Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଅବସର ନେଲେ ଧୋନୀ, ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ କଲେ ବାଏ ବାଏ

15/08/2020 at 7:32 PM

ନୂଆଦିଲ୍ଲୀ ୧୫।୦୮: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ନେବାକୁ ଘୋଷଣା କଲେ ଭାରତୀୟ କ୍ରିକେଟ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ। ଆର୍ମି ଶୈଳୀରେ ଏକ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କ୍ରିକେଟ୍‌କୁ ଅଲବିଦା ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ ଧୋନୀ ଗତ ବର୍ଷ ୨୦୧୯ ବିଶ୍ଵକପ୍‌ ସେମି ଫାଇନାଲରେ ଭାରତର ପରାଜୟ ପରଠୁ ଆଉ କ୍ରିକେଟ୍‌ ମଇଦାନକୁ ଓହ୍ଲାଇ ନାହାନ୍ତି। ଏହା ପରେ ତାଙ୍କର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ ଖେଳିବା ନେଇ ଦୀର୍ଘ ସମୟ ଧରି କଳ୍ପନା ଜଳ୍ପନା ଜାରି ରହିଥିଲା। ଏହା ସବୁ ଉପରେ ଏହି  ବିଶ୍ଵ ଚମ୍ପିଆନ ଅଧିନାୟକ ପୂର୍ଣ୍ଣଛେଦ ପକାଇଛନ୍ତି।

ଧୋନୀ ନିଜର ପୂରା ଯାତ୍ରା ଏକ ଭିଡିଓ ସେୟାର କରିଛନ୍ତି ଏବଂ କହିଛନ୍ତି ସନ୍ଧ୍ୟା ୭ଟା ୨୯ ମିନିଟ୍‌ରୁ ସେ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ଧୋନୀ ଶୁକ୍ରବାର ହିଁ ଆଇପିଏଲ ପ୍ରସ୍ତୁତି ପାଇଁ ଚେନ୍ନାଇ ପହଞ୍ଚିଥିଲେ ଏବଂ ଶନିବାର ସେ ଜିମ୍‌ରେ ମଧ୍ୟ ନଜର ଆସିଥିଲେ।

ଗତ ବର୍ଷ ଇଂଲଣ୍ଡରେ ଆୟୋଜିତ ବିଶ୍ଵକପ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ୍‌ରେ ଭାରତର ପରାଜୟ ପରଠୁ ଧୋନୀ କ୍ରିକେଟ୍‌ରୁ ଦୂରେଇ ରହିଥିଲେ। ସେ ଘରୋଇ ମ୍ୟାଚ୍‌ରେ ମଧ୍ୟ ନଜର ଆସିନଥିଲେ। ଏହି ସମୟରେ ସେ ଆର୍ମି ସହିତ ଟ୍ରେନିଂରେ ଚାଲି ଯାଇଥିଲେ। କୁହାଯାଉଥିଲା ଯେ, ଧୋନୀ ଟି-୨୦ ବିଶ୍ଵକପ୍‌ରେ ଭାରତର ପ୍ରତିନିଧିତ୍ଵ କରିବେ। ମାତ୍ର କରୋନା ମହାମାରୀ କାରଣରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ଵକପ୍‌ ଘୁଞ୍ଚାଇ ଦିଆଗଲା। ଏହା ପରେ ତାଙ୍କର ଭବିଷ୍ୟତକୁ ନେଇ ଚର୍ଚ୍ଚା ଜୋର ଧରିଥିଲା।

ଧୋନୀ ୨୦୧୪ ଡିସେମ୍ବରରେ ଟେଷ୍ଟ କ୍ରିକେଟ୍‌ରୁ ଅବସର ନେଇଥିଲେ। ଧୋନୀ ବିଶ୍ଵକପ ପରେ ଦୁଇ ମାସର ବିରତି ନେଇଥିଲେ। ସେ ଓ୍ଵେଷ୍ଟଇଣ୍ଡିଜ ଗସ୍ତରେ ବି ଯାଇନଥିଲେ। ଏପରିକି ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳାରେ ମଧ୍ୟ ନଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଚୟନକର୍ତ୍ତା କହିଥିଲେ ଧୋନୀ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ଵ କପ୍‌ରେ ଦଳର ପ୍ରତିନିଧିତ୍ଵ କରିବେ। ଧୋନୀଙ୍କ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌କୁ ନେଇ ଦୀର୍ଘ ସମୟ ଧରି ଚର୍ଚ୍ଚା ଜାରି ରହିଥିଲା।

ଆଇପିଏଲ ଖେଳ ଜାରି ରଖିବେ

ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌କୁ ଅଲବିଦା କହିଥିଲେ ମଧ୍ୟ ଆଇପିଏଲ ଖେଳ ଜାରି ରଖିବେ। କିଛି ଦିନ ପୂର୍ବେ ତାଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସର ସିଇଓ କହିଥିଲେ ଧୋନୀ ଆଇପିଏଲ ୨୦୨୦ ଓ ୨୦୨୧ ଖେଳିବେ ଏବଂ ଏପରିକି ୨୦୨୨ ଆଇପିଏଲରେ ମଧ୍ୟ ନଜର ଆସିବେ।

   Related Posts