Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ମ୍ୟାଚ୍ ହାରିଲା ସିଏସକେ, କିନ୍ତୁ ଧୋନୀ ହାସଲ କଲେ ଏହି ଦୁଇଟି ବଡ ରେକର୍ଡ

11/10/2020 at 7:44 AM

ଦୁବାଇ,୧୧|୧୦: ଶନିବାର ଖେଳାଯାଇଥିବା ଆଇପିଏଲର ୨୫ ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି  ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଆରସିବି ସିଏସକେକୁ ୩୭ ରନ୍‌ରେ ପରାସ୍ତ କରିଛି। ସିଏସକେ ବ୍ୟାଟସମ୍ୟାନଙ୍କ ଖରାପ ପଦର୍ଶନ ଯୋଗୁଁ ଦଳ ପରାଜୟର ସ୍ୱାଦ ଚାଖିଛି । ଟିମ୍‌ ହାରିବା ସତ୍ତ୍ବେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜ ନାମରେ ନୂଆ ରେକର୍ଡ ହାସଲ କରିଛି। ଟି-୨୦ କ୍ରିକେଟରେ ୩୦୦ ଛକା ମାରିବା କ୍ଲବରେ ୩ୟ ଭାରତୀୟ ଖେଳାଳି ଭାବେ ସେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ରୋହିତ ଶର୍ମା ଓ ସୁରେଶ ରାଇନା ଏହି କ୍ଲବରେ ସାମିଲ ହୋଇଥିଲେ। ରୋହିତ ଶର୍ମା ଏପର୍ଯ୍ୟନ୍ତ ଟି-୨୦ କ୍ରିକେଟରେ ୩୭୫ଟି ଛକା ମାରିଥିବା ବେଳେ ସୁରେଶ ରାଇନା ୩୧୧ଟି ଛକା ମାରିଛନ୍ତି।

ଏହି ମ୍ୟାଚରେ ଧୋନୀ ୬ଟି ବଲରୁ ୧୦ ରନ୍‌ କରି ପ୍ୟାଭିଲିଅନ୍‌ ଫେରି ଯାଇଥିଲେ। ଏହି ପାଳିରେ ଧୋନୀ ଏକ ଛକା ମାରିଥିଲେ ସେହି ଆଧାରରେ ଦଳ ପାଇଁ ବଡ଼ ସ୍କୋର କରି ପାରିନଥିଲେ ଧୋନୀ। ଛକା ରେକର୍ଡ ବ୍ୟତୀତ ଧୋନୀ ସବୁଠୁ ଅଧିକ କ୍ୟାଚ ନେଇଥିବା ଓ୍ବିକେଟକିପର ହୋଇଛନ୍ତି। ଧୋନୀ ଆଇପିଏଲରେ ଓ୍ବିକେଟ କିପର ଭାବେ ମୋଟ ୧୦୬ଟି କ୍ୟାଚ ନେଇଛନ୍ତି।

ଶନିବାର ଖେଳାଯାଇଥିବା ୨୫ ତମ ମ୍ୟାଚରେ ସିଏସ୍‌କେ ଆରସିବି ନିକଟରୁ ୩୭ ରନରେ ପରାସ୍ତ ହୋଇଛି। ଫଳରେ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ପହଁଥିଲା ସିଏସକେ। ଅପରପକ୍ଷେ ଆରସିବିକୁ ବିଜୟର ଲାଭ ମିଳିଛି। ଆରସିବି ବର୍ତ୍ତମାନ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ପହଁଞ୍ଚିଛି। ବିରାଟ କୋହଲି ୯୦ ରନ୍ କରି ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିଲୋ। ପ୍ରଥମ ଇନିଂସରେ ଆରସିବି ବିରାଟଙ୍କ ଅର୍ଦ୍ଧଶତକ ବଳରେ ୧୬୯ ରନ କରିବାରେ ସକ୍ଷମ ହୋଇଥିଲା। ଏହାକୁ ପିଛା କରି ୨ୟ ଇନିଂସରେ ସିଏସକେ ନିର୍ଦ୍ଧାରିତ ଓଭରରେ ୮ ଓ୍ବିକେଟ ହରାଇ ମୋଟ ୧୩୨ ରନ କରିବାକୁ ସକ୍ଷମ ହୋଇଥିଲା। ସିଏସକେ ପକ୍ଷରୁ ରାୟୁଡୁ ସର୍ବାଧିକ ୪୨ ରନ୍‌ କରିଥିଲେ।

   Related Posts