Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇଂଲଣ୍ଡରୁ ପତ୍ନୀଙ୍କ ସହ ରାଂଚି ଫେରିଲେ ଭାରତୀୟ କ୍ରିକେଟ ତାରକା ଧୋନୀ

19/07/2019 at 9:57 AM

ବିଶ୍ବକପ ସେମିଫାଇନାଲରେ ହାରିବାପରେ ପତ୍ନୀ ସାକ୍ଷୀଙ୍କ ସହ ଲଣ୍ଡନରେ ଥିଲେ ଧୋନୀ । ଗତ କାଲି ଧୋନୀ ପତ୍ନୀଙ୍କ ସହ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଗୁରୁବାର ମଦ୍ୟାହ୍ନରେ ସେ ରାଂଚି ପହଞ୍ଚିଥିଲେ।  ସୂଚନାଯୋଗ୍ୟ ଯେ, ୨୦୧୯ ବିଶ୍ବକପ ଭାରତୀୟ କ୍ରିକେଟ ଦଳର ଅଧିନାୟକଙ୍କ ପାଇଁ ବିଶ୍ବକପ୍ ସେମିଫାଇନାଲ ମ୍ୟାଚ୍ ରେ ନ୍ୟୁଜିଲ୍ୟାଣ୍ଡଠାରୁ ଭାରତ ପରାସ୍ତ ହେବା ପରେ ପରେ ମହେନ୍ଦ୍ର ସିଂ ଧୋନୀ କ୍ରିକେଟ୍ ର ସବୁ ଫର୍ମାଟରୁ ସନ୍ୟାସ ନେବା ପ୍ରସଙ୍ଗ ଜୋର ଧରିଛି ।

କୌଣସି ନିର୍ଦ୍ଧିଷ୍ଟ ସୂଚନା ନଦେଇଥିଲେ ମଧ୍ୟ ବିଶ୍ବକପ୍ ପରେ ସେ ସନ୍ୟାସ ଘୋଷଣା କରିପାରନ୍ତି ବୋଲି ଶୁଣାଯାଇଥିଲା।  ଧୋନୀଙ୍କର କ୍ରିକେଟ୍‌ରୁ ସନ୍ୟାସ ନେବା ଚର୍ଚ୍ଚା ଶୁଣି ସେହୱାଗ ମଧ୍ୟ ନିଜ ବୟାନ ରଖିଛନ୍ତି। ବରିଷ୍ଠ କ୍ରିକେଟର ସେହୱାଗ କହିଛନ୍ତି ଯେ, ଧୋନୀ କେବେ କ୍ରିକେଟରୁ ସନ୍ୟାସ ନେବେ ତାହା ନିଷ୍ପତ୍ତି ନେବା ପାଇଁ ତାଙ୍କର ପୂରା ଅଧିକାର ଅଛି।ଧୋନୀ କୌଣସି ଚାପ ଆଧାରରେ ନିଷ୍ପତ୍ତି ନନିଅନ୍ତୁ ବୋଲି ସବୁ ଶୁଭଚିନ୍ତକଙ୍କ ଆଶା।  କାରଣ ଟିମ୍‌ ଇଣ୍ଡିଆକୁ ଧୋନୀଙ୍କ ଜଲୱାର ଆବଶ୍ୟକତା ଅଛି।  

   Related Posts