Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

କୁଡୁମି ସମାଜ ପକ୍ଷରୁ ଧିଙ୍ଗୁଆନ ମହୋତ୍ସବ ଉଦ୍‌ଯାପିତ

9/11/2021 at 12:05 PM

ପାଟଣା ୦୯।୧୧: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଳକ ଅନ୍ତର୍ଗତ କୁଣ୍ଡଳା ଠାରେ କାଳୀପୂଜା ଅବସରରେ କୁଡୁମୀ ସମ୍ପ୍ରଦାୟର  ଧିଙ୍ଗୁଆନ ମହୋତ୍ସବ ପାଳନ ହୋଇ ଯାଇଛି । ଏହା ଏକ କୃଷି ଭିତ୍ତିକ ପର୍ବ ହୋଇଥିବାରୁ ପ୍ରତ୍ୟେକ ପରିବାର ନୂତନ ପୋଷାକ ପରିଧାନ କରି ଉପବାସ ରହି ପୂଜାର୍ଚ୍ଚନା କରିବା ପରେ ଝୁମର ଗୀତରେ ମସଗୁଲ ହୋଇ ମାଦଳର ତାଳେ ତାଳେ ଝୁମି ଥିଲେ କୁଡୁମି ସମ୍ପ୍ରଦାୟର ଲୋକେ ।

ଏଥିରେ ଗାଈ ଗୋରୁଙ୍କୁ ପୂଜାର୍ଚ୍ଚନା କରିବା ପରେ ସାମୂହିକ ଭୋଜନ କରି ପ୍ରଥମ ଦିନରେ ଗୋଠ ପୂଜା , ଦ୍ଵିତୀୟ ଦିନ ଗୋବର୍ଦ୍ଧନ ପୂଜା ଏବଂ ତୃତୀୟ ଦିନ ବୁଢ଼ୀ ବାନ୍ଦନା ଭାବରେ ପାଳନ କରିଥିଲେ । ଦୁଇଦିନ କାଳ କାଷ୍ଠା ଉପବାସ ଓ ରାତି ଉଜାଗର ରହି ପୂଜାର୍ଚ୍ଚନା କରୁଥିବାରୁ ଏହି କଷ୍ଟକୁ ଉପଶମ କରିବା ପାଇଁ ବୁଢ଼ୀ ବାନ୍ଦନା କାର୍ଯ୍ୟକ୍ରମ ସହ ଧିଙ୍ଗୁଆନ ଉତ୍ସବ ଆୟୋଜିତ କରାଯାଇଥିଲା। ଏହି ଉତ୍ସବରେ  ରାଜ୍ୟ ସଭା ସାଂସଦ ମମତା ମହାନ୍ତ,  ଓଡିଶା କୁଡୁମୀ ସେନାର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ମହୋତ୍ସବରେ ଭାଗ ନେଇଥିବା ଝୁମର ଦଳଙ୍କୁ ପୁରସ୍କୃତ କରିଥିଲେ।

   Related Posts