ଢେଙ୍କାନାଳ ସେଲଟର ହୋମରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଘଟଣା: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି

Published By : Prameya-News7 Bureau | December 03, 2018 IST

ଭୁବନେଶ୍ବର ୩|୧୨: ଢେଙ୍କାନାଳ ସେଲଟର ହୋମ୍‌ରେ ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଘଟଣାରେ ପ୍ରେସମିଟ୍‌ରେ ସରକାରଙ୍କୁ ଘେରିଛି ବିଜେପି ।ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ବିଜେପି ।ସେବାଶ୍ରମ ସ୍କୁଲ ନାଁରେ ଚାଲୁଥିଲା ଝିଅ ଚୋରା ଚାଲାଣ ର୍ୟାକେଟ ବୋଲି ବିଜେପି କହିଛି । ରାଜନେତାଙ୍କ ପୃଷ୍ଠପୋଷକତାରେ ସେବାଶ୍ରମରେ ଚାଲିଥିଲା ଅନୈତିକ କାର୍ଯ୍ୟ ।ପ୍ରଶାସନ ଏହାକୁ ସୁରକ୍ଷା ଯୋଗାଇ ଦେଉଥିଲା ବୋଲି ବିଜେପି ମହିଳା ମୋର୍ଟ୍ଟାର ସଭାନେତ୍ରୀ ପ୍ରତିଭା ପରିଡା କହିଛନ୍ତି । ସେବାଶ୍ରମ ସ୍କୁଲରେ ବିଦେଶୀ ଆସି ରହୁଥିଲେ । ଛାତ୍ରଛାତ୍ରୀଙ୍କ ଧର୍ମ ପରିବର୍ତ୍ତନ କରାଯାଉଥିଲା ।ଏହି ସଂସ୍ଥାର ରାଜ୍ୟରେ ଆଉ ୨୬ଟି ବ୍ରାଞ୍ଚ ରହିଛି ।  ଏହି ସବୁ ବ୍ରାଞ୍ଚ ଯାଇ ଆସନ୍ତାକାଲିଠାରୁ ସରଜମିନ ତଦନ୍ତ କରିବ ବିଜେପି ବୋଲି ସେ ସୂଚନା ଦେଇଛନ୍ତି । ସରକାର ସେଲଟର ହୋମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ ପ୍ରକୃତରେ ତାହା ବନ୍ଦ ହୋଇଛି ନା ଚାଲିଛି ତାର ଅନୁଧ୍ୟାନ ବିଜେପି । ଗତକାଲି ବିଜେପି ୭ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଢେଙ୍କାନାଳ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲା ।ହେଲେ ନିର୍ଯାତନା ଶିକାର ହୋଇଥିବା ଅନ୍ତେବାସୀଙ୍କୁ ଭେଟିବାକୁ ଦେଲେନି ବୋଲି ସେ କହିଛନ୍ତି । ଭୋରରୁ ସେମାନଙ୍କୁ ବସରେ ବସାଇ ହଷ୍ଟେଲ ଖାଲି କରିଦିଆଯାଇଛି ।ସରକାରଙ୍କ ନାକ ତଳେ ଏଭଳି ଚାଲୁଥିବା ବେଳେ କିପରି ଜାଣିପାରିଲାନି ବୋଲି ବିଜେପି ପ୍ରଶ୍ନ କରିଛି । ୨୦୧୫ରେ Good News Indis  ସଂସ୍ଥା ଏକ ଆଶ୍ରୟ ଗୃହ କରି ଛାତ୍ରଛାତ୍ରୀଙ୍କୁ ରଖିଥିଲା ।ସେଠାରେ ଅନୈତିକ କାର୍ଯ୍ୟକଳାପ ଅଭିଯୋଗ ଆସିବା ପରେ ସରକାର ଏହାକୁ ବ୍ଲାକ ଲିଷ୍ଟ କରିଥିଲେ । ତେବେ ୨୦୧୭ରେ କେମିତି ଢେଙ୍କାନାଳରେ ସେବାଶ୍ରମ ଖୋଲିବାକୁ ଅନୁମତି ଦେଲେ ସରକାର ବୋଲି ବିଜେପିର ପ୍ରଶ୍ନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.