IPL 2020: ଟିମ୍ ପାଇଁ ବଡ ନିଷ୍ପତ୍ତି ନେଲେ ଧୋନୀ: ସବୁଆଡେ ହେଉଛି ପ୍ରଶଂସା

Published By : Prameya-News7 Bureau | September 08, 2020 IST

ନୂଆଦିଲ୍ଲୀ ୦୮/୦୯ : ଆଇପିଏଲ୍‌ର ସବୁଠାରୁ ସଫଳ ଟିମମାନଙ୍କ ମଧ୍ୟରୁ ଚେନ୍ନାଇ ସୁପର୍ କିଙ୍ଗ୍ସ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ ଟିମ୍ ପାଇଁ ଏକ ବଡ ଏବଂ ସାହସୀ ନିଷ୍ପତ୍ତି ନେଇଛନ୍ତି | ଧୋନୀଙ୍କ ଏହି ନିଷ୍ପତ୍ତି ପରେ ସବୁଆଡେ ତାଙ୍କର ପ୍ରଶଂସା ହେଉଛି | ଧୋନୀଙ୍କ ଟିମକୁ ଆଇପିଏଲ୍ ୨୦୨୦ରେ ସେପ୍ଟେମ୍ବର ୧୯ ତାରିଖରେ ଓପନିଂ ମ୍ୟାଚ୍ ବଦଳରେ ସେପ୍ଟେମ୍ବର ୨୩ ତାରିଖରେ ନିଜ ଅଭିଯାନର ଡେବ୍ୟୁ କରିବାକୁ ବିକଳ୍ପ ମିଳିଥିଲା | ଇନସାଇଡ ସ୍ପୋର୍ଟ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ଗଭର୍ଣ୍ଣିଙ୍ଗ କାଉନସିଲ୍ ଚେୟାରମ୍ୟାନ୍ ବ୍ରିଜେଶ ପଟେଲ ସିଏସକେକୁ ଆଇପିଏଲର ଚଳିତ ସିଜନର ପଞ୍ଚମ ମ୍ୟାଚ ଖେଳିବାକୁ ବିକଳ୍ପ ଦେଇଥିଲେ | ଯାହାଫଳରେ ସିଏସକେକୁ ପ୍ରସ୍ତୁତ ହେବାପାଇଁ ଅଧିକ ସମୟ ମିଳିପାରିବ | କିନ୍ତୁ ଧୋନୀ ଏହି ଅଫର ପାଇଁ ମନା କରିଦେଇଛନ୍ତି |

ଧୋନୀ ଓପନିଂ ଦିନ ମୁମ୍ବାଇ ଇଂଡିଆନ୍ସ ବିପକ୍ଷରେ ସିଏସକେର ଅଭିଯାନ ଆରମ୍ଭ କରିବା ବିକଳ୍ପ ଚୟନ କରିଛନ୍ତି | ଖବର ଅନୁସାରେ ଆଇପିଏଲ ଗଭର୍ଣ୍ଣିଙ୍ଗ୍ କାଉନସିଲର ଜଣେ ସଦସ୍ୟ କହିଛନ୍ତି ଯେ, ସିଡ୍ୟୁଲ୍ ରିଲିଜ କରିବା ପୂର୍ବରୁ ସେ ସିଏସକେ ସହ କଥାବାର୍ତ୍ତା କରିଥିଲେ | ସିଏସକେର ପ୍ରଥମ ମ୍ୟାଚ ସିଡ୍ୟୁଲ କରିପାରିଥାନ୍ତେ କିନ୍ତୁ ସେ ଓପନିଂ ମ୍ୟାଚ୍ ଖେଳିବାକୁ ହିଁ ଚାହୁଁନଥିଲେ | କେବଳ ସେତିକି ନୁହେଁ ଧୋନୀ ଓ ସିଏସକେ ସେହି ସିଡ୍ୟୁଲର ବିକଳ୍ପ ଚୟନ କରିଛନ୍ତି ଯେଉଁଥିରେ ଲିଗ୍‌ର ପ୍ରଥମ ୬ ଦିନରେ ୩ଟି ମ୍ୟାଚ୍ ଖେଳିବାକୁ ଅଛି | ସିଏସକେ ଏକମାତ୍ର ଏ,ଇତି ଟିମ ଯିଏ ପ୍ରଥମ ସପ୍ତାହରେ ୩ଟି ମ୍ୟାଚ ଖେଳିବ | ପ୍ରଥମ ସପ୍ତାହରେ ସିଏସକେ-ମୁମ୍ବାଇ ଇଂଡିଆନ୍ସ, ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବ | ତେବେ ଓପନିଂ ମ୍ୟାଚ ପୂର୍ବରୁ ସିଏସକେ ସବୁ ସମସ୍ୟାରୁ ବାହାରିଯିବ ବୋଲି ତାର ବିଶ୍ୱାସ ରହିଛି |

ଗତ କିଛି ଦିନ ହେଲା ବିଭିନ୍ନ କାରଣକୁ ନେଇ ଚେନ୍ନାଇ ସୁପର କିଙ୍ଗସକୁ ନେଇ ଚର୍ଚ୍ଚା ହେଉଛି | ପ୍ରଥମେ କ୍ୟାମ୍ପରେ ୧୩ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ | ପରେ ସୁରେଶ ରାଇନା ହଠାତ ଭାରତକୁ ଫେରି ଆସିଥିଲେ | ଏହାପରେ ହରଭଜନ ସିଂହ ମଧ୍ୟ ଆଇପିଏଲରୁ ହଟିଗଲେ | ଟିମ କରୋନାରୁ ସୁସ୍ଥ ହୋଇ ସାରିଛି କିନ୍ତୁ ରାଇନାଙ୍କ ଯୋଗୁଁ ଟିମରେ ସମସ୍ୟା ସୃଷ୍ଟି ହୋଇଛି | କୌଣସି ପାରିବାରିକ କାରଣ ଯୋଗୁଁ ସେ ଭାରତକୁ ଫେରି ଆସିଥିବା କୁହାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.