Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

DHFL ପ୍ରମୋଟରଙ୍କ ଗୁହାରି, କହିଲେ- ମୋର ୪୪,୦୦୦ କୋଟି ଟଙ୍କାର ସଂପତ୍ତି ନେଇଯାଅ, ଆଉ ମୋତେ ଛାଡି ଦିଅ

20/10/2020 at 6:24 PM

ନୂଆଦିଲ୍ଲୀ ୨୦।୧୦: ସଙ୍କଟଗ୍ରସ୍ତ କମ୍ପାନୀ ଦିଓ୍ଵାନ ହାଉସିଂ ଫାଇନାନ୍ସ ଲିମିଟେଡ୍(DHFL)ର ପ୍ରମୋଟର କପିଲ ବଧାଓ୍ଵନ ସଂପ୍ରତି ଜେଲ୍‌ରେ। ଏବେ ସେ ନିଜର ମୁକ୍ତି ଲାଗି ଗୁହାରି କରିଛନ୍ତି। ସେ କହିଛନ୍ତି , ମୁଁ ନିଜର ପ୍ରାୟ ୪୪ ହଜାର କୋଟି ଟଙ୍କାର ପାରିବାରିକ ସଂପତ୍ତି ଦେବାକୁ ପ୍ରସ୍ତୁତ, ଯେଉଁଥିରେ ବ୍ୟାଙ୍କ ଲୋନ୍ ପରିଶୋଧ କରାଯାଇ ପାରିବ।

ଡିଏଚଏଫଏଲର ପୃଷ୍ଠପୋଷକ ରିଜର୍ଭ ବ୍ୟାଙ୍କ ଦ୍ଵାରା ନିଯୁକ୍ତ ପ୍ରଶାସକ ଆର ସୁବ୍ରମଣ୍ୟମ କୁମାରଙ୍କୁ ଚିଠି ଲେଖି ତାଙ୍କୁ ଛାଡି ଦେବାକୁ ଗୁହାରି କରିଛନ୍ତି। କପିଲ ବଧାଓ୍ଵନ ବର୍ତ୍ତମାନ ନିଜର ଭାଇ ଧୀରଜ ବଧାଓ୍ଵନ ସହିତ ମୁମ୍ବାଇର ତଲୋଜା  ଜେଲ୍‌ରେ ବନ୍ଦୀ ଅଛନ୍ତି। ବଧାଓ୍ଵନ ଦୁଇ ଭାଇଙ୍କୁ ଏପ୍ରିଲ ମାସରେ ମନି ଲଣ୍ଡ୍ରିଂ ଆଇନ ଉଲ୍ଲଂଘନ ପରି ଅନେକ ଅଭିଯୋଗରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।

କପିଲ ବଧାଓ୍ଵନ ଚିଠିରେ ପ୍ରସ୍ତାବ ଦେଇଛନ୍ତି ଯେ, ସେ ନିଜ ପରିବାରର ବିଭିନ୍ନ ରିୟଲ ଇଷ୍ଟେଟ୍ ପ୍ରୋଜେକ୍ଟର ଅଧିକାର, ମାଲିକାନା ହକ୍‌ ଓ ଅଂଶ ହସ୍ତାନ୍ତର କରିବାକୁ ପ୍ରସ୍ତୁତ। ଏହା ଦ୍ଵାରା ଏହି ସଂପତ୍ତିରୁ ଅଧିକରୁ ଅଧିକ ଟଙ୍କା ମିଳି ପାରିବ ଏବଂ ଡିଏଚଏଫଏଲର ଦେବାଳିଆ ପ୍ରକ୍ରିୟା ପୂରା ହୋଇ ପାରିବ। ମୋର ପ୍ରାୟ ୪୪ ହଜାର କୋଟି ଟଙ୍କାର ସଂପତ୍ତି ନେଇ ମୋତେ ଛାଡି ଦିଅ ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ଅକ୍ଟୋବର ୧୭ରେ ସେ ଲେଖିଥିବା ଚିଠିରେ କହିଛନ୍ତି, ବଜାର ଦରଠୁ ୧୫ ପ୍ରତିଶତ କମ ଦାମରେ ରଖିଲେ ମଧ୍ୟ ତାଙ୍କ ଜୁହୁ ଗଳି ପ୍ରୋଜେକ୍ଟ, ଇରଲା ପ୍ରୋଜେକ୍ଟ ଓ ଅନ୍ୟ ପ୍ରୋଜେକ୍ଟର ମୂଲ୍ୟ ପ୍ରାୟ ୪୩, ୮୭୯ କୋଟି ଟଙ୍କା ହେବ। ଏହି ଅର୍ଥ ନେଇ ମୋର ଲୋନ୍ ପରିଶୋଧ କରାଯାଉ ଏବଂ ମୋତେ ଛାଡି ଦିଆଯାଉ।

   Related Posts