ମ୍ୟାଚ ପରେ ହାଲିଆ ହୋଇ ଏୟାରପୋର୍ଟ ଭୂଇଁରେ ହିଁ ଶୋଇପଡିଲେ ଧୋନୀ, ସାଙ୍ଗରେ ଥିଲେ ପତ୍ନୀ

Published By : Prameya-News7 Bureau | April 11, 2019 IST

ଜୟପୁର ୧୧/୪ : ଇଣ୍ଡିଆନ ଟି-୨୦ ଲିଗ ମ୍ୟାଚର ଦ୍ୱାଦଶ ସିଜନରେ ଚେନ୍ନାଇ ୬ଟି ରୁ ୫ଟି ମ୍ୟାଚ ଜିତି ୧ ନମ୍ବର ଟିମ ହୋଇଛି | ମଙ୍ଗଳବାର ଦିନ ଖେଳ ଯାଇଥିବା ୨୩ତମ ମ୍ୟାଚରେ ଧୋନୀଙ୍କ ଚେନ୍ନାଇ ଟିମ କୋଲକାତାକୁ ପରାସ୍ତ କରିଥିଲା | କୋଲକାତା ମାତ୍ର ୧୮୦ ରନ କରିଥିଲା | ଧୋନୀଙ୍କ ଟିମ ୭ ଉଇକେଟରେ ଜିତିଥିଲେ |

{"id":102403}


ମ୍ୟାଚ ପରେ ଚେନ୍ନାଇ ଟିମ ସକାଳୁ ସକାଳୁ ଜୟପୁର ଯାଇଥିଲା | ଧୋନୀଙ୍କ ଇନ୍ସଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରାଯାଇଥିଲା | ଫଟୋରେ ସେ ଏବଂ ତାଙ୍କ ପତ୍ନୀ ସାକ୍ଷୀ ଏୟାରପୋର୍ଟରେ ମୁଣ୍ଡ ତଳେ ବ୍ୟାଗ ରଖି ତଳେ ସୋଇଥିବା ଦେଖିବାକୁ ମିଳିଥିଲା | ଧୋନୀ ଏହି ଫଟୋ ନିଜ ଇନ୍ସଟାଗ୍ରାମ ପେଜରେ ସେୟାର କରିଥିଲେ | ସେ ଲେଖିଥିଲେ ଯେ, ଯେତେବେଳେ ଆଇପିଏଲ ସମୟର ଅଭ୍ୟାସ ହୋଇଯାଏ ଏବଂ ସକାଳୁ ସକାଳୁ ଫ୍ଲାଇଟ ଧରିବାକୁ ଥାଏ ସେତେବେଳେ ଅବସ୍ଥା ଏହିଭଳି ହିଁ ହୋଇଥାଏ | କାରଣ ସମୟରେ ପହଁଞ୍ଚିବାକୁ ଥାଏ ଏବଂ ବିଶ୍ରାମ ନେବା ମଧ୍ୟ ଜରୁରୀ ହୋଇଯାଇଥାଏ |

{"id":102404}


ଦେଖୁ ଦେଖୁ ଧୋନୀ ଏବଂ ସାକ୍ଷୀଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଯାଇଥିଲା | ଏହି ଫଟୋକୁ ଚେନ୍ନାଇର ଅଫିସିଆଲ ଆକାଉଣ୍ଟ ମଧ୍ୟ ସେୟାର କରିଥିଲା | ଲୋକେ ମଧ୍ୟ ଧୋନୀଙ୍କ ସାଧାରଣ ଜୀବନ ଶୈଳୀକୁ ଖୁବ ପ୍ରଶଂସା କରିଛନ୍ତି ଏବଂ ସଲାମ ଜଣାଇଛନ୍ତି |

{"id":102405}


ଧୋନୀ ଅଧିକାଂଶ ସମୟରେ ଥକା ହୋଇଯାଇଥିଲେ ବିଶ୍ରାମ ନେବା ପାଇଁ ଭୂମି ଉପରେ ହିଁ ଶୋଇ ପଡନ୍ତି |

wp:quote

After getting used to IPL timing this is what happens if u have a morning flight https://t.co/3zWrBEWYob— Mahendra Singh Dhoni (@msdhoni) April 10, 2019

/wp:quote


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.