ମାସ୍କ ଚେକିଂ ଆଳରେ ଦୁର୍ବ୍ୟବହାର ଅଭିଯୋଗ, ଏସପିଙ୍କୁ ଘେରିଲେ ଓକିଲ ସଂଘ

Published By : Prameya-News7 Bureau | April 12, 2021 IST

ଢେଙ୍କାନାଳ ୧୨।୪: ମାସ୍କ ଚେକିଂ ଆଳରେ ଢେଙ୍କାନାଳରେ ପୋଲିସ ଜନସାଧରଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ଏପରିକି ଜଣେ କୋର୍ଟ କର୍ମଚାରୀଙ୍କୁ ପୋଲିସ ଅଶାଳୀନ ବ୍ୟବହାର ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ଜିଲ୍ଲା ଓକିଲ ସଂଘ । ଜିଲ୍ଲା ଓକିଲ ସଂଘର ଶତାଧିକ ଆଇନଜୀବୀ କୋର୍ଟରୁ ଏକ ବିଶାଳ ଶୋଭାଯାତ୍ରାରେ ପୋଲିସର ମାନମାନି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରି ନାରବାଜି ଦେଇ ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ ପଶିଥିଲେ । ପରେ ଏସପିଙ୍କ ଚାମ୍ବରରେ ପଶି ବଦଳି ଆଦେଶ ପାଇଁ ମଧ୍ୟ ରିଲିଫ ହେଉନଥିବା ଢେଙ୍କାନାଳ ଏସଡ଼ିପିଓଙ୍କ ତୁରନ୍ତ ରିଲିଫ ଓ ଦୁର୍ବ୍ୟବହାର କରିଥିବା ପୋଲିସ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ଅଡି ବସିଥିଲେ । 

ଏପରିକି ଏସପିଙ୍କ ସହ ତୀବ୍ର ବ୍ବାକ ବିତଣ୍ଡା ହୋଇଥିବା ଜଣାପଡିଛି । ଯାହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଆସନ୍ତା ଶୁକ୍ରବାର ସୁଦ୍ଧା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ବାଧ୍ୟ ହୋଇ ଢେଙ୍କାନାଳ ବନ୍ଦ କରି ଆନ୍ଦୋଳନ ତୀବ୍ର କରିବାକୁ ଚେତାବନୀ ଦେଇଛନ୍ତି ଓକିଲ ସଂଘ ସଭାପତି । ଏପଟେ ଏ ସମ୍ପର୍କରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏସପି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.