ସେନାରେ ଡ୍ୟୁଟି ଶେଷକରି ଫେରିଲେ ଧୋନୀ, ସର୍ବପ୍ରଥମେ ଏୟାରପୋର୍ଟରେ କାହା ସହ ଭେଟ କଲେ,ଜାଣନ୍ତୁ

Published By : Prameya-News7 Bureau | August 18, 2019 IST

ନୂଆଦିଲ୍ଲୀ୧୮|୮: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ ସେନାବାହିନୀରେ ଡ୍ୟୁଟି ଶେଷକରି ଘରକୁ ଫେରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯିବେ ନାହିଁ ବରଂ ଭାରତୀୟ ସେନା ସହ କାମ କରିବେ ବୋଲି ସେ ନିଷ୍ପତ୍ତି ନେଥିଲେ। ଧୋନୀଙ୍କୁ ସ୍ବାଗତ କରିବା ପାଇଁ ଦିଲ୍ଲୀ ଏୟାରପୋର୍ଟରେ ତାଙ୍କ ଝିଅ ଜୀଭା ଓ ପତ୍ନୀ ସାକ୍ଷୀ ପ୍ରଥମେ ପହଞ୍ଚିଥିଲେ। ଆର୍ମି ପ୍ୟାଣ୍ଟ ଓ କଳା ଟି-ସାର୍ଟ ପିନ୍ଧି ଘରକୁ ଫେରିଥିଲେ ଧୋନୀ। ତାଙ୍କ ସହ ଅନ୍ୟ ଅଧିକାରୀଙ୍କୁ ମଧ୍ୟ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା।

{"id":145807,"width":609,"height":554}

ସୂଚନାଯୋଗ୍ୟ ଯେ, ବିଶ୍ବକପ ଟୁର୍ଣ୍ଣାମେଣ୍ଟ ପରେ ଭାରତୀୟ ସେନାବାହିନୀ​‌ରେ ପ୍ରଶିକ୍ଷଣ ନେବେ ବୋଲି ଧୋନୀ ନିଷ୍ପତ୍ତି ନେଇଥିଲେ। ଗତ ଜୁଲାଇ ୩୦ ତାରିଖରେ ସେ ଭାରତୀୟ ସେନାବାହିନୀରେ ଯୋଗ ଦେଇଥିଲେ। ସୋସିଆଲ ମିଡିଆରେ ମଧ୍ୟ ଧୋନୀଙ୍କ ସେନାବାହିନୀ​ରେ ପ୍ରଶିକ୍ଷଣ ନେବା ସମୟର ଫଟୋ ଭାଇରାଲ ହୋଇଥିଲା। ଏହି ଫଟୋକୁ ମଧ୍ୟ ଧୋନୀ ପ୍ରଶଂସକ ବହୁତ ପସନ୍ଦ କରିଥିଲେ। ଭାରତୀୟ ସେନାରେ ଧୋନୀ ଥିବା ସମୟରେ କାଶ୍ମୀରରୁ ଧାରା ୩୭୦ ଓ ୩୫ଏ ଉଚ୍ଛେଦ କରାଯାଇଥିଲା।

{"id":145808,"width":589,"height":451}

ଧୋନୀଙ୍କ ଡ୍ୟୁଟି ଶେଷ ହେବା ପୂର୍ବରୁ ଅର୍ଥାତ ଅଗଷ୍ଟ ୧୫ ତାରିଖ, ସ୍ବାଧୀନତା ଦିବସରେ ସେ ଲଦାଖ ପରିଦର୍ଶନରେ ଯାଇଥିଲେ। ସେଠାରେ ଥିବା ହସ୍ପିଟାଲ ପରିଦର୍ଶନ କରିବା ସହ ରୋଗୀଙ୍କ ଦେହ କଥା ପଚାରି ବୁଝିଥିଲେ ଧୋନୀ। ଧୋନୀଙ୍କ ଡ୍ୟୁଟି ଶେଷ ହେବାପରେ ଧୋନୀଙ୍କୁ ବିଦାୟ ଦେବା ପାଇଁ ସେନାବାହିନୀର ବରିଷ୍ଠ ଅଧିକାରୀ ମଧ୍ୟ ଆସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.