ବିଶ୍ୱକପ ପୂର୍ବରୁ ଧୋନୀ ଓ ଜାଡେଜା ଅସୁସ୍ଥ : ଚେନ୍ନାଇ କୋଚ ଷ୍ଟିଫେନ ଫ୍ଲେମିଙ୍ଗଙ୍କ ସୂଚନା

Published By : Prameya-News7 Bureau | April 28, 2019 IST

ଚେନ୍ନାଇ ୨୮/୪ : ବିଶ୍ୱକପ କ୍ରିକେଟ ପାଇଁ ଆକୁଳ ଭାବେ ଅପେକ୍ଷା କରିଥିବା କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର | ମହେନ୍ଦ୍ର ସିଂହ ଧୋନୀ ଏବଂ ରବୀନ୍ଦ୍ର ଜାଡେଜା ଅସୁସ୍ଥ ଥିବା ଚେନ୍ନାଇ କୋଚ ଷ୍ଟିଫାନ ଫ୍ଲେମିଙ୍ଗ ସୂଚନା ଦେଇଛନ୍ତି | ଅସୁସ୍ଥତା କାରଣରୁ ଧୋନୀ ଏବଂ ଜାଡେଜା ଶୁକ୍ରବାର ଦିନ ମ୍ୟାଚ ଖେଳିନଥିଲେ | ଧୋନୀ ଓ ଜାଡେଜାଙ୍କ ଅନୁପସ୍ଥିତିରେ ସୁରେଶ ରାଇନାଙ୍କ ଅଧୀନରେ ଚେନ୍ନାଇ ଟିମ ମୁମ୍ବାଇକୁ ୪୬ ରନରେ ପରାସ୍ତ କରିଥିଲା | ଜ୍ୱର ହେଉଥିବା କାରଣରୁ ଧୋନୀ ଶୁକ୍ରବାର ଦିନ ମ୍ୟାଚ ଖେଳି ପାରିନଥିଲେ | ଉଭୟ ଧୋନୀ ଓ ଜାଡେଜାଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ଫ୍ଲେମିଙ୍ଗ ନିଜେ କହିଛନ୍ତି |

{"id":108380}


ଏହି ଟୁର୍ନାମେଣ୍ଟରେ ଧୋନୀ ୭ଟି ମ୍ୟାଚରେ ୧୦୦ ରୁ ଅଧିକ ହିସାବରେ ୩୧୪ ରନ କରି ଚେନ୍ନାଇ ଟିମର ସବୁଠାରୁ ଅଧିକ ରନ କରିଥିବା ଖେଳାଳୀ | ମେ ୩୦ ତାରିଖରୁ ଇଂଲଣ୍ଡରେ ବିଶ୍ୱକପ କ୍ରିକେଟ ଆରମ୍ଭ ହେବ | ଉଭୟ ଧୋନୀ ଓ ଜାଡେଜାଙ୍କୁ ଭାରତୀୟ ଟିମରେ ଚୟନ କରାଯାଇଛି | ଭାରତ ତାର ପ୍ରଥମ ମ୍ୟାଚ ଜୁନ ୫ ତାରିଖରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବ |

{"id":108382}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.