ବଜାରରେ ଧୋନିଙ୍କ ଫାର୍ମ ହାଉସର ଅର୍ଗାନିକ ଷ୍ଟ୍ରବେରିର ଚାହିଦା ଅନେକ: କିଲୋ ପ୍ରତି ୪୦୦ ଟଙ୍କାରେ ହେଉଛି ବିକ୍ରି

Published By : Prameya-News7 Bureau | February 22, 2021 IST

ରାଞ୍ଚି ୨୨/୦୨ : କ୍ରିକେଟ ମଇଦାନ ହେଉ କି ଚାଷ ଜମି, ସବୁଠି ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଶଂସା। ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ଅବସର ନେବାପରେ ଧୋନି ନିଜର ରାଞ୍ଚି ସ୍ଥିତ ୪୩ ଏକର ବିଶିଷ୍ଟ ଫାର୍ମ ହାଉସରେ ଅର୍ଗାନିକ ଚାଷ କରୁଛନ୍ତି। ବଜାରରେ ଧୋନିଙ୍କ ଚାଷ ଜମିର ପନିପରିବାର ଚାହିଦା ମଧ୍ୟ ଅଧିକ। ଏବେ ଧୋନି ନିଜ ଫାର୍ମ ହାଉସରେ ଷ୍ଟ୍ରବେରି ଚାଷ କରୁଛନ୍ତି। ପାଖାପାଖି ଦେଢ଼ ଏକର ଜମିରେ ସେ ଷ୍ଟ୍ରବେରି ଚାଷ କରିଛନ୍ତି।

{"id":412794,"sizeSlug":"large","linkDestination":"none"}

ଧୋନି ୱିଣ୍ଟର ଡାଉନ କିସମର ଷ୍ଟ୍ରବେରି ଚାଷ କରିଛନ୍ତି। ଏହାର ସ୍ୱାଦ ଯେତିକି ଭଲ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ। ନିଜର ୟୁନିକ ଫ୍ଲେଭର ପାଇଁ ଏହି ଷ୍ଟ୍ରବେରି ବହୁତ ଲୋକପ୍ରିୟ। ଫାର୍ମ ହାଉସରୁ ପ୍ରତିଦିନ ୮୦ ରୁ ୧୨୦ କିଲୋ ଷ୍ଟ୍ରବେରି ତୋଳି ବଜାରକୁ ପଠାଯାଇଥାଏ। ଷ୍ଟ୍ରବେରି ବହୁତ ସତର୍କ ହୋଇ ତୋଳିବାକୁ ପଡିଥାଏ। ବଜାରରେ ଏହି ଷ୍ଟ୍ରବେରିର ବହୁତ ଚାହିଦା। ଏହି ଷ୍ଟ୍ରବେରି କିଲୋ ପ୍ରତି ୪୦୦ ରୁ ୫୦୦ ଟଙ୍କାରେ ବିକ୍ରି ହେଉଛି। ଧୋନି ଲଗାତାର ଅର୍ଗାନିକ ଚାଷ ଆଡକୁ ବଢି ଚାଲିଛନ୍ତି। ବିଭିନ୍ନ ପ୍ରକାର ପନିପରିବା ସହ ବର୍ତ୍ତମାନ ସେ ଫଳ ଚାଷ ମଧ୍ୟ କରୁଛନ୍ତି। ତାଙ୍କ ଫାର୍ମ ହାଉସରେ ରାସାୟନିକ ସାର ବ୍ୟବହାର ହୁଏନାହିଁ ବରଂ ଅର୍ଗାନିକ ସାର ବ୍ୟବହାର କରାଯାଏ।

{"id":412795,"sizeSlug":"large","linkDestination":"none"}

ଧୋନିଙ୍କ ପ୍ରଶଂସକ ଜାଣିଛନ୍ତି ଯେ ଧୋନି ଓ ତାଙ୍କ ପତ୍ନୀ ସାକ୍ଷୀଙ୍କୁ ଷ୍ଟ୍ରବେରି ବହୁତ ପସନ୍ଦ। ଷ୍ଟ୍ରବେରି ପ୍ରତି ଥିବା ନିଜର ଦୁର୍ବଳ ପାଇଁ ସେ ନିଜ ଫାର୍ମ ହାଉସରେ ଷ୍ଟ୍ରବେରି ଚାଷ କରୁଛନ୍ତି। ଷ୍ଟ୍ରବେରିରେ ଆଣ୍ଟିଅକ୍ସିଡେଣ୍ଟ ଓ ପଲିଫେନଲ କମ୍ପାଉଣ୍ଡ ରହିଛି ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଏଥିରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ସି ରହିଛି ଯାହା ତ୍ୱଚା ଓ କେଶ ପାଇଁ ହିତକର। ଏହା ଓଜନ କମ କରିବାରେ ମଧ୍ୟ ସହାୟକ ହୋଇଥାଏ। ଏହା କ୍ୟାନ୍ସର ଆଶଙ୍କା ମଧ୍ୟ କମ କରିଥାଏ। ଷ୍ଟ୍ରବେରି ହୃଦ, ଦାନ୍ତ ଓ ହାଡକୁ ମଜବୁତ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.