ହେପି ବାର୍ଥ ଡେ ମାହି: ଜନ୍ମଦିନରେ ଝିଅ ସହ ବେଶ ଖୁସୀରେ ନାଚିଲେ ଧୋନୀ, ଭିଡିଓ ଭାଇରାଲ
7/07/2019 at 7:34 PM

ମାଞ୍ଚେଷ୍ଟର୭|୭: ଆଜି ମାହିଙ୍କ ଜନ୍ମଦିନ । ଇଣ୍ଡିଆନ କ୍ରିକେଟର ଦଶା ତଥା ଦିଶା ବଦଳାଇଥିବା କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀ ଆଜି ୩୮ ବର୍ଷ ବୟସରେ ପାଦ ଦେଇଛନ୍ତି । ଗତକାଲିର ଲଙ୍କା ବିଜୟ ପରେ କେକ୍ କାଟି ବାର୍ଥ ଡେ ସେଲିବ୍ରେଟ କରିଛନ୍ତି ଧୋନୀ । ଏପରିକି ଝିଅ ଜୀଭା ସହ ଡ୍ୟାନ୍ସ ମଧ୍ୟ କରୁଥିବାର ନଜର ଆସୁଛନ୍ତି । ସେହିପରି ଆଇସିସି ମଧ୍ୟ ଏକ ଭିଡିଓ ପୋଷ୍ଟକରି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।…..
ଡବଲ ଡୋଜ ସେଲିବ୍ରେସନ। ଗୋଟିଏ ପଟେ ଲଙ୍କା ବିଜୟର ସେଲିବ୍ରେସନ ଆଉ ତା ସହିତ ମାହିଙ୍କ ବାର୍ଥ ଡେ। ଭାରତୀୟ କ୍ରିକେଟକୁ ନୂଆ ଏକ ପରିଚୟ ଦେଇଥିବା, ସଫଳତାର ତୁଙ୍ଗ ଶିଖରରେ ପହଞ୍ଚାଇଥିବା କ୍ରିକେଟର ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ । ପ୍ରେସରରେ ଆଇସ୍ କୁଲ୍ ରହୁଥିବା ଯୋଗୁଁ କ୍ୟାପଟେନ୍ କୁଲ୍ ଭାବେ ପରିଚିତ ଧୋନୀଙ୍କର ଆଜି ହେଉଛି ୩୮ତମ ଜନ୍ମଦିନ । ଇଂଲଣ୍ଡରେ ଥିବା ଧୋନୀ ପତ୍ନୀ ସାକ୍ଷସୀ ଓ ଝିଅ ଜୀଭା ସହ ବାର୍ଥ ଡେ ସେଲିବ୍ରେଟ କରିଛନ୍ତି ମାହି । ସାଥୀରେ କିଛି ଟିମ୍ ମେଟଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ଶେଷରେ ଝିଅ ସହ ବେଶ ମନଖୁସିରେ ନାଚି ଥିଲେ ଧୋନୀ, ଯାହାକି ଏବେ ସୋସିଆଲ ମିଡିଆରେ ଧୁମ୍ ମଚାଇଛି ।
ଆଇସିସି ମଧ୍ୟ ଟ୍ବିଟର ହ୍ୟାଣ୍ଡେଲରେ ଭିଡିଓ ପୋଷ୍ଟ କରି ଧୋନୀଙ୍କୁ ଶୁଭେଚ୍ଛା ଜଣାଇଛି । ଯେଉଁଥିରେ ଭାରତୀୟ କ୍ରିକେଟରେ ଦିଶା ପରିବର୍ତ୍ତନ କରିଥିବା ମହାନାୟକ ଭାବେ ଧୋନୀଙ୍କୁ ଅଭିହିତ କରାଯାଇଛି । ଏଥିରେ ଇଂଲଣ୍ଡର ବଟଲର ଓ ଷ୍ଟୋକସ୍ , ଆଫଗାନିସ୍ତାନର ସେହେଜାଦ ଓ ଭାରତର କୋହଲି ଓ ବୁମରାହଙ୍କୁ ଧୋନୀଙ୍କ ପ୍ରଶଂସାରେ ଶତମୁଖହୋଇଥିବା ଦର୍ଶାଯାଇଛି।
ଭାରତୀୟ କ୍ରିକେଟର ସବୁଠୁ ସଫଳ କ୍ୟାପଟେନ୍ ହେଉଛନ୍ତି ଧୋନୀ । ବିଶ୍ବର ଏକମାତ୍ର ଅଧିନାୟକ ଭାବେ ଦିନିକିଆ ବିଶ୍ବକପ, ଟି୨୦ ବିଶ୍ବକପ ଓ ଚାମ୍ପିୟନ୍ସ ଟ୍ରଫି ଜିତିଛନ୍ତି । ସେହିପରି ଧୋନୀଙ୍କ ଅଧିନାୟକତ୍ବ କାଳରେ ଦିନିକିଆ ଓ ଟେଷ୍ଟରେ ଭାରତ ଏକ ନମ୍ବର ହେବାର ସୌଭାଗ୍ୟ ପାଇଥିଲା । ତେବେ ଆଜିର ଦିନରେ ଏମଏସଡିଙ୍କୁ ଆମ ତରଫରୁ ମଧ୍ୟ ଜନ୍ମ ଦିନର ଅଭିନନ୍ଦନ ।ହେପି ବାର୍ଥ ଡେ ମାହି ।