Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

କ୍ରିକେଟ୍‌ରୁ ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ୟାସ ନେଇ କ’ଣ କହିଲେ ତାଙ୍କ ମ୍ୟାନେଜର ଜାଣନ୍ତୁ

20/07/2019 at 11:30 AM

ନୂଆଦିଲ୍ଲୀ ୨୦|୭: ଭାରତୀୟ କ୍ରିକେଟ୍ ଦଳର କ୍ରିକେଟର ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ୟାସ ନେବାକୁ ନେଇ ବହୁଳ ଭାବେ ଚର୍ଚ୍ଚା ଚାଲିଛି । ତେବେ ଏ ଭିତରେ ଧୋନୀଙ୍କ ମ୍ୟାନେଜର ତଥା ବନ୍ଧୁ ଅରୁଣ ପାଣ୍ଡେ ନିଜର ପ୍ରତିକ୍ରିୟା ରଖିଛନ୍ତି । ଅରୁଣ ପାଣ୍ଡେ କହିଛନ୍ତି ଯେ, ଧୋନୀଙ୍କ ଏବେ ସନ୍ୟାସ ନେବାର କୌଣସି ଉଦ୍ଦେଶ୍ୟ ନାହିଁ । ଏବେ ମାହିଙ୍କର କ୍ରିକେଟ୍ ଛାଡିବାର କୌଣସି ଯୋଜନା ମଧ୍ୟ ନାହିଁ ।

ସୂଚନାଯୋଗ୍ୟ ଯେ, ବିଶ୍ବକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିବା ପରେ ଭାରତର ବିଶ୍ବକପ୍ ଯାତ୍ରା ଶେଷ ହୋଇଯାଇଥିଲା । ଫଳରେ ଧୋନୀଙ୍କ ସନ୍ୟାସ ଖବର ଉପରେ ଚର୍ଚ୍ଚା ଖୁବ୍ ଜୋର ଧରିଥିଲା । ଅରୁଣ ପାଣ୍ଡେଙ୍କ ପୂର୍ବରୁ ଧୋନୀଙ୍କ କୋଚ୍ କେଶବ ବାନାର୍ଜୀ କହିଥିଲେ ଯେ, ଧୋନୀ ଟି-୨୦ ବିଶ୍ବକପ୍ ପର୍ଯ୍ୟନ୍ତ ଖେଳିପାରିବେ । ସେ କହିଥିଲେ ଯେ, ଧୋନୀଙ୍କୁ ଟି-୨୦ ଫର୍ମାଟରେ ଖେଳିବା ଉଚିତ୍ । ୫୦ ଓଭରର ଓ୍ବିକେଟ୍ କିପିଂ ଏବଂ ବ୍ୟାଟିଂ ସହ ଏକଦିବସୀୟ ଖେଳିବା ଶରୀର ପାଇଁ ବହୁତ କଠିନ ହୋଇଥାଏ ।  ପୁଣି ବୋଲର ଏବଂ ଫିଲ୍ଡରଙ୍କୁ ସାହାଯ୍ୟ କରିବାକୁ ଅତିରିକ୍ତ ଚାପ ଯୋଗୁଁ ସେ ସବୁବେଳେ ମଇଦାନରେ ଆକ୍ସନରେ ରହିଥାନ୍ତି । ଯେଉଁଠିକି ଟି-୨୦ରେ ତାଙ୍କୁ ଏଭଳି ସମସ୍ୟା ଦେଖାଦେଇନଥାଏ ।

କେଶବ ବାନାର୍ଜୀ କହିଥିଲେ ଯେ, ଧୋନୀଙ୍କ ଫିଟନେସ୍‌କୁ ଦେଖିଲେ ଜଣାପଡେ ଯେ ଛୋଟ ଇନିଂସ ଖେଳିବା ପାଇଁ ତାହା ପର୍ଯ୍ୟାପ୍ତ ବୋଲି । ଆଗାମୀ ଟି-୨୦ ବିଶ୍ବକପ୍‌ରେ ଧୋନୀ ଖେଳିପାରିବେ । କେଶବ ବାନାର୍ଜୀଙ୍କ କହିବା ଅନୁଯାୟୀ ଧୋନୀଙ୍କ ସନ୍ୟାସ ସମ୍ବନ୍ଧରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବା ଉଚିତ୍ ।

ଧୋନୀଙ୍କ ସନ୍ୟାସ ନେବାକୁ ନେଇ ଏପର୍ଯ୍ୟନ୍ତ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ବିଶ୍ବକପ୍ ୨୦୧୯ରେ ଧୋନୀ ନିଜର ପ୍ରଦର୍ଶନକୁ ନେଇ ଲଗାତର ଚର୍ଚ୍ଚାରେ ରହିଥିଲେ । ୮ଟି ମ୍ୟାଚ୍ ଖେଳି ସେ ୨୭୩ ରନ୍ ସଂଗ୍ରହ କରିଥିଲେ । ଏହି ସ୍କୋର କୌଣସି ଭାରତୀୟ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ପାଇଁ ସବୁଠୁ ଅଧିକ । ହାର୍ଦ୍ଦିକ ପାଣ୍ଡ୍ୟା ୨୨୬ ଏବଂ ରିଷଭ ପନ୍ତ ୧୧୬ ରନ୍ କରିଥିଲେ ।

   Related Posts