ରାମ୍ପା ମନ୍ଦିର ପରେ ଧୋଲାଭିରାକୁ ମିଳିଲା ବିଶ୍ୱ ଐତିହ୍ୟ ମାନ୍ୟତା, ଜାଣନ୍ତୁ କଣ ଏହାର ବିଶେଷତ୍ୱ

Published By : Prameya-News7 Bureau | July 27, 2021 IST

ନୂଆଦିଲ୍ଲୀ ୨୭/୦୭ : ତେଲେଙ୍ଗାନାର ୧୩ ତମ ଶତାବ୍ଦୀର ରାମ୍ପା ମନ୍ଦିରକୁ ୟୁନେସ୍କୋ ତରଫରୁ ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ମିଳିବା ପରେ ବର୍ତ୍ତମାନ ଭାରତର ଆଉ ଏକ ହେରିଟେଜକୁ ସମ୍ମାନ ମିଳିଛି। ମଙ୍ଗଳବାର ଦିନ ୟୁନେସ୍କୋ ଗୁଜୁରାଟ ସ୍ଥିତ ଧୋଲାଭିରାକୁ ମଧ୍ୟ ବିଶ୍ୱ ଐତିହ୍ୟ ସ୍ଥଳ ଘୋଷଣା କରିଛି। ଧୋଲାଭିରାରେ ହରପ୍ପା ସଭ୍ୟତାର ଅବଶେଷ ମିଳିଥାଏ ଯାହା ସେମାନଙ୍କ ଅନନ୍ୟ ଐତିହ୍ୟ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ। ଗୁଜୁରାଟ କଚ୍ଛ ପ୍ରଦେଶ ଖଡିରରେ ସ୍ଥିତ ଏକ ଐତିହାସିକ ସ୍ଥାନରେ ରହିଛି ଧୋଲାଭିରା। ପାଖାପାଖି ୫ ହଜାର ବର୍ଷ ପୂର୍ବରୁ ଏହା ବିଶ୍ୱର ପ୍ରାଚୀନ ମହାନଗର ଥିଲା। ହରପ୍ପା ସଭ୍ୟତାର ପ୍ରତ୍ନତାତ୍ତ୍ୱିକ ସ୍ଥାନରେ ଏକ ନୂଆ ଲିଙ୍କ ଭାବେ ଜଡିତ ହେବାକୁଥିବା ଧୋଲାଭିରା 'କଚ୍ଛର ରଣ'ର ମଧ୍ୟରେ ସ୍ଥିତ ଦ୍ବୀପ ଖଡିରରେ ରହିଛି।

{"id":486709,"width":817,"height":457,"sizeSlug":"large","linkDestination":"none"}

ଏହି ଦ୍ବୀପ ନିକଟରେ ରହିଛି ସୁଖାର୍ବ ସହର। ଧୋଲାଭିରା ଗାଁ ଖଡିର ଦ୍ବୀପର ଉତ୍ତର-ପଶ୍ଚିମ ସୀମାରେ ରହିଛି। ଧୋଲାଭିରା ପ୍ରତ୍ନତାତ୍ତ୍ୱିକ ସ୍ଥାନରେ ଖନନ ବେଳେ ମିଳିଥିବା ଅବଶେଷର ପ୍ରସାର 'ମନହର' ଓ 'ମାନସର' ନାମକ ନାଳ ମଧ୍ୟରେ ହୋଇଥିଲା। ଧୋଲାଭିରା ନାମକ ହରପ୍ପା ସଂସ୍କୃତିର ଏହି ନଗରର ଯୋଜନା ସାମନ୍ତରା ଚତୁର୍ଭୁଜ ଆକାରରେ କରାଯାଇଥିଲା। ଏହି ନଗରର ଲମ୍ବ ପୂର୍ବରୁ ପଶ୍ଚିମ ଆଡକୁ ଅଛି। ନଗରର ଚାରିଆଡେ ଏକ ମଜବୁତ ପାଚେରୀ ନିର୍ମାଣର ସାକ୍ଷ୍ୟ ମିଳିଛି। ନଗରର ମହାପ୍ରସାଦ ସ୍ଥାନର ଉତ୍ତରରେ ଏକ ବିସ୍ତୃତ ସମ୍ପୂର୍ଣ ଏବଂ ବ୍ୟାପକ ସମତଳ ମଇଦାନର ଅବଶେଷ ମିଳିଛି। ଏହାର ଉତ୍ତରରେ ନଗରର ମଧ୍ୟ ଭାଗ ରହିଛି ଯାହାକୁ 'ପୁର' ସଂଜ୍ଞା ଦିଆଯାଇଥିଲା। ଏହାର ପୂର୍ବରେ ନଗରର ତୃତୀୟ ମହତ୍ତ୍ୱପୂର୍ଣ୍ଣ ଭାଗ ରହିଛି ଯାହାକୁ 'ଅବମ ନଗର' କୁହାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.