Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||
  • ଥରିଲା ପାକିସ୍ତାନ, ୪.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୬ ଜଣଙ୍କ ଜୀବନ
  • ||
  • ହ୍ରାସ ପରେ ପୁଣି ବଢିଲା ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୫୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ରଂଜୋଳ ଗୁଳିକାଣ୍ଡ ଘଟଣା : ବାଲିମି ଥାନା ଅଧିକାରୀ ନିଲମ୍ବିତ

4/08/2018 at 11:08 AM

କଟକ ୪/୮ : ଢେଙ୍କାନାଳ ଜିଲ୍ଲା ରଂଜୋଳ ସଭାପତିଙ୍କ ଘରେ ଆକ୍ରମଣ ଓ ଗୁଳିକାଣ୍ଡ ଘଟଣାରେ ବାଲିମି ଥାନା ଅଧିକାରୀ ଆଶିଷ ଜେନାଙ୍କୁ ନିଲମ୍ବିତ କରାଯାଇଛି | କାର୍ଯ୍ୟରେ ଅବହେଳା କାରଣରୁ ତାଙ୍କ ଉତ୍ତର କେନ୍ଦ୍ରାଞ୍ଚଳ ଡ଼ିଆଇଜି ନିଲମ୍ବନ କରିବା ଜଣାପଡିଛି | ରଂଜୋଳ ଗ୍ରାମ ସଭାପତି ଲିଙ୍ଗରାଜ ସାହୁ ଜୁଲାଇ ୫ ତାରିଖ ଦିନ ନିକଟସ୍ଥ ଦୈନିକ ବଜାରରୁ ନିଜ ଗାଁକୁ ଫେରୁଥିବା ବେଳେ ବାଲିମି ନିକଟରେ ତାଙ୍କ ଉପରେ କେତେକେ ଦୁର୍ବୁର୍ତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ | ପ୍ରଥମେ ଲୁହା ରଡ଼ରେ ତାଙ୍କୁ ମାଡ ମାରିଥିବା ବେଳେ ଦୁର୍ବୁର୍ତ୍ତମାନେ ତାଙ୍କ ଉପରକୁ ଗୁଳିଚାଳନା ମଧ୍ୟ କରିଥିଲେ | ଏଥିରେ ଶ୍ରୀ ସାହୁ ଗୁରୁତର ଆହତ ହୋଇଥିଲେ | ତାଙ୍କୁ ପ୍ରଥମେ ଖଜୁରୀକଟା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା |
ରଂଜୋଳ ଗାଁରେ ଥିବା ଏକ ଷ୍ଟୋନ କ୍ରସର ଭଙ୍ଗାରୁଜା ଘଟଣାକୁ କେନ୍ଦ୍ରକରି ଗାଁରେ କିଛି ଦିନ ତଳେ ଗୋଷ୍ଠୀ ସଂଘର୍ଷ ହୋଇଥିଲା | ଏହି ସଂଘର୍ଷ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ପୋଲିସ ସନ୍ଦେହ କରିଥିଲା |
ତେବେ ଏହି ଘଟଣାରେ ବାଲିମି ଥାନା ଅଧିକାରୀ ନିଜ କର୍ତ୍ତବ୍ୟ ଠିକ ଭାବେ ପାଳନ କରିନଥିବା ମଧ୍ୟ ଅଭିଯୋଗ ହୋଇଥିଲା |

   Related Posts