Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ-୨୦୨୦ : ରୋମାଞ୍ଚକର ମୁକାବିଲାରେ ପଞ୍ଜାବଠୁ ୧୨ ରନରେ ହାରିଲା ହାଇଦ୍ରାବାଦ
  • ||

ଚିନ୍ତାରେ ଧୋନୀ, ପ୍ଲେ-ଅଫ୍‌ରୁ ବାଦ୍ ପଡିପାରେ ସିଏସକେ

11/10/2020 at 8:32 AM

ଦୁବାଇ,୧୧/୧୦:  ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଚଳିତ ଆଇପିଏଲ ନୈରାଶ୍ୟଜନକ ରହିଛି । ଶନିବାର ମହେନ୍ଦ୍ର ସିଂ ଧୋନୀଙ୍କ ସିଏସକେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ୩୭ ରନରେ ପରାସ୍ତ ହୋଇଛି । ଏହା ହେଉଛି ଚଳିତ ଟୁର୍ଣ୍ଣାମେଣ୍ଟରେ ଚେନ୍ନାଇର ପଞ୍ଚମ ପରାଜୟ । ତେବେ ଏହି ପରାଜୟ ପରେ ଧୋନୀଙ୍କ ଟିମ୍ ଗୁରୁତର ଭାବେ ଫସିଯାଇଛି । ଏହା ଦଳର ପଞ୍ଚମ ପରାଜୟ । ଲଗାତର ପରାଜୟ ପରେ ଚେନ୍ନାଇର ପ୍ଲେ ଅଫରେ ପହଁଚିବାର ଆଶା ଧିରେଧିରେ ମଉଳି ଯାଉଛି ।

ଟୁର୍ଣ୍ଣାମେଣ୍ଟର ପ୍ରଥମ ଦୁଇଟି ସପ୍ତାହରେ ତେନ୍ନାଇ ପଏଣ୍ଟ ଟେବୁଲରେ ସବୁଠାରୁ ତଳେ ରହିଥିଲା । କିନ୍ତୁ ପଞ୍ଜାବ ବିପକ୍ଷରେ ୧୦ ଓ୍ୱିକେଟରେ ମ୍ୟାଚ୍ ଜିତିବା ପରେ ଦଳ ୬ ନମ୍ବରକୁ ଉଠିଥିଲା । ଦଳକୁ ପ୍ଲେଅଫରେ ସ୍ଥାନ ପାଇବାକୁ ହେଲେ ଟପ୍ ୪ରେ ରହିବାକୁ ହେବ ।

ଏହି ଟୁର୍ଣ୍ଣାମେଣ୍ଟର ଲିଗ୍ ମ୍ୟାଚରେ ପ୍ରତିଟି ଟିମ୍ ୧୪ଟି ଲେଖାଏଁ ମ୍ୟାଚ୍ ଖେଳିବେ । ଅର୍ଥାତ ଗୋଟିଏ ଟିମ୍ ଅନ୍ୟ ଦଳ ବିପକ୍ଷରେ ୨ଟି ମ୍ୟାଚ୍ ଖେଳିବ । ଚେନ୍ନାଇର ଅଧା ଯାତ୍ରା ଶେଷ ହୋଇଯାଇଛି । ଦଳ ୭ଟି ମ୍ୟାଚ୍ ଖେଳି ସାରିଛି । ଫଳରେ ପ୍ଲେ ଅଫ୍ ରେସରୁ ବାଦ୍ ପଡିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ପ୍ଲେ ଅଫରେ ପହଁଚିବାକୁ ହେଲେ ଦଳକୁ ଅତି କମରେ ଆଉ ୬ଟି ମ୍ୟାଚ୍ ଜିତିବାକୁ ହେବ । ତେବେ ଏହା କଷ୍ଟକର ।

ବ୍ୟାଟିଂରୁ ଆରମ୍ଭ କରି ବୋଲିଂ ଯାଏଁ ସବୁ ବିଭାଗରେ ଚେନ୍ନାଇ ଫେଲ୍ ମାରିଛି । ଦଳର ୨ ବରିଷ୍ଠ ଖେଳାଳି ସୁରେଶ ରାଇନା ଓ ହରଭଜନ ସିଂ ଚଳିତ ବର୍ଷ ଆଇପିଏଲ ଖେଳୁ ନାହାଁନ୍ତି । ଓ୍ୱିକେଟ୍ ଥିଲେ ମଧ୍ୟ ବ୍ୟାଟସମ୍ୟାନମାନେ ରନର ଗତି ବଢାଇ ପାରୁ ନାହାଁନ୍ତି । ଏହାକୁ ନେଇ ଅଧିନାୟକ ଧୋନୀ ମଧ୍ୟ ଚିନ୍ତାରେ ପଡି ଯାଇଛନ୍ତି ।

   Related Posts