Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ହିମାଚଳରେ ପ୍ରଶଂସକଙ୍କ ଦୀର୍ଘ ବର୍ଷର ସ୍ଵପ୍ନ ପୁରା କଲେ ଧୋନୀ, ହୃଦୟ ଜିତିନେବ ‘କ୍ୟାପ୍ଟେନ କୁଲ’ଙ୍କ ଏହି କାମ

5/07/2021 at 9:37 PM

ନୂଆଦିଲ୍ଲୀ ୦୫।୦୭: ମହେନ୍ଦ୍ର ସିଂହ ଧୋନୀଙ୍କୁ ଭାରତୀୟ କ୍ରିକେଟ୍ ଇତିହାସର ସବୁଠୁ ସଫଳ ଅଧିନାୟକ କୁହାଯାଏ। ସେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇ ସାରିଥିଲେ ମଧ୍ୟ ତାଙ୍କ ଲୋକପ୍ରିୟତାରେ ତିଳେ ହେଲେ କମ ହୋଇ ନାହିଁ। ସେ ଆଜି ମଧ୍ୟ ସମସ୍ତଙ୍କ ଗ୍ରହଣୀୟ କ୍ରିକେଟ୍‌ର ହୋଇ ରହିଛନ୍ତି। ଏହା କୁହାଯାଇ ପାରିବ ଯେ, ଧୋନୀ ଭାରତୀୟ କ୍ରିକେଟ୍‌ରେ ଏକ ସମୃଦ୍ଧ  ବିରାସତ ଛାଡି ଯାଇଛନ୍ତି, ଯାହା ତାଙ୍କ ରେକର୍ଡ ମାଧ୍ୟମରେ ଆଜି ମଧ୍ୟ ଜୀବିତ ରହିଛି।

ଧୋନୀ ବର୍ତ୍ତମାନ ଚେନ୍ନାଇ ସୁପରକିଙ୍ଗ୍ସର ଅଧିନାୟକ। ଚଳିତ ବର୍ଷ ଦୁନିଆର ସବୁଠୁ ମହଙ୍ଗା କ୍ରିକେଟ୍ ଲିଗ୍‌ ସ୍ଥଗିତ ହେବା ପରେ ଧୋନୀ ପରିବାର ସହିତ ଭଲ ସମୟ ବିତାଇଛନ୍ତି। ହିମାଚଳ ପ୍ରଦେଶ ସରକାରଙ୍କ ଦ୍ଵାରା କୋଭିଡ୍ କଟକଣାରେ କିଛିଟା କୋହଳ ପରେ ସେ କିଛି ବନ୍ଧୁଙ୍କ ସହ ପରିବାରକୁ ଧରି ଛୁଟି ମନାଇବାକୁ ଶିମଲା ଚାଲି ଯାଇଥିଲେ।

ମାହିଙ୍କ ଶିମଲା ଯାତ୍ରା ତାଙ୍କର ଏକ ପ୍ରଶଂସକଙ୍କ ପାଇଁ ସ୍ମରଣୀୟ ମୁହୂର୍ତ୍ତ ପାଲଟି ଯାଇଛି। ଏହି ପ୍ରଶଂସକ ଧୋନୀଙ୍କ ଅଟୋଗ୍ରାଫ ପାଇଁ ଇଚ୍ଛୁକ ଥିଲେ। ଏହି ପ୍ରଶଂସକଙ୍କ ନାମ ଦେବ। ସେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଧୋନୀଙ୍କ ସହ ଭେଟିବାକୁ ଦୀର୍ଘ ବର୍ଷ ଧରି ବହୁତ ଉତ୍ସାହିତ ଥିଲେ।

ଏମଏସ ଧୋନୀ ପତ୍ନୀ ସାକ୍ଷୀ ଓ ଝିଅ ଜିଭାଙ୍କ ସହିତ ହିମାଚଳ ପ୍ରଦେଶର ରତନାରୀରେ ଛୁଟି ମନାଇବାକୁ ଯାଇଥିଲେ। ସେଠାରେ ସେ ମୀନାବାଗ ହୋଟେଲ୍‌ରେ ରହିଥିଲେ। ଦେବ ଯେବେ ଏହାର ସୂଚନା ପାଇଲେ ସେ ପ୍ରଶାସନକୁ ଅନୁରୋଧ କରି ମୀନାବାଗର ଶିମଲାରୁ ମୀନାବାଗ ରତନାରୀକୁ ନିଜର ଟ୍ରାନ୍ସଫର କରାଇଥିଲେ।

ଶେଷରେ ଦେବଙ୍କ ଦୀର୍ଘ ୧୩ ବର୍ଷର ସ୍ଵପ୍ନ ପୂରଣ ହୋଇଛି। ତାଙ୍କର କେବଳ ଧୋନୀଙ୍କ ସହ ଭେଟ  ହୋଇନଥିଲା ବରଂ ମାହି ତାଙ୍କ ମୋବାଇଲ୍‌ କଭରରେ ଅଟୋଗ୍ରାଫ ମଧ୍ୟ ଦେଇଛନ୍ତି। ଦେବଙ୍କ ମୋବାଇଲ କଭରରେ ଧୋନୀଙ୍କ ଅଟୋଗ୍ରାଫ ଥିବା ଫଟୋ ଖୋଦ୍ ମୀନାବାଗ ହୋଟେଲ୍ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛି।

ମୀନାବାଗ ହୋଟେଲ୍‌ର ଇନଷ୍ଟାଗ୍ରାମ ପୋଷ୍ଟ ଅନୁଯାୟୀ, ଦେବ ମୀନାବାଗ ଶିମଲାରୁ ମୀନାବାଗ ରତନାରୀରେ ନିଜର ଟ୍ରାନ୍ସଫର କରାଇଥିଲେ। ଯଦ୍ଵାରା ସେ ନିଜ ପ୍ରିୟ ଖେଳାଳିଙ୍କ ଷ୍ଟିଓ୍ଵର୍ଡ ଭୂମିକା ନିଭାଇ ପାରିବେ। ସେ ୨୦୦୫ରେ ମଧ୍ୟ ଧୋନୀଙ୍କୁ ଭେଟିବାକୁ ଉଦ୍ୟମ କରିଥିଲେ। ମାତ୍ର ସଫଳ ହୋଇପାରିନଥିଲେ। ସେହି ସମୟରେ ମହେନ୍ଦ୍ର ସିଂହ ଧୋନୀ ଏକ ଟୁର୍ଣ୍ଣାମେଣ୍ଟ ପାଇଁ ହିମାଚଳର ରୋହଡୁ ଆସିଥିଲେ। ଦେବ ମାହିଙ୍କ ଅଟୋଗ୍ରାଫ ଚାହୁଁଥିଲେ, ହେଲେ ତା ବଦଳରେ ତାଙ୍କୁ ପୋଲିସଠୁ ଲାଠିମାଡ ମିଳିଥିଲା। ଦେବ କହିଛନ୍ତି, ଯେଉଁ  ଫୋନ କଭରରେ ଧୋନୀଙ୍କ ଅଟୋଗ୍ରାଫ ରହିଛି, ତାହା ସର୍ବଦା ଅପରିବର୍ତ୍ତିତ ରହିବ।

   Related Posts