Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଢେଙ୍କାନାଳ ଉପଜିଲ୍ଲାପାଳ କାର୍ଯ୍ୟାଳୟ କଣ୍ଟେନମେଣ୍ଟ ଜୋନ୍, ୩ଦିନ ବନ୍ଦ ରହିବ

1/09/2020 at 4:55 PM

ଢେଙ୍କାନାଳ ୧।୯: ଢେଙ୍କାନାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ । ମଙ୍ଗଳବାରଠାରୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ୩ଦିନ ଧରି କାର୍ଯ୍ୟାଳୟ ବନ୍ଦ ରହିବ । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଏଭଳି ଘୋଷଣା କରିଛନ୍ତି ।

ଢେଙ୍କାନାଳ ଜିଲ୍ଲାରେ ମଙ୍ଗଳବାର ଗୋଟିଏ ଦିନରେ ସର୍ବାଧିକ ୧୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ କରେନା ପଜିଟିଭ ସଂଖ୍ୟା ୧୭୫୯କୁ ବୃଦ୍ଧି ପାଇଛି । ଢେଙ୍କାନାଳ ଜିଲ୍ଲାପାଳ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟକୁ ତିନି ଦିନ ବନ୍ଦ କରିଦିଆଯାଇଛି । ଏହି ଦୁଇ କାର୍ଯ୍ୟାଳୟରୁ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲାପାଳ ଏହି ନିଷ୍ପତି ଗ୍ରହଣ କରିଛନ୍ତି । ଏପରିକି ମଙ୍ଗଳବାରଠାରୁ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଫଳରେ ଏହି ଦୁଇଟି ସରକାରୀ କାର୍ଯ୍ୟାଳୟ ୩ ଦିନ ଧରି ବନ୍ଦ ରହିଛି ।

   Related Posts