ମାହିଙ୍କ ପରିବାରରେ ଲାଗିଲା କରୋନା ଗ୍ରହଣ: ଧୋନୀଙ୍କ ପିତା ଓ ମାତା ପଜିଟିଭ, ରାଞ୍ଚି ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | April 21, 2021 IST

ରାଞ୍ଚି ୨୧/୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ପରିବାରରେ ମହାମାରୀ ଆତଙ୍କ । ତାଙ୍କର ମାତା ପିତା ଉଭୟ କରୋନା ସଂକ୍ରମିତ ହୋଇଛନ୍ତି । ଚିକିତ୍ସା ପାଇଁ ସେମାନଙ୍କୁ ରାଞ୍ଚି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଆ, ବାପା ଉଭୟଙ୍କ ଠାରେ କୋଭିଡ ଲକ୍ଷଣ ଦେଖାଦେବାରୁ ଟେଷ୍ଟ କରାଯାଇଥିଲା ।

ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାଞ୍ଚି ହସ୍ପିଟାଲରେ ଆଡମିଟ୍ କରାଯାଇଛି । ବର୍ତ୍ତମାନ ଆଇପିଏଲ  ପାଇଁ ଧୋନୀ ମୁମ୍ୱାଇରେ ଅଛନ୍ତି । ପିତା ପାନ୍ ସିଂହ ସରକାରୀ ଚାକିରୀରୁ ଅବସର ପରେ ଝାଡଖଣ୍ଡ ରାଞ୍ଚିରେ ରହୁଛନ୍ତି । ଦେଶରେ ସ୍ଥିତି ସଂଗୀନ ହେଉଥିବାବେଳେ ଝାଡଖଣ୍ଡରେ ବି ଦୈନିକ ନୂଆ ନୂଆ କେସ୍ ସାମ୍ନାକୁ ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.