Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ଜୀବନର ଅସୁବିଧା ସମୟରେ ଜଣାପଡେ କିଏ ପର ଓ କିଏ ଆପଣାର ବୋଲି କହିଲେ ମହେନ୍ଦ୍ର ସିଂ ଧୋନୀ, ଜାଣନ୍ତୁ କାହିଁକି…

30/07/2019 at 11:43 AM

ନୂଆଦିଲ୍ଲୀ ୩୦|୭: ଯେତେବେଳେ ଜଣେ ହାରିଯାଇଯାଇଥିବ, ଅସୁବିଧାରେ ଥିବ କିମ୍ବା ଖରାପ ସମୟ ଚାଲିଥିବ ସେତେବେଳେ ହିଁ ଜଣାପଡେ କିଏ ନିଜର ଓ କିଏ ପର । ଧିମା କ୍ରିକେଟକୁ ନେଇ ସମାଲୋଚନାର ଶିକାର ହୋଇ ଆସୁଥିବା  ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବତନ ଅଧିନାୟକ ତଥା ଓ୍ବିକେଟ୍ କିପର ମହେନ୍ଦ୍ର ସିଂ ଧୋନୀ ଏଭଳି ଏକ ଦାର୍ଶନିକ ମନ୍ତବ୍ୟ ଦେଇଛନ୍ତି । ବିଶ୍ବକପ୍ ବେଳଠୁ ତାଙ୍କ ପ୍ରଦର୍ଶନ ଦେଖି ସେ ସନ୍ୟାସ ନେବା ଉଚିତ୍ ବୋଲି ବିଭିନ୍ନ ସମୀକ୍ଷକଙ୍କ ମତ ସାଙ୍ଗକୁ କ୍ରିକେଟ ପ୍ରେମିଙ୍କ ମିଶ୍ରିତ ପ୍ରତିକ୍ରିୟା ଧୋନୀଙ୍କୁ ବ୍ୟଥିତ କରିଛି ନିଶ୍ଚୟ । ତାଙ୍କ ସମ୍ପର୍କରେ ବିଭିନ୍ନ ମତ ମନ୍ତବ୍ୟ ଶୁଣିବା ପରେ ଧୋନୀ ଏଭଳି ଏକ ଦାର୍ଶନିକ ମନ୍ତବ୍ୟ ଦେଇଛନ୍ତି ।

ଇଂଲଣ୍ଡ ବିଶ୍ବକପ୍ ବିଜେତା ହୋଇଛି । ଚଳିତ ବିଶ୍ବକପ୍ ରେ ଭାରତୀୟ ଦଳର ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରଦର୍ଶନକୁ ଦେଖି ଲାଗୁଥିଲା ଯେ, ଭାରତ ଏଥର ନିଶ୍ଚୟ ବିଜୟ ମୁକୁଟ ପିନ୍ଧିବ । ମାତ୍ର ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ସେମିଫାଇନାଲରେ ହାରିବା ପରେ ଭାରତର ବିଶ୍ବକପ୍ ଜିତିବାର ସ୍ବପ୍ନ ଅଧୁରା ରହିଯାଇଥିଲା । ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ଭାରତ ହାରିବା ପରେ ଏହା କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିବା ସହ ଖୁବ୍ ଆଶ୍ଚର୍ଯ୍ୟ ମଧ୍ୟ କରିଥିଲା ।

ଭାରତୀୟ କ୍ରିକେଟ୍ ଟିମ୍ ର ପୂର୍ବତନ ଅଧିନାୟକ ତଥା ଓ୍ବିକେଟ୍ କିପର ମହେନ୍ଦ୍ର ସିଂ ଧୋନୀ ବିଶ୍ବକପ୍ ପରେ ଭାରତର ପରାଜୟକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ଯଦି ତୁମକୁ ଜଣାଅଛି ତୁମ ଭୁଲ ପାଇଁ ଦଳର ପରାଜୟ ହୋଇନାହିଁ ତେବେ ତାହାକୁ ସ୍ବୀକାର କରିବା ବହୁତ କଠିନ ହୋଇଥାଏ । ଧୋନୀ କହିଛନ୍ତି ସମସ୍ତ ଭାରତୀୟ ଖେଳାଳି ଭଲ ପ୍ରଦର୍ଶନ କରୁଥିବାବେଳେ ଅଚାନକ ଦଳ ଟୁର୍ଣ୍ଣାମେଣ୍ଟରୁ ବାହାରିଯାଉଛି । ଏଭଳି ପରାଜୟକୁ ସ୍ବୀକାର କରିବା ବହୁତ କଠିନ ବୋଲି ଧୋନୀ କହିଛନ୍ତି ।

ପ୍ରଥମ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିବାକୁ ନେଇ ମହେନ୍ଦ୍ର ସିଂହ ଧୋନୀ କହିଛନ୍ତି ଯେ, ଏଭଳି ପରାଜୟରୁ ସେ ବହୁତ କିଛି ଶିଖିଛନ୍ତି । ବଡ ବଡ ପରାଜୟ ପ୍ରେରଣା ଦେଇଥାଏ ବୋଲି ଧୋନୀ କହିଛନ୍ତି । ଜଣେ ଭଲ ମଣିଷ ହେବାରେ ମଧ୍ୟ ପରାଜୟ ହିଁ ସାହାଯ୍ୟ କରିଥାଏ । ଏଭଳି ସମୟରେ ଜଣାପଡିଥାଏ ଯେ, କିଏ ନିଜର ଆଉ କିଏ ପର ବୋଲି ।

ସାକ୍ଷାତକାରରେ ଧୋନୀ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ସେ ଛୋଟ ଥିଲେ ବହୁତ ଭୁଲ କରୁଥିଲେ । ପରେ ସେ ତାକୁ ସୁଧାରିବାକୁ ଚେଷ୍ଟା ମଧ୍ୟ କରିଛନ୍ତି । ନିଜକୁ ସୁଧାରିବା ଏବଂ ପ୍ରସ୍ତୁତ କରିବା ପାଇଁ ସେ ବହୁତ ପରିଶ୍ରମ କରିଥିଲେ । ଏମିତିରେ ସେ ଗୋଟିଏ କଥା ଶିଖିଥିଲେ ଯେ, କଠିନ ପରିଶ୍ରମ ହିଁ ପରବର୍ତ୍ତି ସମୟରେ କାମରେ ଆସିଥାଏ ବୋଲି ।

   Related Posts