Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ଚୋରି ବୋଲେରୋ ସହ କାର ଜବତ, ଖୋର୍ଦ୍ଧା ବେଗୁନିଆରୁ ଦୁଇଜଣଙ୍କୁ ଗିରଫ କଲା ଢେଙ୍କାନାଳ ଟାଉନ ପୋଲିସ

8/04/2021 at 8:36 PM

ଢେଙ୍କାନାଳ, ୦୮/୦୪: ଢେଙ୍କାନାଳ ସହରର ରଥଗଡ଼ାରୁ ଏକ ବୋଲେରୋ-ପିକ ଅପ ଭ୍ୟାନ ଚୋରି ଘଟଣାରେ ଟାଉନ ପୋଲିସ ପର୍ଦ୍ଦାଫାସ କରିଛି । ଚୋରି ହୋଇଥିବା ପିକ-ଅପ ଭ୍ୟାନକୁ ଉଦ୍ଧାର କରାଯାଇଥିବା ସହ ଚୋରି ଘଟଣାରେ ବ୍ୟବହୃତ ଅନ୍ୟ ଏକ ଚୋରା ହୁଣ୍ଡାଇ ଆସେଣ୍ଟ କାରକୁ ମଧ୍ୟ ଜବତ କରିଛି ।

ଏହି ଚୋରି ଘଟଣାକୁ ତଦନ୍ତ କରି ଖୋର୍ଦ୍ଧା ବେଗୁନିଆ ଅଂଚଳରୁ ଦୁଇ ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି । ଏହି ଘଟଣାରେ ଆହୁରି ଅଧିକ ବ୍ୟକ୍ତି ସମ୍ପୃକ୍ତ ଥିବାରୁ ପୋଲିସ ଗିରଫ ହୋଇଥିବା ଦୁଇ ଲୁଟେରାଙ୍କ ନାମ ଗୋପନ ରଖିଛି ।

ସୂଚନା ମୁତାବକ ଗତ ୨୧ତାରିଖ ରାତିରେ ଢେଙ୍କାନାଳ ସହରର ରଥଗଡା ଠାରୁ ଏହି ବୋଲେରୋ ପିକ ଅପ ଭ୍ୟାନକୁ ଚୋରି କରିନେଇଥିଲେ ବୋଲି ଗାଡ଼ି ମାଲିକ ପ୍ରକାଶ କରିଛନ୍ତି । ତେବେ ପୋଲିସ ମୋବାଇଲ ଟ୍ରାକ କରି ଏହି ଗାଡିକୁ ଉଦ୍ଧାର କରିଥିବା କହିଛନ୍ତି ଢେଙ୍କାନାଲ ଏସ ଡ଼ିପିଓ ।

   Related Posts