Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

IPL ୨୦୨୧ ପୂର୍ବରୁ ପୁରୁଣା ଅନ୍ଦାଜ୍‌ରେ ଧୋନୀ, ଷ୍ଟାଡିୟମରେ ଛକା ବର୍ଷା : ଦେଖନ୍ତୁ ଭିଡିଓ

12/03/2021 at 3:44 PM

ଚେନ୍ନାଇ ୧୨/୦୩ : ଭାରତୀୟ କ୍ରିକେଟ୍‌ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଆଇପିଏଲର ୧୪ ତମ ସିଜିନ୍‌ ପାଇଁ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ଧୋନୀଙ୍କ ଅଭ୍ୟାସ ବେଳର ଏକ ଭିଡିଓ ଟ୍ବିଟରରେ ସେୟାର କରିଛି ଆଇପିଏଲ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ସୁପର କିଙ୍ଗସ୍ । ଏହି ଭିଡିଓରେ ଧୋନୀ ଚିରାଚରିତ ଭଙ୍ଗିରେ ଜବରଦସ୍ତ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି ।

ଧୋନୀଙ୍କ ଟିମ ଚେନ୍ନାଇ ସୁପର କିଙ୍ଗସ୍ ତାଙ୍କର ଅଭ୍ୟାସ ସମୟର ଏହି ଭିଡିଓକୁ ସେୟାର କରିଛି । ଏହି ଭିଡିଓରେ ଧୋନୀ ନେଟସ୍‌ରେ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଛି । ପ୍ରଥମେ ପ୍ରଥମେ ଧୋନୀ ଗ୍ରାଉଣ୍ଡରେ ସଟ୍‌ ମାରୁଥିବା ବେଳେ ଏହାର କିଛି ସମୟ ପରେ ସେ ବଡ ବଡ ସଟ୍‌ ଖେଳୁଥିବା ଦେଖିବାକୁ ମିଳିଛି ।

ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ଏମ୍‌ଏସ୍‌ ଧୋନୀଙ୍କ ପାଇଁ ଆଇପିଏଲ ୨୦୨୦ ସେତେଟା ଖାସ୍‌ ନଥିଲା । କରୋନା ମହାମାରୀ ମଧ୍ୟରେ ୟୁଏଇରେ ଖେଳାଯାଇଥିବା IPL-୧୩ରେ ଏମ୍‌ଏସ୍‌ ଧୋନୀ ୧୪ ମ୍ୟାଚ ଖେଳି ମୋଟ ୨୦୦ ରନ କରିବାକୁ ସକ୍ଷମ ହୋଇଥିଲେ । ତାଙ୍କ ବ୍ୟାଟରୁ ଗୋଟିଏ ବି ଅର୍ଦ୍ଧଶତକ ଦେଖିବାକୁ ମିଳିନଥିଲା । ଆଇପିଏଲ ସିଜିନ ୧୩ରେ ଧୋନୀ ମାତ୍ର ୧୧୬.୨୭ ଷ୍ଟ୍ରାଇକରେଟ୍‌ରେ ରନ କରିଥିଲେ ।

ସୂଚନାଯୋଗ୍ୟ, ଧୋନୀଙ୍କ ନେତୃତ୍ବରେ ଚେନ୍ନାଇ ସୁପର କିଙ୍ଗସ୍‌ ୩ ଥର ଆଇପିଏଲ ଚାମ୍ପିୟନ ହୋଇଛି । କିନ୍ତୁ ଆଇପିଏଲ ୨୦୨୦ରେ ଚେନ୍ନାଇର ପ୍ରଦର୍ଶନ ନୈରାଶ୍ୟଜନକ ଥିଲା । IPL ଇତିହାସରେ ଚେନ୍ନାଇ ଟିମ୍‌ ପ୍ରଥମ ଥର ପାଇଁ ପ୍ଲେ ଅଫ୍‌ରେ ମଧ୍ୟ ପ୍ରବେଶ କରିପାରିନଥିଲା ।

   Related Posts