ବଟ୍‌ଲରଙ୍କୁ ବାର୍ଥ ଡେ ଗିଫ୍ଟରେ IPL ଜର୍ସି ଦେଲେ ଧୋନୀ, ବଡ଼ ଫ୍ୟାନ୍‌ଙ୍କୁ କ୍ୟାପ୍ଟେନ୍‌ କୁଲ୍‌ଙ୍କ ନିଆରା ଉପହାରକୁ ନେଇ ଚର୍ଚ୍ଚା

Published By : Prameya-News7 Bureau | October 21, 2020 IST

ନୂଆଦିଲ୍ଲୀ ୨୧/୧୦: ଚେନ୍ନାଇ ସୁପର କିଙ୍ଗସ୍‌(ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ଫ୍ୟାନ୍ ସାରା ବିଶ୍ବରେ ଅଛନ୍ତି। କ୍ୟାପ୍ଟେନ୍‌ କୁଲ୍‌ ଧୋନୀଙ୍କ ପାଇଁ ପାଗଳ ଯୁବପୀଢ଼ି। ଏପରିକି ଧୋନୀଙ୍କୁ ନିଜର ଆଦର୍ଶ ଭାବେ ଗ୍ରହଣ କରିଥିବା ଯୁବପୀଢ଼ି ତାଙ୍କ ଭଳି ଜଣେ ଭଲ ଖେଳାଳି ହେବାକୁ ପ୍ରୟାସ ଜାରି ରଖିଛନ୍ତି। କେବଳ ଯେ ଯୁବପୀଢ଼ି ଧୋନୀଙ୍କ ଜବରା ଫ୍ୟାନ୍‌ ତାହା ନୁହେଁ ଧୋନୀଙ୍କ ପାଇଁ ପାଗଳ ଷ୍ଟାର କ୍ରିକେଟରମାନେ ବି ଅଛନ୍ତି।

ଗତ ସିଏସ୍‌କେ ଓ ରାଜସ୍ଥାନ ରୟାଲ୍ସ(ଆରଆର) ମ୍ୟାଚ୍‌ରେ ଧୋନୀଙ୍କ ୨୦୦ ଆଇପିଏଲ ମ୍ୟାଚ୍‌ ପୁରା ହୋଇଛି। ଧୋନୀଙ୍କ ୨୦୦ ତମ ମ୍ୟାଚ୍‌ରେ ତାଙ୍କର ଜଣେ ଷ୍ଟାର କ୍ରିକେଟର ଫ୍ୟାନ୍‌ ବହୁତ ଖୁସି ହୋଇଛନ୍ତି। ଏହି ମ୍ୟାଚ୍‌ରେ ଯଦିଓ ସିଏସ୍‌କେ ହାରିଛି କିନ୍ତୁ ହୃଦୟ ଜିଣିଛନ୍ତି କ୍ୟାପ୍ଟେନ କୁଲ। ଆରଆର ପକ୍ଷରୁ ଖେଳୁଥିବା ଜୋସ୍‌ ବଟଲର ୪୮ ବଲ୍‌ରୁ ୭୦ ରନ୍‌ ସଂଗ୍ରହ କରି ଦଳକୁ ବିଜୟ ଦେବା​‌ରେ ସହାୟକ ହୋଇଥିଲେ। କିନ୍ତୁ ତାହା ବଟଲରଙ୍କୁ ଯେତିକି ଖୁସି ଦେଇ ନଥିଲା ସେହି ଦିନଟି ଇଂଲଣ୍ଡ କ୍ରିକେଟରଙ୍କ ପାଇଁ ଥିଲା ଆହୁରି ଖାସ୍‌।

wp:core-embed/twitter {"url":"https://twitter.com/IPL/status/1318249912144863232","type":"rich","providerNameSlug":"twitter","className":""}
https://twitter.com/IPL/status/1318249912144863232
/wp:core-embed/twitter

ବଟଲର ଧୋନୀଙ୍କର ଏକ ବଡ଼ ଫ୍ୟାନ୍ ଏକଥା ସମସ୍ତେ ଜାଣିଛନ୍ତି। କିନ୍ତୁ ଧୋନୀ ନିଜର ଷ୍ଟାର ଫ୍ୟାନଙ୍କୁ ତାଙ୍କ ୨୦୦ ତମ ମ୍ୟାଚ୍‌ର ଜର୍ସି ଗିଫ୍ଟ କରିଛନ୍ତି। ଧୋନୀଙ୍କ ପାଖରୁ ଏଭଳି ଏକ ଉପହାର ପାଇ ଅତ୍ୟନ୍ତ ଖୁସି ହୋଇଛନ୍ତି ବଟ୍‌ଲର। ବଟ୍‌ଲର ଜର୍ସି ପାଇବା ପରେ ନିଜ ଇନ୍‌ଷ୍ଟାଗ୍ରାମରେ ଫଟୋ ସେୟାର ଲେଖିଥିଲେ,‘ଗ୍ରୀଷ୍ମ ଋତୁରେ ଏହା ଏକ ଅତ୍ୟନ୍ତ ସୁନ୍ଦର ସ୍ମୃତି। ମୋର ଜଣେ ହିରୋଙ୍କ ହସ୍ତାକ୍ଷରର ସାର୍ଟ।’

wp:html
/wp:html

ପୂର୍ବରୁ ଧୋନୀଙ୍କ ଅବସର ଘୋଷଣା ପରେ ବଟ୍‌ଲର ଲେଖିଥିଲେ,‘ମୋ ତଥା ବିଶ୍ବର ଲକ୍ଷ ଲକ୍ଷ ଲୋକଙ୍କ ହିରୋ । ଅନ୍ତର୍ଜାତୀୟ କ୍ୟାରିୟର ପାଇଁ ଶୁଭେଚ୍ଛା। ଆପଣଙ୍କ ବିପକ୍ଷରେ ଖେଳିଥିବାରୁ ଏହା ମୋର ସୌଭାଗ୍ୟ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.