ଧୋନୀ ଓ ଯୁବରାଜ ଟିମ୍ ଇଣ୍ଡିଆରେ ଆଣିଛନ୍ତି ପରିବର୍ତ୍ତନ, ଏମିତି କାହିଁକି କହିଲେ ସୋଏବ ଅଖତାର

Published By : Prameya-News7 Bureau | April 12, 2020 IST

ନୂଆଦିଲ୍ଲୀ, ୧୨|୦୪:  ମହେନ୍ଦ୍ର ସିଂ ଧୋନୀ ଓ ଯୁବରାଜ ସିଂ ଭାରତୀୟ ଦଳରେ ସାମିଲ ହେବା ପରେ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ ଆସିଥିଲା ବୋଲି କହିଛନ୍ତି ପୂର୍ବତନ ପାକିସ୍ତାନୀ ବୋଲର ସୋଏବ ଅଖତାର ।ଏବେକାର ଦଳରେ ମିଡିଲ୍ ଅର୍ଡରରେ ମ୍ୟାଚ୍ ଓ୍ୱିନରଙ୍କ ଆବଶ୍ୟକତା ରହିଛି । ବିରାଟ କୋହଲିଙ୍କ ଭଳି ଆଉ ଜଣେ ଦୁଇ ଜଣ ବ୍ୟାଟସମ୍ୟାନ ଟିମ୍ ଇଣ୍ଡିଆରେ ସାମିଲ ହେଲେ ଦଳ ଆଇସିସି ଇଭେଣ୍ଟରେ ଭଲ ଖେଳିବ ବୋଲି ଏହି ବୋଲର ମତ ଦେଇଛନ୍ତି ।

ସୋଏବ କହିଛନ୍ତି ଯେ, ଟୁର୍ଣ୍ଣାମେଣ୍ଟ ବିଜୟୀ ହେବା ଓ ସର୍ବଶ୍ରେଷ୍ଠ ଦଳ ହେବା ଭିନ୍ନ କଥା । ଭାରତ ଏବେ ଶ୍ରେଷ୍ଠ ଦଳ । ଦିନିିକିଆ ଓ ଟେଷ୍ଟରେ ଦଳର ପ୍ରଦର୍ଶନ ଭଲ ରହିଛି । ଆଇସିସି ଇଭେଣ୍ଟକୁ କେବଳ ନଜରରେ ରଖି ଦଳର ପ୍ରଦର୍ଶନକୁ ମାପିବା କଥା ନୁହେଁ । ତେବେ ଦଳ ଆଇସିସି ଇଭେଣ୍ଟ ବିଜୟୀ ହେବା ଉଚିତ । ଦଳ ପାଖରେ କ୍ଷମତା ରହିଛି । ଯଦି ଦଳର ପ୍ରଥମ ୪ ଜଣ ବ୍ୟାଟସମ୍ୟାନ ଭଲ ସ୍କୋର କଲେ ତେବେ ବିଜୟ ସୁନିଶ୍ଚିତ ହୋଇଥାଏ । ଯୁବରାଜ ସିଂ ଓ ଧୋନୀଙ୍କ ଭଳି ମିଡିଲ୍ ଅର୍ଡରରେ ମ୍ୟାଚ ଓ୍ୱିନର ଆବଶ୍ୟକତା ରହିଛି ।

{"id":252940,"width":748,"height":561,"sizeSlug":"large"}

ପୂର୍ବରୁ ୧୯୯୮ରେ ଭାରତରେ କେବଳ ଓପନିଂ ଶକ୍ତିଶାଳୀ ଥିଲା । ମଧ୍ୟକ୍ରମରେ କେହି ମ୍ୟାଚ ଓ୍ୱିନର ନଥିଲେ । ଯୁବରାଜ ଓ ଧୋନୀ ଏହି ସ୍ଥାନକୁ ପୂରଣ କରିଥିଲେ । ଏହାପରେ ଦଳର ପ୍ରଦର୍ଶନରେ ପରିବର୍ତ୍ତନ ହୋଇଥିଲା । ଏହି ଦୁଇ ଖେଳାଳି ଦଳକୁ ଟି୨୦ ବିଶ୍ୱକପ ଓ ୨୦୧୧ ବିଶ୍ୱକପ ଉପହାର ଦେଇଥିଲେ । ଏହାସହ ବିରେନ୍ଦ୍ର ସେହ୍ୱାଗ, ଗୌତମ ଗମ୍ଭୀର, ସଚିନ ତେନ୍ଦୁଲକର, ଜାହିର ଖାନ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.