ଢେଙ୍କାନାଳ କଳ୍ପତରୁ ଆଶ୍ରମରେ ଶିଶୁ ନିର୍ଯ୍ୟାତନା ଖବର ପ୍ରସାରଣ କରିବାରୁ ନ୍ୟୁଜ୭ ରିପୋର୍ଟରଙ୍କୁ ମିଥ୍ୟା କେସ୍‌ରେ ଫସାଇଦେବାକୁ ଅଜଣା ମହିଳାଙ୍କ ଧମକ

Published By : Prameya-News7 Bureau | January 30, 2019 IST

ଢେଙ୍କାନାଳ ୩୦|୧: ଢେଙ୍କାନାଳ ସହର ଉପକଣ୍ଠରେ ଥିବା କଣ୍ଟେଇବୋଳିଆ ସ୍ଥିତ କଳ୍ପତରୁ ଆଶ୍ରମରୁ ଗାଏବ ଶିଶୁ ଉଦ୍ଧାର ପରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସୁଛି । ଏପରିକି ପାଠ ପଢା ଆଳରେ ଆଶ୍ରମରେ ରଖି ଶିଶୁ ମାନଙ୍କୁ ଅମାନୁଷିକ ଭାବେ ଅତ୍ୟାଚାର କରାଯାଉଥିବା ଏହି ଉଦ୍ଧାର ଶିଶୁଙ୍କ ଅବସ୍ଥାରୁ ଜଣାପଡିଛି ।

{"id":79741}

ଏହି ଘଟଣା ପରେ ଆଶ୍ରମରେ ଚଳାଇଥିବା ବାବା ମୁରାରୀର କଳା କାରନାମାର ଗୋଟିଏ ପରେ ଫର୍ଦ ନ୍ୟୁଜ୍7 ମାଧ୍ୟମରେ ଖୋଲିବାରେ ଲାଗିଛି । ବେଆଇନ ଭାବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଗରିବ ଆଦିବାସୀ ପରିବାରର ଅସହାୟତାର ସୂଯୋଗରେ ତାଙ୍କ ଶିଶୁଙ୍କୁ ଏଠାରେ ପାଠ ପଢାଇବା ଆଳରେ ବାବା ଆଶ୍ରମକୁ ଆଣୁଥିବା ଜଣାପଡିଛି । ଅଭିଭାବକଙ୍କ ବିଶ୍ବାସ ହେବା ପାଇଁ ଆଶ୍ରମକୁ ଲାଗି ରହିଥିବା କଣ୍ଟେଇ କୋଳିଆ ସରକାରୀ ସ୍କୁଲରେ ପ୍ରଥମେ ଏହି ପାଲଙ୍କ ନାମ ଲେଖା ଯାଉଚି । 

{"id":79742}

କିନ୍ତୁ ପାଠ ପଢା ବନ୍ଦ କରାଇ ଆଶ୍ରମ ଗୋଶାଳାରେ ଗୋରୁ ସେବା ଠାରୁ ଆରମ୍ଭ କରି ମାଟି ହଣା ଓ ବାଡି ବଗିଚାର କଠିନ କାମରେ ପିଲାଙ୍କୁ କିପରି ଖଟାଯାଉଛି ତାର ଏକ୍ସକ୍ଲୁସିଭ ଚିତ୍ର ନ୍ୟୁଜ 7ରେ ଲୋକ ଲୋଚନକୁ ଅଣାଯାଉଛି ।ଏପରକି କଥା ନମାନିଲେ ବାବା ମୁରାରୀ ଶିଶୁ ମାନଙ୍କୁ ନିସ୍ତୁକ ମାଡ ମାରୁଥିବା ଆଶ୍ରମ ଅନ୍ତେବାସୀ ମାନଙ୍କ ସହ ଶିଶୁମାନେ ପ୍ରକାଶ କରୁଛନ୍ତି ।

ପୂର୍ବରୁ ମଧ୍ୟ ବାରମ୍ବାର ଶିଶୁଙ୍କୁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଥିବା ବଳେ ବାବା ମୁରାରୀ ନାମରେ ସଦର ଥାନାରେ ମାମଲା ରହିଛି ।ଏବେ ପୁଣି ଏକ ମାମଲା ରୁଜୁ ହୋଇଛି ।  ଏହି ଘଟଣା ସପର୍କରେ ଏକ ଉତ୍ତର ଦାଇତ୍ବସମ୍ପନ୍ନ ଗଣମାଧ୍ୟମ ଭାବେ ନ୍ୟୁଜ 7 ବାବା ମୁରାରୀର ଏପରି କଳାକାରନାମର  ଗୋଟିଏ ପରେ ଗୋଟିଏ ସତ୍ୟ ଉନ୍ମୋଚନ କରିଚାଲିଛି ।

{"id":79743}

ମାତ୍ର ନୁଜ7ର କଣ୍ଠରୋଧ କରିବା ପାଇଁ ହୀନ ଚକ୍ରାନ୍ତ ଆରମ୍ଭ ହୋଇଯାଇଛି । ଏପରିକି ଏହି କଳ୍ପତରୁ ଆଶ୍ରମ କଳେଙ୍କାରୀ ନ୍ୟୁଜ ନକରିବାକୁ ନ୍ୟୁଜ 7ର ଢେଙ୍କାନାଳ ରିପୋର୍ଟର ପ୍ରତାପ ବରାଳଙ୍କୁ ବାରମ୍ବାର ଧକମ ଦିଆଯାଉଛି । ଗତ କାଲି ରାତିରେ ପୁଣି ଜଣେ ଅଜଣା ମହିଳା ନ୍ୟୁଜ 7 ରିପୋର୍ଟର ପ୍ରତାପ ବରାଳଙ୍କୁ ମିଥ୍ୟା ମାମଲାରେ ଫସାଇବା ପାଇଁ ଫୋନ ଯୋଗେ (9438708722ରୁ) ଧମକ ଦିଆଯାଇଛି ।

ଏ ସଂପର୍କରେ ଆମ ରିପୋର୍ଟରଙ୍କ ପକ୍ଷରୁ ମେଲ ଯୋଗେ ଢେଙ୍କାନାଳ ଏସପିଙ୍କୁ ଅବଗତ କରାଇ ଦିଆଯାଇଛି । ସୂଚନାଯୋଗ୍ୟ ଯେ, ଅଭିଯୁକ୍ତ ବାବା ମୁରାରୀ ଫେରାର ହୋଇ ଯାଇଛି । ତାକୁ ଧରିବା ପାଇଁ ପୁଲିସର ସ୍ବତନ୍ତ୍ର ଟିମ ଗଠନ କରାଯାଇଛି । ଏହି ଘଟଣା ପରେ କତେକ ପିଲାଙ୍କୁ ତାଙ୍କ ଅଭିଭାବକମାନେ ଘରକୁ ନେଇ ଯାଇଛନ୍ତି । ଆଶ୍ରମରେ ଥିବା ବଳକା ୭ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନ ସହଯୋଗରେ ଉଦ୍ଧାର କରି ଏକ ଶିଶୁ ଗୃହରେ ରଖାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.