Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||

ରାଜନୀତି ମଇଦାନକୁ ଓହ୍ଲାଇ ପାରନ୍ତି ଧୋନୀ : ବିଜେପି ଦେଲା ଅଫର, କଂଗ୍ରେସ ସମେତ ଅନ୍ୟ ଦଳ ମଧ୍ୟ ସ୍ୱାଗତ ପାଇଁ ପ୍ରସ୍ତୁତ

17/08/2020 at 3:34 PM

ନୂଆଦିଲ୍ଲୀ ୧୭/୦୮ : ଭାରତୀୟ କ୍ରିକେଟ ଟିମର ସୁପରଷ୍ଟାର ଏବଂ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନୀରବତା ଅନେକ ସମୟରେ ଅଡୁଆରେ ପକେଇ ଦେଇଥାଏ | ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ଧୋନୀଙ୍କୁ ନେଇ ବର୍ତ୍ତମାନ ଅନେକ ଚର୍ଚ୍ଚା ହେଉଛି | ଆଗାମୀ ଭବିଷ୍ୟତରେ ଧୋନୀ ରାଜନୀତି ମଇଦାନରେ ଓହ୍ଲାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି | ଝାରଖଣ୍ଡର ତମାମ ରାଜନୈତିକ ଦଳ ଧୋନୀଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ଅଛନ୍ତି | ଧୋନୀଙ୍କ ହୋମ ଟାଉନ ରାଞ୍ଚିରେ ଅନେକ କଳ୍ପନା ଜଳ୍ପନା ହେଉଛି |

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ଧୋନୀଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ସର୍ବ ପ୍ରଥମେ ବିଜେପି ଅଫର ଦେଇଥିଲେ | ଝାରଖଣ୍ଡ ବିଜେପି ତରଫରୁ ଧୋନୀଙ୍କୁ ଦଳରେ ସାମିଲ ହେବାକୁ ଅଫର ଦିଆଯାଇଥିଲା | ରାଞ୍ଚି ବିଜେପି ସାଂସଦ ସଞ୍ଜୟ ସେଠ କହିଛନ୍ତି ଯେ ଯଦି ଧୋନୀ ରାଜନୀତି ମଇଦାନରେ ଓହ୍ଲାଇବାକୁ ଚାହିଁବେ ତାହେଲେ ସେ ତାଙ୍କ ସହ କଥାବାର୍ତ୍ତା କରିବେ | ଧୋନୀଙ୍କ ଇଚ୍ଛା ଉପରେ ସବୁ ନିର୍ଭର କରୁଛି ବୋଲି ସେ କହିଥିଲେ |

ଅପରପକ୍ଷରେ କଂଗ୍ରେସ ମଧ୍ୟ ଧୋନୀଙ୍କୁ ରାଜନୀତିରେ ପ୍ରବେଶ କରିବା ଚର୍ଚ୍ଚାକୁ ସ୍ୱାଗତ କରିଛି | ଝାରଖଣ୍ଡ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ ଠାକୁର କହିଛନ୍ତି ଯେ ଧୋନୀଙ୍କୁ ରାଜନୀତିରେ ସ୍ୱାଗତ କରାଯିବ | ଧୋନୀ ଯୁବପିଢୀଙ୍କ ପାଇଁ ରୋଲ ମଡେଲ ବୋଲି ସେ କହିଛନ୍ତି | ସେଥିପାଇଁ ଯୁବପିଢୀକୁ ଦୃଷ୍ଟିରେ ରଖି ତାଙ୍କୁ ରାଜନୀତି କରିବା ଉଚିତ ବୋଲି ସେ କହିଛନ୍ତି |

ଝାରଖଣ୍ଡର ଶାସନାଧୀନ ସରକାର ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା (JMM) ମଧ୍ୟ ଧୋନୀଙ୍କ ରାଜନୀତିରେ ଓହ୍ଲାଇବାକୁ ନେଇ ଚର୍ଚ୍ଚା କରିଛି | ଦଳର କେନ୍ଦ୍ରୀୟ ମହାସଚିବ ବିନୋଦ ପାଣ୍ଡେ କହିଛନ୍ତି ଯେ ଯଦି ଧୋନୀ ରାଜନୀତିରେ ପ୍ରବେଶ କରିବେ ତାହେଲେ ଏହା ରାଜ୍ୟ ପାଇଁ ଏବଂ ଦେଶ ପାଇଁ ବହୁତ ଖୁସିର ବିଷୟ | ଯଦି ସେ JMM ରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରନ୍ତି ତାହେଲେ ଦଳରେ ତାଙ୍କୁ ସ୍ୱାଗତ କରାଯିବ | 

   Related Posts