ଟ୍ରେନ ଲାଇନ ପାର୍ଶ୍ଵରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ୍‌

Published By : Prameya-News7 Bureau | April 22, 2021 IST

ଢେଙ୍କାନାଳ, ୨୨/୦୪ : ଢେଙ୍କାନାଳ ସହର ଉପକଣ୍ଠ କାଠଗଡା ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । ପୂର୍ବତଟ ରେଳପଥର ଶ୍ୟାମଚରଣପୁର ଓ ଜୋରନ୍ଦା ରୋଡ଼ ପସେଞ୍ଜର ହଲଟ ମଧ୍ୟରେ ଏହି ମୃତଦେହ ପଡିଥିବା ଦେଖାଯାଇଛି ।

ରେଳ ଧାରଣା ପାର୍ଶ୍ଵର ଏକ ବୁଦାରେ ଏହି ମୃତଦେହ ଗଳିତ ଅବସ୍ଥାରେ  ପଡିଥିବା ଦେଖିବାକୁ ମିଳିଛି । ଆଜି ସନ୍ଧ୍ୟାରେ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଫଳରେ ଘଟଣାସ୍ଥଳକୁ ଟାଉନ ପୋଲିସ ପହଞ୍ଚି ମୃତଦେହ ଯାଞ୍ଚ କରି ରେଳ ବିଭାଗ ପୁଲିସକୁ ଖବର ଦେଇଛି ।

ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡିନଥିଲା ବେଳେ ମୃତ ଦେହ ପଚି ଯାଇଥିବାରୁ ଚିହ୍ନଟ କରିବାରେ ପୋଲିସ ଅକ୍ଷମ ହୋଇଛି । ତେବେ ରେଳ ବିଭାଗର ପୋଲିସ ପହଂଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.