Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟନା AIIMSର ୩୮୪ ଡାକ୍ତର ଏବଂ ନର୍ସିଂ ଷ୍ଟାଫ୍‌ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ
  • ||
  • ବିଧାୟକ ନରସିଂହ ମିଶ୍ରଙ୍କୁ କରୋନା, ଟ୍ୱିଟ୍‌ କରି ଦେଲେ ସୂଚନା
  • ||
  • କରୋନାକୁ ମାତ୍‌ ଦେଲେ ୨୦୦୯ ଆକ୍ରାନ୍ତ
  • ||
  • ସୁଧୁରୁନି କରୋନା ସ୍ଥିତି, ଆଜି ଭୁବନେଶ୍ଵରରୁ ଚିହ୍ନଟ ହେଲେ ୪୭୬ ପଜିଟିଭ୍
  • ||
  • ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ସବୁ ଧର୍ମାନୁଷ୍ଠାନରେ କଟକଣା, କେବଳ ପୂଜକ ହିଁ କରିପାରିବେ ପୂଜାର୍ଚ୍ଚନା
  • ||
  • ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଠିକା କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣା, କ୍ଷତିପୂରଣ ଦାବିରେ ମୃତଦେହ ରଖି ଧାରଣା
  • ||
  • ବଲାଙ୍ଗୀର : କରୋନା ସଂକ୍ରମଣ ରୋକିବାରେ ପୋଲିସ-ଜନତାଙ୍କ ସହଭାଗିତା ରହୁ : ଡିଜି ଅଭୟ
  • ||
  • ମାଲକାନଗିରି : ନାରାୟଣପୁରରେ ପୁଣି ମାଓ ହିଂସା, ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଯବାନ ଗୁରୁତର
  • ||
  • ପୁରୀ : ଗଠନ ହେଲା ୭ଜଣିଆ ସେବାୟତ କମିଟି, କିଏ ଟିକା ନେଇଛି, କିଏ ନେବ, କାହାର ସ୍ବାସ୍ଥ୍ୟ କିପରି ଅଛି ହେବ ତଦାରଖ
  • ||
  • କେନ୍ଦୁଝର : ବାଇକ୍ ଆରୋହୀଙ୍କ ଉପରେ ମାଡିଗଲା ହାଇୱା, ଘଟଣାସ୍ଥଳରେ ମୃତ୍ୟୁ
  • ||

ନ୍ୟୁଜିଲାଣ୍ଡ ସହ ସେମିଫାଇନାଲ ମ୍ୟାଚରେ ପଦାର୍ପଣ କରୁ କରୁ ଧୋନୀ କଲେ ଏହି ବିଶ୍ବ ରେକର୍ଡ

9/07/2019 at 9:17 PM

ମାଞ୍ଚେଷ୍ଟର୯|୭: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଚାଲିଥିବା ସେମିଫାଇନାଲ ମ୍ୟାଚ ବର୍ଷାଯୋଗୁଁ ବାଧାପ୍ରାପ୍ତ ହୋଇଛି । ତେବେ ଆଜି ମ୍ୟାଚରେ ପଦାର୍ପଣ କରୁ କରୁ ମହେନ୍ଦ୍ର ସିଂ ଧୋନୀ ନିଜ ପାଇଁ ଏକ ରେକର୍ଡ କରିଛନ୍ତି । ଏହି ମ୍ୟାଚରେ ଅବତୀର୍ଣ୍ଣ ହେବା ମାତ୍ରେ ଧୋନୀ ୩୫୦ ୱାନଡେ ଖେଳିବା ତାଲିକାରେ ସାମିଲ ହୋଇଛନ୍ତି । ବିଶ୍ବରେ ୩୫୦ ୱାନ ଡେ ଖେଳିଥିବା ଖେଳାଳିଙ୍କ ତାଲିକାରେ ଧୋନୀ ୧୦ ସ୍ଥାନରେ ରହିଛନ୍ତି ।

ଅପରପକ୍ଷରେ ୩୫୦ ୱାନ ଡେ ଖେଳିବା ପରେ ଭାରତର ଦ୍ବିତୀୟ ସର୍ବାଧିକ ୱାନଡେ ଖେଳାଳୀର ମାନ୍ୟତା ହାସଲ କରିଛନ୍ତି ଧୋନୀ । ସଚ୍ଚିନ ତେନ୍ଦୁଲକର ପ୍ରଥମ ସ୍ଥାନରେ ରହିଛନ୍ତି । ସଚ୍ଚିନ ନିଜ କ୍ୟାରିଅର ଭିତରେ ସବୁଠୁ ଅଧିକ ୪୬୩ଟି ୱାନ ଡେ ଖେଳିଛନ୍ତି । ଧୋନୀ ଖେଳିଥିବା ୩୫୦ଟି ୱାନ ଡେ ମଧ୍ୟରୁ ୩୪୭ଟି ସେ ଭାରତ ପାଇଁ ଖେଳିଥିବାବେଳେ ୩ଟି ୱାନ ଡେ ଏସୀୟ ଏକାଦଶ ପାଇଁ ଖେଳିଛନ୍ତି ।

୩୫୦ ୱାନ ଡେ ଖେଳିବା କ୍ଷେତ୍ରରେ ସେ ଶ୍ରୀଲଙ୍କାର ମୁଥେୟା ମୂରଲୀଧରନଙ୍କ ସମକକ୍ଷ ହୋଇଛନ୍ତି । ସବୁଠୁ ଅଧିକ ୱାନ ଡେ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ସଚ୍ଚିନ ତେନ୍ଦୁଲକର ୪୬୩, ମହିଳା ଜୟବର୍ଦ୍ଧନେ ୪୪୮, ସନଥ ଜୟସୂରୟା ୪୪୫, କୁମାର ସାଂଗାକାରା ୪୦୪, ସାହିଦ ଆଫ୍ରେଦି ୩୯୮, ରିକି ପଣ୍ଟିଂ ୩୭୫, ୱାସିମ ଆକ୍ରମ ୩୫୬ ।

ଅପରପକ୍ଷରେ ୱିକେଟ କିପର ହିସାବରେ ୩୫୦ ୱାନ ଡେ ଖେଳିବା କ୍ଷେତ୍ରରେ ଧୋନୀ ପ୍ରଥମ କ୍ରିକେଟର । ଶ୍ରୀଲଙ୍କାର କୁମାର ସାଂଗକାରା ୱିକେଟ କିପର ହିସାବରେ ୩୬୦ ମ୍ୟାଚ ଖେଳିଥିଲେ ମଧ୍ୟ କିଛି ମ୍ୟାଚରେ ସେ ୱିକେଟ କିପିଙ୍ଗ କରିନାହାନ୍ତି ।

   Related Posts