ଆଘାତ କାରଣରୁ କଳା ପଡିଯାଇଛି ଧୋନୀଙ୍କ ଆଙ୍ଗୁଠି, ପୁଣି ଖେଳିବେ ଟି-୨୦ ବିଶ୍ବକପ

Published By : Prameya-News7 Bureau | July 14, 2019 IST

ନୂଆଦିଲ୍ଲୀ୧୪|୭:  ଭାରତୀୟ ଟିମର ପୂର୍ବତନ ଅଧିନାୟକ ତଥା ଦଳର ୱିକେଟ କିପର ମହେନ୍ଦ୍ର ସିଂ ଦୋନୀ ୨୦୧୯ ବିଶ୍ବକପ ଖେଳୁଥିବା ବେଳେ ସେ କ୍ରିକେଟରୁ ସନ୍ୟାସ ନେଇପାରନ୍ତି ବୋଲି ବିଭିନ୍ନ ମହଲରୁ ଆକଳନ କରାଯାଉଥିଲା । ଏହାକୁ ନେଇ କ୍ରିକେଟ ପଣ୍ଡିତମାନେ ନିଜ ନିଜର ମତ ଓ ମନ୍ତବ୍ୟ ଦେଇଥିଲେ । ଏପରିକି ନିଜେ ଧୋନୀ କହିଥିଲେ ଯେ, କ୍ରିକେଟରୁ ସନ୍ୟାସ ନେବା ବାବଦରେ ଏବେ ସୁଦ୍ଧା ସେ କୌଣସି ନିଷ୍ପତ୍ତି ନେଇନାହାନ୍ତି ।  ଅପରପକ୍ଷରେ ସଦ୍ୟ ମିଲିଥିବା ଏକ ସୂଚନା ଅନୁସାରେ ଧୋନୀ ଅଷ୍ଟ୍ରେଲିାରେ ହେବାକୁ ଥିବା ଟି-୨୦ ବିଶ୍ବକପ ପର୍ଯ୍ୟନ୍ତ କ୍ରିକେଟରୁ ସନ୍ୟାସ ନେବେ ନାହିଁ । ଅର୍ଥାତ ଧୋନୀ ଆହୁରି ବର୍ଷେ ପର୍ଯ୍ୟନ୍ତ ଆନ୍ତର୍ଜାତିକ କ୍ରିକେଟରେ ରହିବେ ।

{"id":133631}

ବିଶ୍ବକପ ସମୟରେ ଧୋନୀଙ୍କ ବ୍ୟଟିଂଙ୍କୁ ନେଇ ମଧ୍ୟ ବିଭିନ୍ନ ପ୍ରଶ୍ନ ଉଠିଥିଲା । ତେବେ ବିଶ୍ବକପ ସମୟରେ ଧୋନୀ ଶାରିରୀକ ଆଘାତ ସତ୍ତ୍ବେ ଖେଳୁଥିବା ସ୍ପଷ୍ଟ ହୋଇଛି । ବିଶ୍ବକପ ପୂର୍ବରୁ ଧୋନୀ ଅଣ୍ଟାଯନ୍ତ୍ରଣା ଭୋଗୁଥିବାବେଳେ ବିଶ୍ବକପ ସମୟରେ ତାଙ୍କ ଡାହାଣ ହାତର ଆଙ୍ଗୁଠି, ଡାହାଣ ହାତ ଏବଂ ପିଠିରେ ଆଘାତ ଲାଗିଛି ।

{"id":133632}

ସୋସିଆଲ ମିଡିାରେ ଧୋନୀଙ୍କ ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଧୋନୀ ନିଜର ଜଣେ ଫ୍ୟାନଙ୍କ ସହ ଛିଡା ହୋଇଛନ୍ତି । ଫଟୋରୁ ସ୍ପଷ୍ଟ ଜଣାପଡୁଛି ଯେ, ଧୋନୀଙ୍କ ଡାହାଣ ହାତର ଆଙ୍ଗୁଠି ଭୀଷଣବାବେ ଆଘାତ ପ୍ରପ୍ତ ହୋଇଛି । ଆଙ୍ଗୁଠିରେ ସେ ପଟି ବାନ୍ଧିଛନ୍ତି । ସେହିଭଳି ମାଡ ଯୋଗୁଁ ରକ୍ତ ଜମିଯାଇଥିବାରୁ ସଂପୃକ୍ତ ଆଙ୍ଗୁଠିର ନଖ ମଧ୍ୟ କଳାପଡିଯାଇଛି । ଧୋନୀଙ୍କ ଏହି ଆଙ୍ଗୁଠି ଆଗରୁ ମଧ୍ୟ ଆଘାତପ୍ରାପ୍ତ ଥିଲା । ବିଶ୍ବକପ ବେଳେ ଏହା ଆହୁରି ବଢିଯାଇଛି । ତେଣୁ ଧୋନୀ ଶ୍ରୀଘ୍ର ଏହି ଆଘାତରୁ ମୁକ୍ତି ପାଇବେ ଭଳି ଲାଗୁନାହିଁ ।   

{"id":133633}

ବିଶ୍ବକପର ବିଭିନ୍ନ ମ୍ୟାଚରେ ୱିକେଟ ପଛରେ ବଲ ସଂଗ୍ରହ କରିବାବେଳେ ଧୋନୀ ଅସୁବିଧାର ସମ୍ମୁଖୀନ ହେଉଥିବାଭଳି ଲାଗୁଥିଲା । ଆଙ୍ଗୁଠିରେ ଆଘାତ କାରଣରୁ ହିଁ ବଲ ସଂଗ୍ରହ କରିବା ତାଙ୍କ ପାଇଁ କଷ୍ଟକର ହୋଇପଡୁଥିଲା । ବିଶ୍ବକପ ସେମିଫାଇନାରେ ବୁମରାହଙ୍କ ଏକ ବଲରେ କ୍ୟାଚ ନେବାରେ ସେ ବିଫଳ ହୋଇଥିଲେ । ଏହି କ୍ୟାଚ ନେବାକୁ ଉଦ୍ୟମ କଲାବେଳେ ମଧ୍ୟ ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବା ସ୍ପଷ୍ଟ ଜଣାପଡିଥିଲା । କାରଣ କ୍ୟାଚ ମିସ୍‌ କରିବା ପରେ ପରେ ଧୋନୀ ହାତରୁ ଗ୍ଲୋବ୍ସ ବାହାର କରି ଆଙ୍ଗୁଠିକୁ ଝାଡୁଥିବା ଦେଖିବାକୁ ମିଳିଥିଲା ।

ସେହିଭଳି ବ୍ୟାଟିଂ କଲାବେଳେ ଫର୍ଗୁସନଙ୍କ ଏକ ବଲ ତାଙ୍କ ବାଁ ହାତରେ ବାଜିଥିଲା ଓ ସେ ଆଘାତ ପ୍ରାପ୍ତ ହୋଇଥିଲେ ।  ଆଉଟ ହୋଇ ଡ୍ରେସିଂ ରୁମକୁ ଯିବାବେଳେ ସେ ବୀଷଣ ଯନ୍ତ୍ରଣାରେ ଥିବା ମଧ୍ୟ ଜଣାପଡୁଥିଲା । କେବଳ ସେତିକି ନୁହେଁ ମ୍ୟାଚ ସରିବା ପରେ ସେ ଅନ୍ୟ କେଳାଳିମାନଙ୍କ ସହ ବାଁ ହାତରେ ହ୍ୟଣ୍ଡସେକ କରିଥିଲେ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.