Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

KKR Vs CSK : ଏହି ବୋଲରଙ୍କ ବିରୋଧରେ ଆଇପିଏଲରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ଚୌକା କି ଛକା ମାରି ପାରି ନାହାନ୍ତି ଧୋନି

7/10/2020 at 4:14 PM

ଆବୁଧାବି ୦୭।୧୦: ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୨୦୦୮ରୁ କ୍ରମାଗତ ଆଇପିଏଲ ଖେଳି ଆସୁଛନ୍ତି। ପ୍ରତ୍ୟେକ ଦଳ ଏବଂ ବୋଲରଙ୍କ ବିରୋଧରେ ସେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ନିଜ ବ୍ୟାଟିଂ ଦମରେ ଚେନ୍ନାଇକୁ ଅନେକ ମ୍ୟାଚ୍‌ରେ ବିଜୟୀ କରାଇଛନ୍ତି। ଆଇପିଏଲରେ ଅନେକ ବର୍ଷ ପର୍ଯ୍ୟନ୍ତ ଧୋନିଙ୍କ ଜଲଓ୍ଵା ଜାରି ରହିଛି। ସେ ପ୍ରାୟତଃ ସବୁ ବୋଲରଙ୍କ ବିରୋଧରେ ବଡ ସର୍ଟ ଖେଳିଛନ୍ତି।  ହେଲେ ଆଇପିଏଲରେ ସର୍ବାଧିକ ମ୍ୟାଚ୍‌ ଖେଳିଥିବା ଧୋନି ଏମିତି ଜଣେ ବୋଲର ଅଛନ୍ତି ଯାହାଙ୍କ ବିରୋଧରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ଚୌକା କି ଛକା ମାରି ପାରି ନାହାନ୍ତି।

ଆପଣଙ୍କୁ ବିଶ୍ଵାସ ନହେଲେ ବି ଏହା ସତ୍ୟ। ଧୋନି କୋଲକାତା ନାଇଟ୍ ରାଇଡର୍ସର ସ୍ପିନର ସୁନିଲ ନାରିନେଙ୍କ ବିରୋଧରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ଚୌକା କି ଛକା ମାରି ନାହାନ୍ତି। ରେକର୍ଡ ଉପରେ ନଜର ପକାଇଲେ ଧୋନି ଓ ନାରିନେଙ୍କ ମଧ୍ୟରେ ଏ ପର୍ଯ୍ୟନ୍ତ ୧୨ଟି ଇନିଂସରେ ଟକ୍କର ହୋଇଛି। ହେଲେ ଧୋନି ଅଦ୍ୟାବଧି ଗୋଟିଏ ହେଲେ ଚୌକା ମାରି ପାରି ନାହାନ୍ତି।

ନାରିନେ ଏ ପର୍ଯ୍ୟନ୍ତ ଧୋନିଙ୍କୁ ୫୯ଟି ବଲ ଫିଙ୍ଗିଛନ୍ତି। ଧୋନି ସେଥିରୁ କେବଳ ୨୯ ରନ କରିପାରିଛନ୍ତି। ନାରିନେ ଥରୁଟିଏ କେବଳ ଧୋନିଙ୍କୁ ଆଉଟ୍ କରି ପାରିଛନ୍ତି। ଚଳିତ ଆଇପିଏଲରେ ନାରିନେ ବ୍ୟାଟିଂଠୁ ନେଇ ବୋଲିଂ ସବୁ ମୋର୍ଚ୍ଚାରେ ବିଫଳ ହୋଇଛନ୍ତି। ସେ ୪ଟି ମ୍ୟାଚ୍‌ରୁ ମାତ୍ର ୨ଟି ଓ୍ଵିକେଟ୍ ନେବାରେ ସକ୍ଷମ ହୋଇଛନ୍ତି। ଓପନର ଭାବେ ଏ ପର୍ଯ୍ୟନ୍ତ ୪ଟି ଇନିଂସରୁ କେବଳ ୨୭ ରନ କରିଛନ୍ତି। ଅନ୍ୟପଟେ ଧୋନି ଆଜି ଟି-୨୦ରେ ୩୦୦ ଛକା ପୂରା କରି ପାରନ୍ତି। ଧୋନିଙ୍କ ନାମରେ ଟି-୨୦ରେ ଏ ପର୍ଯ୍ୟନ୍ତ ୨୯୯ଟି ଛକା ରହିଛି। ଚଳିତ ଆଇପିଏଲରେ ଧୋନି ୫ଟି ମ୍ୟାଚ୍‌ରୁ ୯୧ ରନ କରିଛନ୍ତି।

   Related Posts