ଅବସର ନେଇ ଧୋନୀ ଚୁପ୍: ସଭାକୁ ଆସିଲେ ଲୋକଙ୍କୁ ଭେଟିଲେ କିନ୍ତୁ କ୍ରିକେଟ୍ କ୍ୟାରିୟର, ବିସିସିଆଇ ବିଷୟରେ କହିଲେନି

Published By : Prameya-News7 Bureau | January 23, 2020 IST

ନୂଆଦିଲ୍ଲୀ୨୩/୧: ପବ୍ଳିକ୍ ସାମ୍ନାରେ ଧୋନୀ ଚୁପ୍‌ ରହିବା କ୍ରିକେଟପ୍ରେମୀଙ୍କୁ ତାଜୁବ କରି ଦେଇଛି। ଭାରତୀୟ କ୍ରିକେଟ ଟିମ୍‌ର ସଫଳ ଅଧିନାୟକଙ୍କ ତାଲିକାରେ ଧୋନୀଙ୍କ ନାଁ ରହିଛି। ଏଥସହ ଧୋନୀଙ୍କ ଦମଦାର ବ୍ୟାଟିଂ ଓ ଜବରଦସ୍ତ ଓ୍ବିକେଟ୍ କିପିଂ ପାଇଁ କ୍ରିକେଟପ୍ରେମୀ ତାଙ୍କୁ ମନେ ରଖିଛନ୍ତି। ନିକଟରେ ବିସିସିଆଇର କଣ୍ଟ୍ରାକ୍ଟ ତାଲିକା ପ୍ରକାଶ ପାଇଥିଲା। ହେଲେ ଧୋନୀଙ୍କ ନାଁ ତାଲିକାରୁ ବାଦ ପଡ଼ିଥିଲା।

ଏପରି କି କ୍ରକେଟ ଜଗତରୁ ମାହି ସନ୍ୟାସୀ ନେଇ ପାରିନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ଏହି ସମୟରେ ପବ୍ଲିକ ସାମ୍ନାରେ ଧୋନୀ ଚୁପ୍‌ ରହିବା କ୍ରିକେଟପ୍ରେମୀଙ୍କୁ ତାଜୁବ କରି ଦେଇଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଓ ଧୋନୀ ଷ୍ଟେଟ୍ କ୍ରିକେଟ ଆସୋସିଏସନର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କ୍ରିକେଟ ଷ୍ଟାଡିୟମରେ ହଜାର ହଜାର କ୍ରିକେଟପ୍ରେମୀ ଉପସ୍ଥିତ ଥିଲେ। ହେଲେ ମାହି ଝାଡ଼ଖଣ୍ଡ କ୍ରିକେଟ ଖେଳାଳୀଙ୍କୁ ଟିପ୍ସ ଦେଲେ। ଅଥଚ ବିସିସିଆଇ ଏବଂ ନିଜ କ୍ରିକେଟ କ୍ୟାରିୟର ସଂପର୍କରେ ପଦେ ବି ଶବ୍ଦ କହି ନ ଥିଲେ।

ସୂଚନାଯୋଗ୍ୟ ଝାଡ଼ଖଣ୍ଡ ଷ୍ଟେଟ୍‌ କ୍ରିକେଟ ଆସୋସିଏନର କ୍ରିକେଟ ଷ୍ଟାଡିୟମରେ ସୋଲାର ପାଓ୍ବାର ଫେସିଲିଟିର ଉଦ୍‌ଘାଟନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଓ ଧୋନୀ ଉପସ୍ଥିତ  ରହିଥିଲେ। ଏହି ଅବସରରେ ଧୋନୀ ନିଜ ବକ୍ତବ୍ୟରେ ଝାଡ଼ଖଣ୍ଡ ଖେଳାଳୀଙ୍କୁ ଟିପ୍ସ ଦେଇଥିଲେ। ହେଲେ ବିସିସିଆଇ କିମ୍ବା ନିଜ ସଂପର୍କରେ କିଛି କହି ନଥିଲେ।

ନିକଟରେ ଟିମ୍‌ ଇଣ୍ଡିଆର ୨୭ ଖେଳିଳୀଙ୍କ ନାଁ କଣ୍ଟ୍ରାକ୍ଟ ତାଲିକାରେ ସ୍ଥାନ ପାଇଥିଲା। ଗ୍ରେଡ୍‌ A+ ରେ ୩ଜଣଙ୍କ ନାଁ ରହିଛି। ଯେଉଁମାନଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳିବ। ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲି, ଉପ- ଅଧିନାୟକ ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମରାହଙ୍କ ନାଁ ଗ୍ରେଡ୍‌ A+ ରେ ସାମିଲ ହୋଇଛି।

ସେହିପରି ଗ୍ରେଡ୍‌ A ରେ ଅଶ୍ବିନ, ରବିନ୍ଦ୍ର ଜାଡେଜା, ଭୁବନେଶ୍ବର କୁମାର, ଚେତେଶ୍ବର ପୂଜାରୀ, ଅଜିଙ୍କ୍ୟ ରାହାଣେ, କୋଏଲ ରହୁଲ, ଶିଖର ଧାଓ୍ବନ, ମୋ.ସାମୀ, ଇର୍ଶାନ୍ତ ଶର୍ମା, କୁଲଦୀପ ଯାଦବ ଓ ଋଷଭ ପନ୍ତଙ୍କ ନାଁ ସାମିଲ ରହିଛି। ଏମାନଙ୍କୁ ବାର୍ଷିକ ୫ କୋଟି ଟଙ୍କା ମିଳିବ। ଗ୍ରେଡ୍ B ରେ ରିଦ୍ଦିମାନ ସାହା, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ହାର୍ଦିକ ପାଣ୍ଡ୍ୟା, ମୟଙ୍କ ଅଗ୍ରଓ୍ବାଲଙ୍କ ନାଁ ରହିଛି। ଏମାନଙ୍କୁ ବାର୍ଷକ ୩ କୋଟି ମିଳିବ। ସେହିପରି ଗ୍ରେଡ୍‌ cରେ କେଦାର ଯାଦବ, ନଓ୍ବଦୀପ ସୈନୀ, ଦୀପକ ଚାହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦୁଲ ଠାକୁର, ଶ୍ରେୟସ ଆୟର ଓ ଓ୍ବାସିଙ୍ଗଟନ ସୁନ୍ଦର ନାଁ ସ୍ଥାନ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.