ବାଂଲାଦେଶ ବିପକ୍ଷରେ ଟିମ ଇଣ୍ଡିଆରୁ ବାଦ ପଡିଲେ ଧୋନୀ, ଜାଣନ୍ତୁ କ'ଣ କହିଛନ୍ତି ଚୟନ ସମିତି ଅଧ୍ୟକ୍ଷ

Published By : Prameya-News7 Bureau | October 24, 2019 IST

ମୁମ୍ବାଇ :  ଆଗାମୀ ନଭେମ୍ବର ୧୪ରୁ ଆରମ୍ଭ ହେବ ବାଂଲାଦେଶ କ୍ରିକେଟ ଟିମର ଇଣ୍ଡିଆ ଟୁର। ଏଗି ଗସ୍ତକାଳରେ ବାଂଲାଦେଶ ଟିମ୍ ଟେଷ୍ଟ ସମେତ ଟି-୨୦ ସିରିଜ ବି ଖେଳିବ। ଏଥିଲାଗି ବିସିସିଆଇ ଚୟନ ସମିତି  ଗୁରୁବାର ଟିମ୍ ଇଣ୍ଡିଆର ଚୟନ କରିଛନ୍ତି। ଯେଉଁଥିରେ ଧୋନୀଙ୍କୁ ସ୍ଥାନ ମିଳିନଥିବା ଜଣାପଡିଛି। ବିସିସିଆଇର ନୂଆ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଧୋନୀଙ୍କ ସହ ତାଙ୍କ କ୍ୟାରିୟର ନେଇ ଆଲୋଚନା କରିବେ ବୋଲି କହିଥିଲେ। ହେଲେ ଚୟନ ସମିତି ଅଧ୍ୟକ୍ଷ ଏମ.ଏସ.କେ ପ୍ରସାଦ ନିଜର ପକ୍ଷ ସ୍ପଷ୍ଟ କରିଦେଇଛନ୍ତି।

{"id":174411,"width":575,"height":431}

ଏବେ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନରେ ଆମେ ଋଷଭ ପନ୍ଥଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିବୁ ବୋଲି ପ୍ରସାଦ କହିଛନ୍ତି। ଯଦିଓ ସେ ଧୋନୀଙ୍କ ଭଳି ଏତେ ଭଲ ଖେଳିପାରୁନାହାନ୍ତି ତଥାପି ତାଙ୍କ ଉପରେ ଆମେ ଧ୍ୟାନ ଦେବୁ ବୋଲି କହିଛନ୍ତି।  ପ୍ରସାଦ ଗଣମାଧ୍ୟମକୁ କହିଛନ୍ତି ଯେ ଗତ ବିଶ୍ୱକପ୍ ପରଠାରୁ ଆମେ ଯୁବବର୍ଗଙ୍କ ଠାରେ ବିକଳ୍ପ ଅନୁସନ୍ଧାନ କରୁଛୁ।  ଏଣୁ ଆମେ କ'ଣ ଚାହୁଁଛୁ ତାହା ଆପଣମାନେ ବୁଝି ପାରୁଥିବେ ।

{"id":174412}

ଖେଳାଳି ଚୟନ ପ୍ରସଙ୍ଗରେ ଧୋନୀଙ୍କ ସହ ମଧ୍ୟ ଆମେ ମଧ୍ୟ କଥା ହୋଇଛୁ। ସେ ମଧ୍ୟ ଯୁବ ଖେଳାଳିଙ୍କ ମାମଲାରେ ଆମକୁ ସମର୍ଥନ କରିଛନ୍ତି। ତେବେ ବୁଧବାର ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷପଦ ଦାୟିତ୍ୱ ନେବା ବେଳେ ସେ ଧୋନୀଙ୍କ ସହ ଥିବା କହିଥିଲେ। ତେବେ ଧୋନୀ କଣ ଭାବୁଛନ୍ତି ମୁଁ ଜାଣି ନଥିଲେ ମଧ୍ୟ ଧୋନୀଙ୍କୁ ନେଇ ଭାରତ ଗର୍ବିତ ବୋଲି ଗାଙ୍ଗୁଲୀ କହିଥିଲେ। ବାଂଲାଦେଶ ଟି-୨୦ ଲାଗି ସଞ୍ଜୁ ସାମସନଙ୍କୁ ଚୟନ କରାଯାଇଛି। ଟିମରେ ତାଙ୍କୁ ଜଣେ ବ୍ୟାଟସ୍ ମ୍ୟାନ ଭାବେ ସଞ୍ଜୁଙ୍କୁ ସ୍ଥାନ ମିଳିଛି। ସେହିପରି ଋଷଭ ପନ୍ଥ ୱିକେଟ୍ କିପର ଭାବେ ଖେଳିବେ ବୋଲି ପ୍ରସାଦ କହିଛନ୍ତି। ସଞ୍ଜୁ ତାଙ୍କ ଖେଳରେ ସୁଧାର ଆଣିଥିବା ବେଳେ ତାଙ୍କର ଇଣ୍ଡିଆ-ଏ ସିରିଜ ଉଲ୍ଳେଖନୀୟ ଥିଲା। ସେହିପରି ବିଜୟ ହଜାରେ ଟ୍ରଫିରେ ମଧ୍ୟ ତାଙ୍କର ପ୍ରଦର୍ଶନ ଉତ୍ସାହଜନକ ଥିଲା ବୋଲି ପ୍ରସାଦ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.