ଢେଙ୍କାନାଳ ରୁଙ୍ଗଟା କାରଖାନା ସମ୍ପ୍ରସାରଣ, ଭର୍ଚୁଆଲ୍‌ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅଞ୍ଚଳବାସୀ

Published By : Prameya-News7 Bureau | July 14, 2021 IST

ଢେଙ୍କାନାଳ, ୧୪।୦୭: ଓଡିଶାକୁ ଏକ ଷ୍ଟିଲ ହବ କରାଯିବା ସହ ଆହୁରି ଅଧିକ ନିଯୁକ୍ତି ସୃଷ୍ଟି କରାଯିବା ଓ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଲକ୍ଷରେ ଇସ୍ପାତ ଶିଳ୍ପକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏପରି ପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲା  ହିନ୍ଦୋଳ ବ୍ଲକର ଝାଡବନ୍ଧ ଠାରେ ନିର୍ମାଣଧୀନ ରୁଙ୍ଗଟା ଷ୍ଟିଲ କାରଖାନାର ଉତ୍ପାଦନ କ୍ଷମତା ୨.୮୫ ମିଲିୟନ ଟନରୁ ୭.୫୫ ମିଲିୟନ ଟନକୁ ସମ୍ପ୍ରସାରଣ ଅନୁମୋଦନ କରିଛନ୍ତି ।  ଫଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ମହଲରେ ଏକ ଖୁସିର ବାତାବରଣ ଖେଳିଯାଇଛି ।

ଏପରିକି ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଏକ ଭର୍ଚୁଆଲ୍‌ ମାଧ୍ୟମରେ ସାକ୍ଷାତ କରିଛନ୍ତି ଅଞ୍ଚଳବାସୀ । ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ଅବସରରେ ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ପରଜଙ୍ଗ ବିଧାୟକ ନୃସିଂହ ସାହୁ ,  ରୁଙ୍ଗଟା କାରଖାନା ଯୋଗୁଁ ଜମି ହରାଇଥିବା ହିନ୍ଦୋଳ ବ୍ଲକ ଓ ଓଡ଼ପଡା ବ୍ଲକର ଚେୟାରମ୍ୟାନ, ଝାଡବନ୍ଧ, ଗାଲପଡା ଓ ତର୍କାବେଡା ଗ୍ରାମର ସଭାପତି ଓ ସରପଂଚ ପ୍ରମୁଖ ଏହି ଭର୍ଚୁଆଲ୍‌ ବୈଠକରେ ସାମିଲ ରହି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.