୨୦୧୯ ବିଶ୍ବକପ୍‌ ସେମିଫାଇନାଲରେ ରନ୍‌ ଆଉଟ ନେଇ କଣ କହିଛନ୍ତି ମାହି ଆସନ୍ତୁ ଜାଣିବା

Published By : Prameya-News7 Bureau | January 12, 2020 IST

ମୁମ୍ବାଇ ୧୨।୦୧: ଭାରତୀୟ କ୍ରିକେଟର ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୧୯ ବିଶ୍ବକପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ରନ୍‌ ଆଉଟ ହୋଇଥିଲେ । କ୍ରିଜ୍‌ରୁ ମାତ୍ର ୨ଇଞ୍ଚ ଦୂରରେ ରହିଯାଇଥିଲେ ଧୋନୀ । ଯାହାକୁ ନେଇ ସେ ରନଆଉଟ ହୋଇଯାଇଥିଲେ । ନ୍ୟୁଜିଲାଣ୍ଡ ଟିମ୍‌ର ସଦସ୍ୟ ମାର୍ଟିନ ଗପ୍ଟିଲଙ୍କ ଥ୍ରୋ ସିଧାସଳଖ ଓ୍ବିକେଟ୍‌ରେ ବାଜିଥିଲା । ତେବେ ବିଶ୍ବକପରେ ହୋଇଥିବା ସେହି ରନ୍‌ଆଉଟ ସଂପର୍କରେ ମୁହଁ ଖୋଲିଛନ୍ତି ମହେନ୍ଦ୍ର ସିଂହ ଧୋନୀ ।

{"id":210258,"sizeSlug":"large"}

ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କୁ ତାଙ୍କ ଜୀବନରେ ପ୍ରତ୍ୟେକ ସମୟରେ ଅବସୋସ ରହିବ ଯେ, ମୁଁ ଡ୍ରାଇଭ କଣ ପାଇଁ କରିନଥିଲି । ଧୋନି ନିଜ ବର୍ଷ ୧୫ କ୍ରିକେଟ୍‌ କ୍ୟାରିୟରରେ ବହୁତ କମ୍‌ ଡ୍ରାଇଭ ଲଗାଇଥାନ୍ତି । ନିଜର ବିସ୍ଫୋରକ ବ୍ୟାଟିଂ ଓ ଦ୍ରୁତ ଗତିରେ ଦୌଡ ପାଇଁ ବେଶ୍‌ ଜଣାଶୁଣା । କିନ୍ତୁ ୨୦୧୯ ବିଶ୍ବକପ୍‌ ସେମିଫାଇନାଲରେ ନିଜର ଦ୍ରୁତ ଗତି ଧୋନୀଙ୍କ ସାଥ୍‌ ଦେଇନଥିଲା । ଧୋନୀଙ୍କ ଆଉଟ ହେବାପରେ ଭାରତ ସେମିଫାଇନାଲରେ ପରାସ୍ତ ହୋଇ ଟିମ୍‌ ବିଶ୍ବକପ୍‌ରୁ ବାହାରିଥିଲା ।

{"id":210260,"width":582,"height":481,"sizeSlug":"large"}

୨୦୧୫ ବିଶ୍ବକପ୍‌ ସେମିଫାଇନାଲ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ରେ ଧୋନୀ ରନ୍‌ ଆଉଟ୍‌ ମଧ୍ୟ ହୋଇଥିଲେ ।  ସେହିପରି ୨୦୧୯ ବିଶ୍ବକପ୍‌ ପୂର୍ବରୁ IPL ଫାଇନାଲ୍‌ରେ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ଧୋନୀ ରନ୍‌ ଆଉଟ୍‌ ହୋଇଥିଲେ । କିନ୍ତୁ ୨୦୧୯ ବିଶ୍ବକପ୍‌ରେ ଧୋନୀଙ୍କ ରନ୍‌ ଆଉଟ୍‌ ବହୁତ କଷ୍ଟଦାୟକ ଥିଲା ଭାରତୀୟ କ୍ରିକେଟ ପ୍ରେମୀଙ୍କ ପ୍ରତି। କାରଣ ଧୋନି ନିଜର ଶେଷ ବିଶ୍ବକପ୍‌ ଖେଳୁଥିବା ରୋହିତ ଶର୍ମା ମଧ୍ୟ ବିଶ୍ବକପ୍‌ରେ ଧୁଆଁଧାର ବ୍ୟାଟିଂ କରି ସର୍ବାଧିକ ରନ୍‌ କରିଥିଲେ ।

{"id":210261,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.