ଆଇପିଏଲ୍ ପ୍ରସ୍ତୁତି ପାଇଁ ଚେନ୍ନାଇରେ ପହଞ୍ଚିଲେ ଧୋନି: ସୋସିଆଲ୍ ମିଡ଼ିଆରେ ଟ୍ରେଣ୍ଡ୍ ହେଉଛି 'Definitely Not'

Published By : Prameya-News7 Bureau | March 04, 2021 IST

ନୂଆଦିଲ୍ଲୀ ୦୪/୦୩ : ପୂର୍ବତନ ଭାରତୀୟ କ୍ରିକେଟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନି ଆଇପିଏଲ ୨୦୨୧ ପ୍ରସ୍ତୁତିରେ ଲାଗିଛନ୍ତି। ବୁଧବାର ଦିନ ଧୋନି ଚେନ୍ନାଇ ବିମାନବନ୍ଦରରୁ ବାହାରୁଥିବା ନଜର ଆସିଥିଲେ। ଆସନ୍ତା ସପ୍ତାହରେ ସିଏସକେ ଆଇପିଏଲ ପ୍ରସ୍ତୁତି ନେଇ କ୍ୟାମ୍ପ ଲାଗିପାରେ।

wp:embed {"url":"https://twitter.com/ChennaiIPL/status/1367316724333178885","type":"rich","providerNameSlug":"twitter","responsive":true,"className":""}
https://twitter.com/ChennaiIPL/status/1367316724333178885
/wp:embed

ଚେନ୍ନାଇ ସୁପରକିଙ୍ଗ୍ସ ମଧ୍ୟ ଧୋନିଙ୍କ ଫଟୋ ସେୟାର କରି ଆଇପିଏଲର ନୂଆ ସେସନ ପାଇଁ ତାଙ୍କୁ ସ୍ୱାଗତ କରିଛି। ସର୍ବପ୍ରଥମେ ଅମ୍ବାତି ରାଇଡ଼ୁ ଚେନ୍ନାଇରେ ପହଞ୍ଚିଥିଲେ। ରାଇଡ଼ୁ ଓ ଧୋନିଙ୍କ ଛଡା ଘରୋଇ sports ମଧ୍ୟ ଚଳିତ ସପ୍ତାହରେ ଚେନ୍ନାଇରେ ନଜର ଆସିପାରନ୍ତି। ଚଳିତ ମାସ ଦ୍ୱିତୀୟ ସପ୍ତାହରେ ଚେନ୍ନାଇ ସୁପରକିଙ୍ଗ୍ସର ଟ୍ରେନିଂ କ୍ୟାମ୍ପ ଆରମ୍ଭ ହୋଇପାରେ। ଧୋନି ଏହି ଟ୍ରେନିଂ କ୍ୟାମ୍ପରେ ସିଏସକେର ନେତୃତ୍ୱ ନେଇପାରନ୍ତି।

wp:embed {"url":"https://twitter.com/ChennaiIPL/status/1367173075158982658","type":"rich","providerNameSlug":"twitter","responsive":true,"className":""}
https://twitter.com/ChennaiIPL/status/1367173075158982658
/wp:embed

ଧୋନି ଚେନ୍ନାଇରେ ପହଞ୍ଚି ସ୍ପଷ୍ଟ କରିଛନ୍ତି ଯେ ସେ ଆଇପିଏଲ ୨୦୨୧ରୁ ହଟିନାହାନ୍ତି ଏବଂ ଚେନ୍ନାଇ ସୁପରକିଙ୍ଗ୍ସର ନେତୃତ୍ୱ ନେବେ। ସେ ଚେନ୍ନାଇରେ ପହଞ୍ଚିବା ପରେ definitely not ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ ହେବାରେ ଲାଗିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.