ଧୋନୀ କିଣିଲେ ୧.୫ କୋଟି ଟଙ୍କାର ଭିଣ୍ଟେଜ୍ ନିଶାନ ଜୋଙ୍ଗା, ଦେଖିବା ପାଇଁ ଲାଗିଲା ଲୋକଙ୍କ ଭିଡ଼, ଭିଡିଓ ହେଲା ଭାଇରାଲ
25/10/2019 at 4:11 PM

ରାଞ୍ଚି୨୫|୧୦: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଦାମି ଗାଡ଼ି କିଣି ଚର୍ଚ୍ଚାରେ ରହିଛନ୍ତି। ଦାମି ଗାଡ଼ି ଭିଣ୍ଟେଜ୍ ନିଶାନ ଜୋଙ୍ଗା କାର କିଣିବା ପରେ ଧୋନୀଙ୍କ ପ୍ରଶଂସକ ତାଙ୍କୁ ନୋଟିସ୍ କରିଛନ୍ତି। ଏହି ଗାଡ଼ି କେବଳ ଭାରତୀୟ ସେନା ବାହିନୀ ପାଖରେ ଦେଖିବା ପାଇଁ ମିଳିଥାଏ। ଏକ ଟନ ଓଜନର ଭିଣ୍ଟେଜ୍ ନିଶାନ ଜୋଙ୍ଗା ଗାଡ଼ି ଏସୟୁଭିରେ ମୋଡିଫାଏଡ୍ ହୋଇଛି। ଏହି ମଡେଲ ପାଖାପାଖି ୨୦ ବର୍ଷର ପୁରୁଣା। ଏହି ଭିଣ୍ଟେଜ ଏସୟୁଭିରେ ଧୋନୀ ଷ୍ଟାଡିୟମ ବାହାରେ ପହଞ୍ଚିବା ପରେ ତାଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ଲାଗିଥିଲା।

ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନୂଆ ନୂଆ ଗାଡ଼ିକୁ ଅଧିକ ପସନ୍ଦ କରନ୍ତି। ଗତ ମଙ୍ଗଳବାରରେ ଧୋନୀ ତାଙ୍କ ବନ୍ଧୁଙ୍କୁ ଅଭିନନ୍ଦନ ଜଣାଇ ପାଇଁ ରାଞ୍ଚିର ଜେଏସସିଏ ଷ୍ଟାଡିୟମ ବାହାରେ ପହଞ୍ଚିଥିଲେ। ୧.୫ କୋଟି ଟଙ୍କାର ଦାମି ମୋଡିଫାଇଡ୍ ଭିଣ୍ଟେଜ୍ ଏସୟୁଭି ଜୋଙ୍ଗା ଗାଡ଼ିରେ ଧୋନୀ ଷ୍ଟାଡିୟମରେ ପହଞ୍ଚିଥିଲେ। ଏହି ଗାଡ଼ିରେ ଧୋନୀ ବସିଥିବା ସମୟର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ନୂଆ ନୂଆ ଗାଡ଼ି କିଣିବା ପାଇଁ ଧୋନୀ ପସନ୍ଦ କରନ୍ତି। ଏହି ଗାଡ଼ି ଗାଡ଼ି ବ୍ୟତୀତ ତାଙ୍କ ପାଖରେ ବହୁ ଦାମୀ ଗାଡ଼ି ରହିଛି। ଧୋନୀ ପାଖରେ Ferrari 599 GTO, Hummer H2 ଓ GMC Sierra ଗାହି ରହିଛି। ଯଦି ବାଇକ କଥା କହିବା ତେବେ ତାଙ୍କ ପାଖରେ Kawasaki Ninja H2, Confederate Hellcat, BSA, Suzuki Hayabusa ସହ ଅନ୍ୟ ଏକ Norton Vintage ଭଳି ସୁପର ବାଇକ ରହିଛି।