ବନ୍ଧୁ କଲେ ଖୁଲାସା: ସନ୍ନ୍ୟାସ ନା ଶୁଣିବା ମାତ୍ରେ ରାଗି ଯାଉଛନ୍ତି ଧୋନୀ, ଏବେ କ୍ରିକେଟ୍ ଛାଡିବା କଥା ଭାବି ନାହାନ୍ତି

Published By : Prameya-News7 Bureau | April 02, 2020 IST

ନୂଆଦିଲ୍ଲୀ ୦୨।୦୪: କରୋନା ଭାଇରସ୍‌ କାରଣରୁ ଆଇପିଏଲର ୧୩ତମ ସଂସ୍କରଣର ଆୟୋଜନକୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏହା ପରେ ମଧ୍ୟ ଆଇପିଏଲର ଆୟୋଜନର ସମ୍ଭାବନା ଖୁବ୍ କମ ରହିଛି। ସଭିଙ୍କ ପାଇଁ ଏହି ଆଇପିଏଲ ବହୁତ ଖାସ୍ ମଧ୍ୟ, କାରଣ ଦୀର୍ଘ ସମୟ ପରେ ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଏମଏସ ଧୋନୀ ପଡିଆକୁ ଫେରିବାକୁ ଯାଉଛନ୍ତି। ଧୋନୀ ଗତ ବର୍ଷ ବିଶ୍ଵ କପ୍ ସେମି ଫାଇନାଲ ପରଠୁ କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ଆଶା କରାଯାଉଛି  ଯେ ଛୋଟ ହେଉ ପଛେ ଆଇପିଏଲର ଆୟୋଜନ ହେଉ ଏବଂ ଧୋନୀଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ଖେଳୁଥିବା ଦେଖିବାକୁ ମିଳୁ। ଏହା ସହିତ ସେ ଚଳିତ ବର୍ଷ ଟି-୨୦ ବିଶ୍ଵକପରେ ଭାରତ ପକ୍ଷରୁ ପଡିଆକୁ ଓହ୍ଲାନ୍ତୁ। ମାତ୍ର କରୋନା ଭାଇରସ୍‌ କାରଣରୁ ଆଇପିଏଲର ଆୟୋଜନ ବହୁତ ମୁସ୍କିଲ ଲାଗୁଛି।

ଭାରତ ପାଇଁ ଖେଳିବାକୁ ଚାହୁଁଛନ୍ତି ଧୋନୀ

ଏହା ପରେ ଧୋନୀଙ୍କ ଭବିଷ୍ୟତ ନେଇ ଅନେକ ପ୍ରଶ୍ନ ଉଠିଛି। ଯଦି ଆଇପିଏଲର ଏହି ସଂସ୍କରଣ ରଦ୍ଦ ହୁଏ ତେବେ ଭାରତୀୟ ଦଳରେ ତାଙ୍କର ପ୍ରତ୍ୟାବର୍ତ୍ତନ ବହୁତ ମୁସ୍କିଲ ଲାଗୁଛି। ଏପରିକି ଭାରତୀୟ କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ କିଛି ମାସ ପୂର୍ବରୁ ଧୋନୀଙ୍କ ପ୍ରତ୍ୟାବର୍ତ୍ତନ ଆଇପିଏଲ ଉପରେ ନିର୍ଭର କରେ ବୋଲି କହିଥିଲେ। ମାତ୍ର ତାଙ୍କର ରାଞ୍ଚିର ନିକଟତର ବନ୍ଧୁଙ୍କୁ ଲାଗୁଛି ଯେ, ଧୋନୀ ସନ୍ନ୍ୟାସ ବିଷୟରେ ଚିନ୍ତା କରି ନାହାନ୍ତି ଏବଂ ଏବେ ମଧ୍ୟ ଭାରତ ପାଇଁ ଖେଳିବାକୁ ଚାହୁଁଛନ୍ତି।

{"id":248176,"sizeSlug":"large"}

ଧୋନୀଙ୍କ ନିକଟତର ବନ୍ଧୁ ଖୁଲାସା କରିଛନ୍ତି ଯେ, ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟସମ୍ୟାନ ଏବେ ମଧ୍ୟ ଭାରତ ପକ୍ଷରୁ ଖେଳିବାକୁ ଚାହୁଁଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯଦି କେହି ଧୋନୀଙ୍କୁ ଅବସର ବିଷୟରେ ପ୍ରଶ୍ନ କରୁଛନ୍ତି ତେବେ ସେ ରାଗି ଯାଉଛନ୍ତି।

ଧୋନୀଙ୍କ ଏହି ନିକଟତମ ବନ୍ଧୁ କହିଛନ୍ତି ଯେ, ଗତ କିଛି ମାସରୁ ଧୋନୀ କଠିନ ଟ୍ରେନିଂ କରୁଛନ୍ତି। ସେ ଜାଣିଛନ୍ତି ଯେ ସେ ଆଉ ଯୁବକ ନାହାନ୍ତି। ମାତ୍ର ନିଜକୁ ଫିଟ୍ ରଖିବା ପାଇଁ ବହୁତ ପରିଶ୍ରମ କରୁଛନ୍ତି। ଆଇପିଏଲ ଏବଂ ପୁଣି ଭାରତୀୟ ଦଳକୁ ଫେରିବାକୁ ଟ୍ରେନିଂ ନେଉଛନ୍ତି। ଧୋନୀ ନିଜକୁ ଏବେ ବହୁତ ଫିଟ୍ ଅନୁଭବ କରୁଥିବା ଜନୈକ ବନ୍ଧୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.