Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ସାଇକୃପା ଆବାସିକ ମହାବିଦ୍ୟାଳୟ କୋଭିଡ୍‌ ସଂକ୍ରମଣ ଘଟଣା: ପୁଣି ୩ ପଜିଟିଭ୍‌, ମୋଟ ୫୬ ସଂକ୍ରମିତ

2/12/2021 at 7:15 PM

ଢେଙ୍କାନାଳ, ୦୨/୧୨: ଢେଙ୍କାନାଲ ପୌରାଞ୍ଚଳର ୱାର୍ଡ ନଂ.୩ କୁଞ୍ଜକାନ୍ତ ସ୍ଥିତ ସାଇକୃପା ଆବାସିକ ମହାବିଦ୍ୟାଳୟ ସମସ୍ତଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ଏହି କଲେଜ ହଷ୍ଟେଲରୁ ଗତ ଦୁଇଦିନ ପୂର୍ବେ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଫଳରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଲେଜର ୨୬୦ଜଣଙ୍କର ଆରଟିପିସିଆର ଟେଷ୍ଟ ପାଇଁ ସ୍ୱାବ ନିଆଯାଇଥିଲା । ତେବେ ବୁଧବାର ଆସିଥିବା ରିପୋର୍ଟରୁ ୩୩ଜଣ ପଜିଟିଭ ପରେ ଆଜି ପୁଣି ଆସିଥିବା ରିପୋର୍ଟରୁ ଆଉ ୧୬ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିସହ ଅପରାହ୍ଣରେ ପୁଣି ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଫଳରେ କେବଳ ଏହି କଲେଜରୁ କୋଭିଡ ପଜିଟିଭ ସଂଖ୍ୟା ୫୬ରେ ପହଂଚିଛି ।

ତେବେ ଜିଲ୍ଲା ପ୍ରଶାସନର ଖାମ୍‌ ଖିଆଲି ମନୋଭାବ କାରଣରୁ କଲେଜର ପଜିଟିଭ ଚିହ୍ନଟ ପିଲାମାନଙ୍କ ସହ ଅନ୍ୟ ସମସ୍ତ ପିଲା ନିଜ ଘରକୁ ପଳାଇ ଯାଇଛନ୍ତି । ଏସବୁ ସତ୍ତ୍ୱେ ଜିଲ୍ଲାପ୍ରଶାସନ ପକ୍ଷରୁ କଲେଜ ସ୍ଥିତ କୁଞ୍ଜକାନ୍ତ ଅଞ୍ଚଳକୁ ଆସନ୍ତା ୧୦ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା କରି କଲେଜ ଓ କଲେଜର ଥିବା ୩ଟି ହଷ୍ଟେଲକୁ ସିଲ କରିଦିଆଯାଇଛି । ଏପରିକି କଲେଜ କତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରିକରାଯିବା ସହ ପ୍ରଶାସନ ପକ୍ଷରୁ ଏନେଇ କଲେଜ୍‌ ନାମରେ ମାମଲା ଦାଏର କରାଯାଇଛି ।

ଏହାପରେ ଆଜିଠାରୁ କୁଞ୍ଜକାନ୍ତ ଅଂଚଳରେ ଥିବା ଅନ୍ୟ ଶିକ୍ଷାନୁଷ୍ଠାନ ଗୁଡି଼କରେ ଆରଟିପିସିଆର ଟେଷ୍ଟ ପାଇଁ ସ୍ୱାବ ସଂଗ୍ରହ ଆରମ୍ଭହୋଇଛି ।  ଆଜି କୁଞ୍ଜକାନ୍ତ ସ୍ଥିତ ଚଦ୍ରଶେଖର ଆଇଟିଆଇରେ ୧୨୫ଜଣ ପିଲାଙ୍କର ସ୍ୱାବ ସଂଗ୍ରହ କରାଯାଇ ଆରଟି ପିସିଆର ଟେଷ୍ଟ ପାଇଁ ପଠାଯାଇଥିବା ଜଣାପଡିଛି । ଅନ୍ୟପଟେ ଜଣେ ୪ବର୍ଷର ଶିଶୁ କୋଭିଡ ପୋଜେଟିଭ ଚିହ୍ନଟ ହୋଇଛି । ସଦର ବ୍ଲକ ଅନ୍ତର୍ଗତ ନମିଚିରା ଗ୍ରାମର ଏହି ଶିଶୁଙ୍କର ଆଟିପିସିଆର ଟେଷ୍ଟରୁ ପଜିଟିଭ ସୂଚନା ମିଳିଛି ।

   Related Posts