବାର ଦେଖିବାକୁ ମିଳିଛି । ଧୋନିଙ୍କ ଏହି ସଟ୍‌ରେ ବଲ୍‌ଟି ଷ୍ଟାଡିୟମ ବାହାରକୁ ଚାଲିଯାଇଥିଲା । ଯାହାଦ୍ୱାର ପାଖରେ ଥିବା ଖେଳାଳିମାନେ ଖୁବ୍‌ ଉଲ୍ଲାସିତ ହେଉଥିବାର ଦେଖିବାକୁ ମିଳିଛି ।  ଚଳିତ ବର୍ଷର ଆଇପିଏଲ୍‌ ଧୋନିଙ୍କ ପାଇଁ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି । କାହିଁକି ନା ଧୋନି ଆଇପିଏଲ୍‌ ବ୍ୟତୀତ ଆଉ କୌଣସି କ୍ରିକେଟ୍‌ ଖେଳିବେ ନାହିଁ । ତେଣୁ ଆଇପିଏଲ୍‌ର ମହତ୍ୱ ତାଙ୍କ ପାଇଁ ଖୁବ୍‌ ବେଶୀ ରହିଛି ।

ସୂଚନାଯୋଗ୍ୟ ଯେ, ୨୦୧୯ ବିଶ୍ୱକପ୍‌ ପରେ ଧୋନି ଖୁବ୍‌ ଆଲୋଚନାର ସମ୍ମୁଖୀନ ହୋଇଛନ୍ତି । ବିଶ୍ୱକପ୍‌ରେ ପରାଜୟ ପାଇଁ ଧୋନିଙ୍କ ଦାୟୀ କରିଥିଲେ । ତେଣୁ ଆସନ୍ତା ଆଇପିଏଲ୍‌ରେ ଧୋନି ଧୁଆଁଧାର ପାରି ଖେଳି ସମାଲୋଚକଙ୍କ ମୁହଁ ବନ୍ଦ କରିବା ଉଚିତ୍‌ । ୨୦୧୯ ବିଶ୍ୱକପ୍‌ରେ ଧୋନି କୌଣସି ବି ଅନ୍ତର୍ଜତୀୟ ମ୍ୟାଚ୍‌ ଖେଳିନାହାନ୍ତି । ଯୁଏଇରେ ଆଇପିଏଲ୍‌ ଖେଳିବାକୁ ଯିବା ପୂର୍ବରୁ ଅବସର ଘୋଷଣା କରିଥିଲେ । ଯାହାର ଅନେକ ଖେଳ ପ୍ରଶଂସକଙ୍କ ପାଇଁ ବଡ଼ ଝଟ୍‌କା ଥିଲା ।  

   Related Posts