Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ସବୁ ପ୍ରମାଣପତ୍ର ଥାଇ ମଧ୍ୟ ଭୋଟ ଦେବାରୁ ବଚିଂତ ହେଉଛନ୍ତି ଢିଙ୍କିଆର ଆଦିବାସୀ ପରିବାର

20/04/2019 at 5:09 PM

ପାରାଦୀପ୨୦/୪: ଆଧାର କାର୍ଡ ଅଛି , ରାସନ କାର୍ଡ ଅଛି , ଏମିତିକି ଭୋଟର ପରିଚୟ ପତ୍ର ମଧ୍ୟ ଅଛି । ହେଲେ କ୍ରମାଗତ ଭାବେ ଭୋଟ ଦେବାରୁ ବଚିଂତ ହୋଇଆସୁଛନ୍ତି ୮ରୁ୧୦ଟି ପରିବାର । ଦୀର୍ଘ ୧୯ ବର୍ଷଧରି ପାରାଦୀପ ଉପକଣ୍ଠ ଢିଙ୍କିଆ ଗ୍ରାମରେ ବସବାସ କରି ଆସୁଥିବା ଏହି ଆଦିବାସୀ ପରିବାର ଗତ ଦୁଇ ଦୁଇଟି ନିର୍ବାଚନରେ ଭୋଟ ଦେବାରୁ ବଚିଂତ ହୋଇଥିଲେ । ଚଳିତ ନିର୍ବାଚନରେ ମଧ୍ୟ ସେମାନେ ଭୋଟ ଦେଇପାରିବେ ନାହିଁ ।  ଯାହାକୁ ନେଇ ଅସନ୍ତୋଷ  ପ୍ରକାଶ କରିଛନ୍ତି ଗ୍ରାମବାସୀ । 

 ପାରାଦୀପ ଏକ ବନ୍ଦର ସହର ।ସେଥିପାଇଁ କାହୁଁ କେତେ ଅମଳରୁ ନିଜନିଜର ଭିଟାମାଟି ଛାଡି କର୍ମ ଅନ୍ବେଷଣରେ ବିଭିନ୍ନ ସ୍ଥାନରୁ ଲୋକମାନେଏଠାକୁ ଆସିଥାନ୍ତି । ସେହିପରି ୧୯ବର୍ଷଧରି ପାରାଦୀପ ଉପକଣ୍ଠ ଢିଙ୍କି ଆ ଗ୍ରାମରେ କିଛି ଆଦିବାସୀ ବସବାସ କରି ଆସୁଛନ୍ତି । ଏଠାରେ ଦୀର୍ଘ ବର୍ଷ ରହିଲାପରେ ସେମାନଙ୍କୁ ଏରସମା ବ୍ଲକ୍ ଅଧୀନରେ ଥିବା ଢିଙ୍କିଆ ପଚଂ।ୟତରେ ସାମିଲ କରାଗଲା । ତାଙ୍କର ଆଧାରକାର୍ଡ ଠାରୁ ଆରମ୍ଭ କରି ରାସନ କାର୍ଡ ଏପରିକି ଭୋଟର ପରିଚୟ ପତ୍ର ଅଛି । ହେଲେ ଭୋଟ ଦେବାରୁ ବଚିଂତ ହୋଇଛନ୍ତି ଏହି ଆଦିବାସୀ ପରିବାର  ।

ଢିଙ୍କିଆ ଗ୍ରାମର ଗ୍ରାମବାସୀ ବୋଲି କାଗଜପତ୍ରରେ ନିଜର ପରିଚୟ ରହିଛି ଏମାନଙ୍କର । ପଞ୍ଚାୟତକୁ ଆସୁଥିବା ସରକାରୀ ସହାୟତା ମଧ୍ୟ କିଛିଦିନ ମିଳୁଥିଲା ଏମାନଙ୍କୁ ।ଏବେ ସେସବୁ କୁ ବନ୍ଦ କରିଦିଆଯାଇଛି । କାହିଁକିନା ଏମାନେ ହେଉଛନ୍ତି  ଆଦିବାସୀ । ନିଜନିଜର ରାଜନୈତିକ ସ୍ବାର୍ଥ ପାଇଁ ଏମାନଙ୍କୁ ବ୍ୟବହାର କରି ନିଜର ସ୍ବାର୍ଥ ପୂରଣ ପରେ ଏମାନଙ୍କୁ ସବୁ ଅଧୀକାରରୁ ବଚିଂତ କରାଯାଇଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ  । 

ବହୁ ଚର୍ଚ୍ଚିତ ପୋସ୍କୋ କାରଖାନା ପାଇଁ ପୂର୍ବରୁ ଅନେକ ବିରୋଧ ଦେଖିବାକୁ ମିଳିଥିଲା । ତେବେ ଯେଉଁମାନେ ପୋସ୍କୋ କୁ ବିରୋଧ କରୁଥିଲେ ସେମାନେ ନିଜର ସ୍ବାର୍ଥ ହାସଲ କରିବାପାଇଁ ଏହି ଆଦିବାସୀ ପରିବାର ମାନଙ୍କୁ ଢାଲ ଭାବରେ ବ୍ୟବହାର କରିଥିଲେ । କାରଣ ଏହି ଆଦିବାସୀ ପରିବାର ଲୋକମାନେ ଯେଉଠି ରହୁଥିଲେ ସେଠି ପୋସ୍କୋ କାରଖାନା ହେଲେ ଏମାନଙ୍କର ଜୀବନ ଜୀବିକା ଉପରେ ପ୍ରଭାବ ପଡିବା ସହିତ ସେମାନେ ବେସାହାରା ହୋଇଯିବବୋଲି ପୋସ୍କୋ ବିରୋଧୀ ମାନେ ପ୍ରଶାସନ ନିକଟରେ ପ୍ରସ୍ତାବ ଦେଇଥିଲେ ।  ତେବେ ସେ ଯାହା ହେଉ ଆନ୍ଦୋଳନ ଦୀର୍ଘଦିନ ଧରି ଚାଲିବାପରେ ପୋସ୍କୋ ପ୍ରକଳ୍ପ ବନ୍ଦହେଲା । ପୋସ୍କୋ ସିନା ପଳାଇଲା ହେଲେ ଏବେବି ଅବହେଳିତ ଅବସ୍ଥାରେ ଦିନ କାଟୁଛନ୍ତି ଆଦିବାସୀ ପରିବାର ଲୋକମାନେ ।

ସେତେବେଳେ ସିନା ଆଧାରକାର୍ଡ , ରାସନ କାର୍ଡ ଦେଇ ନିଜର ଗ୍ରାମର ପରିଚୟ ଦେଇ ସାମିଲ କରାଗଲା,  ହେଲେ ପର ମୁହୂର୍ତରେ ସେମାନଙ୍କୁ ସବୁ ଅଧୀକାରରୁ ଦୂରେଇ ଦିଆଗଲା ।

   Related Posts