Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଧୋନୀ ଶେଷ ମ୍ୟାଚ୍ ଖେଳି ସାରିଛନ୍ତି !

13/04/2020 at 11:57 AM

ନୂଆଦିଲ୍ଲୀ, ୧୩|୦୪:  ଆଇପିଏଲ ଜରିଆରେ ମହେନ୍ଦ୍ର ସିଂ ଧାନୀ ଭାରତୀୟ ଦଳରେ ସ୍ଥାନ ପାଇବେ ବୋଲି ଫ୍ୟାନମାନେ ଆଶା କରୁଥିଲେ । କିନ୍ତୁ କରୋନା ଭାଇରସ ପାଇଁ ଏହି ଆଶା ଧୂଳିସାତ ହୋଇଯାଇଛି ।  କରୋନା ପାଇଁ ଆଇପିଏଲର ଭବିଷ୍ୟତ ସଙ୍କଟ ମଧ୍ୟରେ ଗତି କରୁଛି । ଭାରତୀୟ ଦଳର ପୂର୍ବତନ ଓପନର ଆକାଶ ଚୋପ୍ରା ଧୋନୀଙ୍କ ଭବିଷ୍ୟତକୁ ନେଇ ବଡ ବୟାନ ଦେଇଛନ୍ତି ।

ଆକାଶ କହିଛନ୍ତି ଯେ, ଧୋନୀ ତାଙ୍କ ଜୀବନର ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ ଖେଳି ସାରିଛନ୍ତି । ଏହା ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୧୯ ବିଶ୍ୱକପର ସେମିଫାଇନାଲ ମ୍ୟାଚ ଥିଲା । ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇ ଫାଇନାଲରେ ପ୍ରବେଶ କରିପାରି ନଥିଲା ।

ସେ ଆହୁରି କହିଛନ୍ତି ଯେ, ଧୋନୀ ସେମିଫାଇନାଲ ପରଠୁ ଦଳଠୁ ଦୂରରେ ରହୁଛନ୍ତି । ତାଙ୍କୁ ଡ୍ରପ୍ କରାଯାଇ ନାହିଁ । ସେ ଏବେ ଭାରତ ପାଇଁ ଖେଳିବେ ନାହିଁ ବୋଲି ମନ ବଳାଇ ସାରିଛନ୍ତି । ଯଦି ତାଙ୍କୁ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି, କୋଚ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲି ଡାକନ୍ତି ତେବେ ସେ ଟି୨୦ ବିଶ୍ୱକପରେ ଖେଳିବେ । କିନ୍ତୁ ଏହି ସମ୍ଭାବନା କମ ରହିଛି । ତାଙ୍କୁ ବିଦାୟୀ ମ୍ୟାଚ ଆବଶ୍ୟକ ନାହିଁ । ସେ ଶାନ୍ତ ହୋଇ ମଇଦାନରୁ ଚାଲିଯାନ୍ତି ।

   Related Posts