କେମିତି କମ୍ ବ୍ୟାକ୍ କଲା ସିଏସକେ ? ୫ଟି ବିଜୟ ପରେ ଦଳର ନୂଆ ଗେମ୍ ପ୍ଲାନ୍ ନେଇ ମୁହଁ ଖୋଲିଲେ ଧୋନୀ

Published By : Prameya-News7 Bureau | April 29, 2021 IST

ନୂଆଦିଲ୍ଲୀ, ୨୯।୦୪:  ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗସ୍ ପ୍ଲେ ଅଫ୍ ଯାଏଁ ପହଁଚିପାରି ନଥିଲା । କିଛି ମ୍ୟାଚ୍ ଛାଡିଦେଲେ ଗତବର୍ଷ ଚେନ୍ନାଇର ପ୍ରଦର୍ଶନ ଖୁବ୍ ନୈରାଶ୍ୟଜନକ ଥିଲା । ଚଳିତ ବର୍ଷ ଦଳ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସଠୁ ପରାସ୍ତ ହୋଇଥିଲା । ସମସ୍ତେ ଭାବିଥିଲେ ଚେନ୍ନାଇ ପୁଣି ଫେଲ୍ ମାରିବ । କିନ୍ତୁ ପ୍ରଥମ ପରାଜୟ ପରେ ଚେନ୍ନାଇ ଭିନ୍ନ ଅନ୍ଦାଜରେ ଷ୍ଟାଡିୟମକୁ ଓହ୍ଲାଇଥିଲା । ଦଳ ଲଗାତର ଭାବେ ୫ଟି ମ୍ୟାଚ୍ ଜିତି ସମସ୍ତଙ୍କୁ ଚକିତ କରିଛି ।

ବୁଧବାର ସନରାଇଜର୍ସ ହାଇଦ୍ରାବାଦକୁ ଚେନ୍ନାଇ ୭ ଓ୍ୱିକେଟରେ ମାତ୍ ଦେଇଥିଲା । ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି ଯେ, ଦିଲ୍ଲୀରେ ଏଭଳି ପିଚ୍ ମିଳିବ ବୋଲି ଆଶା ନଥିଲା । ଦଳଭଲ ବ୍ୟାଟିଂ କରିଛି । ବୋଲରମାନେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଛନ୍ତି । ଓପନରମାନେ ମଜବୁତ ସ୍କୋର ଦେଇଥିଲେ ।

ଗତବର୍ଷ ପ୍ରଦର୍ଶନକୁ ନେଇ ଧୋନୀ କହିଛନ୍ତି ଯେ, ଖେଳାଳିମାନେ ଚଳିତ ବର୍ଷ ଅଧିକ ଦାୟିତ୍ୱ ନେଇଛନ୍ତି । ଗତ ୧୦ ବର୍ଷରେ ଦଳରେ ସେତେଟା ପରିବର୍ତ୍ତନ ହୋଇନାହିଁ । ସେହି ଖେଳାଳିଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଏ ଯେଉଁମାନଙ୍କୁ ସୁଯୋଗ ମିଳିନାହିଁ । ଭରସା ଜିତିବା ପାଇଁ ପ୍ରୟାସ କରାଯାଏ । ଡ୍ରେସିଂ ରୁମରେ ଭଲ ମାହୋଲ ରଖିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଯେଉଁମାନେ ଖେଳୁ ନାହାଁନ୍ତି ସେମାନଙ୍କୁ ମଧ୍ୟ ଶ୍ରେୟ ଦେବାକୁ ହେବ ବୋଲି ମାହି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.