Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦୦୮ରେ ଅଧିନାୟକ ପଦ ଛାଡିବା ନେଇ ଧୋନୀ ଦେଇଥିଲେ ଧମକ, ଘଟଣାର ଗୁମର ଖୋଲିଲେ ଆର.ପି. ସିଂ

11/05/2020 at 6:52 PM

ନୂଆଦିଲ୍ଲୀ, ୧୧|୦୫ :   ଭାରତୀୟ ଦଳର ପୂର୍ବତନ ଦ୍ରୁତ ବୋଲର ଆରପି ସିଂ ମହେନ୍ଦ୍ର ସିଂ ଧୋନୀଙ୍କ ଉପରେ ଏକ ବଡ ପ୍ରତକ୍ରିୟା ଦେଇଛନ୍ତି । ଧୋନୀ ନିଜ ନେତୃତ୍ୱରେ କେତେବେଳେ ମଧ୍ୟ ଦଳରେ କାହାକୁ ଚୟନ କରାଯିବ ପକ୍ଷପାତିତା କରୁନଥିଲେ ବୋଲି ସେ କହିଛନ୍ତି ।

ଆରପି ସିଂ କହିଛନ୍ତି ଯେ, ଧୋନୀ ଜଣେ ଭଲ ଅଧିନାୟକ । ସେ ଦଲ ଚୟନ ବେଳେ ବନ୍ଧୁ, ସମ୍ପର୍କକୁ ଗୁରୁତ୍ୱ ଦିଅନ୍ତି ନାହିଁ । ଯେଉଁ ଖେଳାଳିଙ୍କ ଦକ୍ଷତା ଥାଏ ସେ ତାଙ୍କୁ ହିଁ ଚୟନ କରିଥାନ୍ତି । ଧୋନୀ ଆଜି ଯେଉଁଠି ପହଁଚିଛନ୍ତି ତାହା ପଛରେ ବଡ କାରମ ରହିଛି । ସେ ଦଲ ଚୟନରେ ପକ୍ଷପାତିତା କରନ୍ତି ନାହିଁ ।

ପୂର୍ବତନ ଦ୍ରୁତ ବୋଲର ଆରପି ସିଂ ୨୦୦୮ରେ ସିଲେକ୍ସନ କମିଟି ତଥ୍ୟ ଲିକ ଘଟଣାରେ ମୁହଁ ଖୋଲିଛନ୍ତି । ଏଥିରେ ଧୋନୀ ଆରପିଙ୍କ ସ୍ଥାନରେ ଇରଫାନ ପଠାନଙ୍କୁ ଦଳରେ ସାମିଲ କରିବାକୁ ଚାହୁଁଥିଲେ । ଏପରିକି ଅଧିନାୟକ ଭାର ଛାଡିବା ପାଇଁ ମଧ୍ୟ ଚୟନକର୍ତ୍ତାଙ୍କୁ ଧମକ ଦେଇଥିଲେ । ଏହାକୁ ନେଇ ଆରପି କହିଚନ୍ତି ଯେ, ଧୋନୀ ଭଲ ଖେଳାଳିଙ୍କୁ ସୁଯୋଗ ଦେଇଥାନ୍ତି । ଏହି କଥା ଲିକ୍ ହେବା ପରେ କିଛି ପ୍ରଭାବ ପଡିନଥିଲା । ତେବେ ସେ ନିଜେ ଅଧିକ ଖେଳି ପାରିନଥିଲେ । ୨୦୦୮ରେ ଇନ୍ଦୋରର ଖେଳାଯାଇଥିବା ପ୍ରଥମ ଦିନିକିଆରେ ସେ କୌଣସି ଓ୍ୱିକେଟ୍ ନେଇ ପାରି ନଥିଲେ । କିଛି ଖେଳାଳିଙ୍କୁ ୨,୩ଟି ସୁଯୋଗ ଦିଆଯାଏ । ଆଉ କେତେଜଣଙ୍କୁ ୧୦ଟି ସୁଯୋଗ ମଧ୍ୟ ମିଲିଛି ।

ଆରପି ନିଜେ ମାନିଛନ୍ତି ଯେ ତାଙ୍କର ଗତି ଓ ସ୍ୱିଂ ଧିମେଇ ଯାଇଥିଲା । ଧୋନୀ ସେହି ଖେଳାଳିଙ୍କୁ ଆଗକୁ ବଡିବା ପାଇଁ ସୁଯୋଗ ଦେଉଥିଲେ ଯେଉଁମାନେ ଭବିଷ୍ୟତରେ ଭଲ ପ୍ରଦର୍ଶନ କରିବେ ବୋଲି ଆରପି କହିଛନ୍ତି ।

   Related Posts