ବଳିଦାନ ବ୍ୟାଚ୍ ଗ୍ଲୋବସ ବିନା ଷ୍ଟାଡିୟମକୁ ଓହ୍ଲାଇଲେ ଧୋନୀ

Published By : Prameya-News7 Bureau | June 09, 2019 IST

ଲଣ୍ଡନ : ଓଭାଲଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଅନୁଷ୍ଠିତ  ମ୍ୟାଚ୍ କୁ ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ତାଙ୍କ ବଳିଦାନ ବ୍ୟାଚ୍ ଗ୍ଲୋବସ୍ ବିନା ଖେଳିଛନ୍ତି। ସାଉଥ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ ରେ ଧୋନୀ ତାଙ୍କର ବଳିଦାନ ବ୍ୟାଚ ଗ୍ଲୋବସ ପିନ୍ଧି ଖେଳିଥିଲେ। ଯାହାକୁ ଆଇସିସି ନାପସନ୍ଦ କରିବା ସହ ପରବର୍ତ୍ତି ମ୍ୟାଚ୍ ରେ ନ ପିନ୍ଧିବାକୁ ତାଗିଦ କରିଥିଲେ। ସେହି ଅନୁସାରେ ଧୋନୀ ରବିବାର ଖେଳାଯାଇଥିବା ଦ୍ବିତୀୟ ମ୍ୟଚ୍ ରେ ଏହି ଗ୍ଲୋବସର ବ୍ୟବହାର କରିନାହାନ୍ତି।

{"id":121535}

ବ୍ୟାଚ୍ ରେ ଥିବା ସୈନ୍ୟ ସଙ୍କେତ ଯୋଗୁ ଆଇସସି ଏହାକୁ ବାରଣ କରିଥିଲା। ତେବେ ଏଥିପାଇଁ ବିସିସିଆଇ ପତ୍ର ଲେଖି ଅନୁରୋଧ କରିଥିଲେ ମଧ୍ୟ ଆଇସିସି ତାଙ୍କ ନିଷ୍ପତ୍ତି ପରିବର୍ତନ କରିନାହାନ୍ତି। କୌଣସି ଧର୍ମ, ରାଜନୈତିକ ବାର୍ତ୍ତା ଓ ସୈନ୍ୟ ସଙ୍କେତ ଥିବା ପୋଷାକ ଅଥବା କ୍ରିଡାଉପକରଣକୁ ବିଶ୍ବକପ୍ ରେ ଆଇସିସି କଡା ବାରଣ କରିଛନ୍ତି। ଏଣୁ ବିସିସିଆଇଙ୍କୁ ଏ ନେଇ ଆଇସିସି ଜଣାଇ ଦେବା ସହ ସାଧାରଣ କିପିଙ୍ଗ ଗ୍ଲୋବସ୍ ପିନ୍ଧି ଧୋନୀଙ୍କୁ ଖେଳିବାକୁ କହିବା ପାଇଁ ନିର୍ଦେଶ ଦେଇଥିଲେ। ସେହି ଅନୁସାରେ ଧୋନୀ ଦ୍ବିତୀୟ ମ୍ୟାଚ୍ ରେ ଭାରତୀୟ ଆର୍ମଡ ସ୍ପେଶାଲ ଫୋର୍ସର  ବ୍ୟାଚ୍ ଲଗାଥିବା ଗ୍ଲୋବସ ବ୍ୟବହାର କରିନାହାନ୍ତି।

{"id":121536}

ତେବେ ଆଇସିସିଙ୍କ ଅନୁସାରେ ପୂର୍ବତନ ଭାରତୀୟ କ୍ୟାପ୍ଟେନଙ୍କ  ଗ୍ଲୋବସରେ ଥିବା ସଂକେତ ୱିକେଟ୍ କିପର ଗ୍ଲୋବସକୁ ନେଇ ଥିବା ନିୟମକୁ ମଧ୍ୟ ଉଲ୍ଲଂଘନ କରୁଥିଲା। ତେବେ ମାମଲାକୁ ଆଉ ଅଧିକ ନବଢାଇବା ଲାଗି ବିସିସିଆଇ ନିଷ୍ପତ୍ତି ନେବା ସହ ଧୋନୀଙ୍କୁ ସାଧାରଣ କିପିଂ ଗ୍ଲୋବସ ପିନ୍ଧି ଖେଳିବା ପାଇଁ ପରାମର୍ଶ ଦେଇଥିଲେ। ସେପଟେ ଧୋନୀଙ୍କ ଗ୍ଲୋବସ୍ କୁ ନେଇ ଉପୁଜିଥିବା ବିବାଦରୁ ସେନା ନିଜକୁ ଦୂରେଇ ଦେଇଥିବା ଜଣାପଡିଛି। କ୍ରିକେଟ ଖେଳିବା ବେଳେ ୱିକେଟ୍ କିପିଂ ପାଇଁ  ଧୋନୀ ବ୍ୟବହାର କରୁଥିବା ଗ୍ଲୋବସ ତାଙ୍କର ନିଜ ନିଷ୍ପତ୍ତି ବୋଲି କହିଛି ଭାରତୀୟ ସେନା। ଆଇଏମଏ ପାସିଂ ଆଉଟ୍ ପ୍ୟାରେଡ ନିରୀକ୍ଷଣ ପରେ ୱେଷ୍ଟର୍ଣ୍ଣ କମାଣଅଡ ଲେଫ୍ଟନାଣ୍ଟ ଜେନେରାଲ ଚୈରିସ ମୈଥସନ୍ ଧୋନୀଙ୍କ ଗ୍ଲୋବସକୁ ନେଇ ନିଷ୍ପତ୍ତି ନେବାର ଅଧିକାର ଆଇସିସିଙ୍କର ରହିଛି। ତେବେ ସେ କଣ ପିନ୍ଧି ଖେଳିବେ ନ ଖେଳିବେ ତାହା ଆଇସିସିଙ୍କ ନିଷ୍ପତି ଉପରେ ନିର୍ଭର କରେ ତେବେ ଭାରତୀୟ ସେନା ତାଙ୍କ ପାଇଁ ଏଭଳି ଗ୍ଲୋବସ ପ୍ରସ୍ତୁତ କରେନା ବୋଲି ଜେନେରାଲ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.