Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଧୋନୀ ୨୦୨୨ ଆଇପିଏଲ୍‌ ନଖେଳିଲେ ମୁଁ ଖେଳିବି ନାହିଁ: ରୈନା

9/07/2021 at 11:19 PM

ନୂଆଦିଲ୍ଲୀ ୦୯/୦୭: ଆଇପିଏଲ୍‌ ୨୦୨୨ରେ ଖେଳିବେ ୧୦ ଟିମ୍‌। ଏହାରି ଭିତରେ ସୁରେଶ ରୈନା ବଡ଼ ବୟାନ ଦେଇଛନ୍ତି। ସିଏସ୍‌କେ ପକ୍ଷରୁ ଖେଳୁଥିବା ରୈନା କହିଛନ୍ତି, ଯଦି ଏମଏସ୍‌ ଧୋନୀ ଆଇପିଏଲର ଆଗାମୀ ସିଜନ୍‌ରେ ଖେଳିବେ ନାହିଁ ତେବେ ମୁଁ ମଧ୍ୟ ଖେଳିବିନି। ଆଇପିଏଲ୍‌ର ଚଳିତ ସିଜ୍‌ନରେ ଦୁଇ ଖେଳାଳି ଖେଳୁଛନ୍ତି। ସିଜନ୍‌କୁ ୪ ମେ’ରେ ସ୍ଥଗିତ କରାଯାଇଥିଲା। ବାକି ୩୧ ମ୍ୟାଚ୍‌ ସେପ୍ଟେମ୍ବର-ଅକ୍ଟୋବରରେ ୟୁଏଇରେ ଖେଳାଯିବାକୁ ଅଛି।

ସୁରେଶ ରୈନା ନ୍ୟୁଜ୍‌ ୨୪କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୋ ପାଖରେ ୪-୫ ବର୍ଷ ବାକି ଅଛି। ଚଳିତ ବର୍ଷ ଆମେ ଆଇପିଏଲ ଖେଳୁଛୁ। ଆଗାମୀ ବର୍ଷ ଆହୁରି ଦୁଇଟି ଟିମ୍‌ ଖେଳିବେ। ମୋତେ ଲାଗୁଛି ଯେପର୍ଯ୍ୟନ୍ତ ମୁଁ ଖେଳିବି ସିଏସ୍‌କେ ପାଇଁ ହିଁ ଖେଳିବି। ମୁଁ ଆଶା କରୁଛି ଆମେ ଚଳିତ ସିଜନ୍‌ରେ ଭଲ କରିବୁ ।’ ସେ ଆହୁରି କହିଛନ୍ତି, ‘ ଯଦି ଧୋନୀ ଭାଇ ଆଗାମୀ ସିଜ୍‌ନରେ ନଖେଳନ୍ତି ତେବେ ମୁଁ ମଧ୍ୟ ଖେଳିବି ନାହିଁ। ଆମେ ୨୦୦୮ରୁ ସିଏସ୍‌କେ ପାଇଁ ଖେଳିଆସିଛୁ। ଯଦି ଚଳିତ ସିଜନ୍‌ରେ ଆମେ ଜିତିବୁ ତେବେ ଆଗାମୀ ସିଜ୍‌ନରେ ଖେଳିବାକୁ ତାଙ୍କୁ ମୁଁ କହିବି।’

ଏହା ସହ ସେ ଚେଷ୍ଟା କରିବେ ବୋଲି କହିଛନ୍ତି। ଧୋନୀ ଯଦି ନଖେଳିବେ ତେବେ ମୋତେ ଲାଗୁ ନାହିଁ ମୁଁ ଆଉ କେଉଁ ଟିମରେ ଖେଳିପାରିବି ବୋଲି ରୈନା କହିଛନ୍ତି। ଅନ୍ୟପଟେ ଭାରତୀୟ ଟିମ୍‌ର ପୂର୍ବତନ ଚୟନକର୍ତ୍ତା ଏବଂ ଓ୍ବିକେଟକିପର ବ୍ୟାଟ୍ସମ୍ୟାନ୍‌ ସବା କରୀମ କହିଛନ୍ତି, ବିସିସିଆଇ ଏମଏସ୍‌ ଧୋନୀଙ୍କ ଜର୍ସିକୁ ରିଟାୟର କରିଦେବା ଦରକାର। ଏହା ସହ ଧୋନୀଙ୍କ ସମେତ ବାକି ଅନ୍ୟ ମହାନ ଖେଳାଳିଙ୍କ ଜର୍ସି ବିସିସିଆଇ ସମ୍ଭାଳି ରଖିବା ଦରକାର ବୋଲି ମଧ୍ୟ ସେ କହିଛନ୍ତି। ମହାନ ଖେଳାଳିଙ୍କ ଜର୍ସି ନମ୍ବର ଅନ୍ୟ କାହାକୁ ନମିଳୁ ବୋଲି ବିସିସିଆଇ ସୁନିଶ୍ଚିତ କରିବାର ଆବଶ୍ୟକତା ଥିବା କହିଛନ୍ତି ସବା କରୀମ ।

   Related Posts