Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଆଇପିଏଲରେ ସର୍ବାଧିକ ମ୍ୟାଚ୍ ଖେଳିବାର ରେକର୍ଡ କଲେ ଧୋନୀ, ରୈନାଙ୍କୁ ପଛରେ ପକାଇଲେ

2/10/2020 at 8:45 PM

ଦୁବାଇ ୦୨।୧୦: ମହେନ୍ଦ୍ର ସିଂହ ଧୋନୀ ଖେଳାଳି ଭାବେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଏକ ବଡ ରେକର୍ଡ ନିଜ ନାମରେ କରିଛନ୍ତି। ଧୋନୀ ଆଇପିଏଲରେ ସର୍ବାଧିକ ମ୍ୟାଚ୍‌ ଖେଳିବାର ଉପଲବ୍ଧି ହାସଲ କରିଛନ୍ତି। ଏହି ମାମଲାରେ ସେ ନିଜ ଆଇପିଏଲ ଟିମ ଚେନ୍ନାଇ ସୁପରକିଙ୍ଗ୍ସର ସାଥୀ ଖେଳାଳି ସୁରେଶ ରୈନାଙ୍କୁ ପଛରେ ପକାଇଛନ୍ତି।

ମହେନ୍ଦ୍ର ସିଂହ ଧୋନୀ ଆଜି ଦୁବାଇରେ ଯେତେବେଳେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଟସ୍‌ ପାଇଁ ପଡିଆକୁ ଓହ୍ଲାଇବା ମାତ୍ରେ ରୈନାଙ୍କୁ ପଛରେ ପକାଇ ଆଇପିଏଲରେ ସର୍ବାଧିକ ମ୍ୟାଚ୍‌ ଖେଳିବାର ଖେଳାଳି ହୋଇଛନ୍ତି। ଏହା ମହେନ୍ଦ୍ର ସିଂହ ଧୋନୀଙ୍କ ୧୯୪ତମ ଆଇପିଏଲ ମ୍ୟାଚ୍‌। ଏହି ମ୍ୟାଚ୍‌ ପୂର୍ବରୁ ଧୋନୀ ଆଇପିଏଲରେ ୧୯୩ ମ୍ୟାଚ୍‌ରୁ ୪୪୭୬ ରନ କରିଛନ୍ତି। ରୈନା ଏ ପର୍ଯ୍ୟନ୍ତ ୧୯୩ ମ୍ୟାଚ୍ ଖେଳି ୫୩୬୮ ରନ କରିଛନ୍ତି।

ମହେନ୍ଦ୍ର ସିଂହ ଧୋନୀ ଆଇପିଏଲର ପ୍ରାରମ୍ଭିକ ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସ ସହିତ ରହିଥିଲେ। ଯେବେ ଚେନ୍ନାଇ ଉପରେ ଦୁଇ ବର୍ଷର ପ୍ରତିବନ୍ଧକ ଲାଗିଲା, ଧୋନୀ ରାଇଜିଙ୍ଗ ପୁଣେ ସୁପରଜିଆଣ୍ଟ୍ସ ପକ୍ଷରୁ ଖେଳିଥିଲେ।

ରୈନା ମଧ୍ୟ ଆରମ୍ଭରୁ ଆଇପିଏଲରେ ଚେନ୍ନାଇ ଦଳ ସହିତ ରହିଥିଲେ। ସେ ୨୦୧୬-୨୦୧୭ ସିଜିନରେ ଗୁଜରାଟ ଲାୟନ୍ସ ପକ୍ଷରୁ ଖେଳିଥିଲେ। ଚେନ୍ନାଇ ସୁପର କିଙ୍ଗ୍ସ ତିନି ଥର(୨୦୧୦, ୨୦୧୧, ୨୦୧୮)ରେ ଆଇପିଏଲ ଟାଇଟଲ ଜିତିଛି।

ସର୍ବାଧିକ ଆଇପିଏଲ ମ୍ୟାଚ୍‌ ଖେଳିଥିବା ଖେଳାଳି

୧ – ମହେନ୍ଦ୍ର ସିଂହ ଧୋନୀ- ୧୯୪

୨ – ସୁରେଶ ରୈନା- ୧୯୩

୩ – ରୋହିତ ଶର୍ମା- ୧୯୨

୪ – ଦିନେଶ କାର୍ତ୍ତିକ- ୧୮୫

୫ – ବିରାଟ କୋହଲି- ୧୮୦

   Related Posts