Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଏବେ ଯାଏଁ ରାଞ୍ଚି ଫେରି ନାହାନ୍ତି ଧୋନି: ପ୍ରଥମେ ବିଦେଶୀ ଓ ସାଥି ଖେଳାଳିଙ୍କୁ ଘରକୁ ପଠାଇବେ, ପରେ ନିଜେ ଫେରିବେ

6/05/2021 at 5:31 PM

ନୂଆଦିଲ୍ଲୀ ୦୬/୦୫ : ସିଏସକେ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଏକ ନିଷ୍ପତ୍ତି କ୍ରିକେଟ ପ୍ରଶଂସକଙ୍କ ମନ ଜିତିଛି। କରୋନା ଯୋଗୁଁ ମଙ୍ଗଳବାର ଦିନ ଆଇପିଏଲ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍ଥଗିତ କରିଦିଆଯାଇଛି। ଖେଳାଳି ଧୀରେ ଧୀରେ ନିଜ ଘରକୁ ଫେରୁଛନ୍ତି। ଧୋନି ନିଷ୍ପତ୍ତି ନେଇଛନ୍ତି ଯେ ତାଙ୍କ ଟିମର ସମସ୍ତ ଖେଳାଳି ଫେରିବା ପରେ ସେ ନିଜ ଘରକୁ ଫେରିବେ। ଧୋନି କହିଛନ୍ତି ଯେ ବିଦେଶୀ ଖେଳାଳିଙ୍କୁ ଘରକୁ ପହଞ୍ଚାଇବା ପରେ ସେ ନିଜ ଘରକୁ ଫେରିବେ। ବର୍ତ୍ତମାନ ସିଏସକେ ଖେଳାଳି ଦିଲ୍ଲୀରେ ଅଛନ୍ତି। ସିଏସକେ ଖେଳାଳି ସେମ କୁରେନ ଓ ମୋଇନ ଅଲି ବୁଧବାର ଦିନ ନିଜ ଦେଶକୁ ଫେରିଯାଇଛନ୍ତି। ବିସିସିଆଇ ସାହାଯ୍ୟରେ ଚାର୍ଟାର୍ଡ ଫ୍ଲାଇଟ ସାହାଯ୍ୟରେ ବିଦେଶୀ ଖେଳାଳିଙ୍କୁ ସ୍ବଦେଶ ପଠାଯାଉଛି।

ଟିମ ସଦସ୍ୟଙ୍କ ସହ ଭର୍ଚୁଆଲ ମିଟିଂରେ ଧୋନି କହିଥିଲେ ଯେ ଆଇପିଏଲ ଭାରତରେ ହେଉଥିଲା, ବିଦେଶୀ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ନିଜ ଦେଶକୁ ପଠାଇବାକୁ ପ୍ରାଥମିକତା ଦିଆଯିବ ଉଚିତ। ଭାରତୀୟ ଖେଳାଳି ପରେ ଫେରିପାରିବେ। ସିଏସକେ ସଦସ୍ୟ କହିଛନ୍ତି, ମାହି ଭାଇ କହିଛନ୍ତି ଯେ ଶେଷରେ ହୋଟେଲ ଛାଡ଼ିବେ ସେ ପ୍ରଥମ ବିଦେଶୀ ଓ ପରେ ଭାରତୀୟ ଖେଳାଳିଙ୍କୁ ଘରକୁ ପଠାଇବେ। ସମସ୍ତେ ସୁରକ୍ଷିତ ହିସାବରେ ପହଞ୍ଚିବା ପରେ ସେ ନିଜ ଘରକୁ ଯିବେ।

ସିଏସକେ ନିଜ ଖେଳାଳିଙ୍କ ପାଇଁ ଦିଲ୍ଲୀରେ ଚାର୍ଟାର୍ଡ ଫ୍ଲାଇଟ ବ୍ୟବସ୍ଥା କରିଛି। ଚେନ୍ନାଇ ଖେଳାଳିଙ୍କୁ ପ୍ରଥମେ ରାଜକୋଟ ଓ ମୁମ୍ବାଇରେ ଛଡ଼ାଯିବ। ଅନ୍ୟ ଖେଳାଳିଙ୍କୁ ସନ୍ଧ୍ୟାରେ ବେଙ୍ଗାଲୁରୁ ଓ ଚେନ୍ନାଇରେ ଛଡ଼ାଯିବ। ଗୁରୁବାର ସନ୍ଧ୍ୟାରେ ଧୋନି ରାଞ୍ଚି ସ୍ଥିତ ନିଜ ଘରକୁ ଯିବେ। ମୁମ୍ବାଇ ଓ ପଞ୍ଜାବ ଟିମ ମଧ୍ୟ ନିଜ ଭାରତୀୟ ଖେଳାଳିଙ୍କ ପାଇଁ ଚାର୍ଟାର୍ଡ ଫ୍ଲାଇଟ ବ୍ୟବସ୍ଥା କରିଛି।

ଆଇପିଏଲରେ ସାମିଲ ହୋଇଥିବା ଇଂଲଣ୍ଡର ୮ ଖେଳାଳି ବୁଧବାର ଦିନ ସ୍ବଦେଶ ଫେରି ଯାଇଛନ୍ତି। ଅଷ୍ଟ୍ରେଲିଆର ଖେଳାଳି ଖୁବ ଶୀଘ୍ର ଚାର୍ଟାର୍ଡ ଫ୍ଲାଇଟରେ ମାଳଦ୍ଵୀପ ଯିବେ। ଅଷ୍ଟ୍ରେଲିଆ ସୀମା ଖୋଲିବା ଯାଏଁ ଖେଳାଳି ସେଠାରେ ରହିବେ।

   Related Posts